ରାଜସ୍ଥାନକୁ ୧୯୨ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଦୁବାଇ: ଚଳିତ ଆଇପିଏଲ୍‌ର ୫୪ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଆଜି ରାଜସ୍ଥାନ ରୟାଲ୍ସକୁ ଭେଟିଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ରାଜସ୍ଥାନ ରୟାଲ୍ସର ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ଫଳରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୧୯୧ ରନ୍‌ କରିଛି।

କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୧୯୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ମର୍ଗାନ ଦ୍ରୁତତମ ୩୫ ବଲ୍‌ ଖେଳି ସର୍ବାଧିକ ୬୮ ରନ୍‌ କରି ଅପରାଜିତ ଥିବାବେଳେ ତ୍ରିପାଠୀ ୩୪ ବଲ୍‌ରେ ୩୯ ରନ୍‌କରି ଶ୍ରେୟାସ ଗୋପାଳଙ୍କ ବଲ୍‌ରେ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଥିଲେ। ତାଙ୍କ ପରେ ଶୁବମାନ ଗିଲ୍‌ ୨୪ ବଲ୍‌ରେ ୩୬ ଏବଂ ରସେଲ୍‌ ୧୧ ବଲ୍‌ରେ ୨୫ ରନ୍‌ କରିଥିଲେ।

ସେହିପରି ରାଜସ୍ଥାନ ପକ୍ଷରୁ ରାହୁଲ ତେୱାତିଆ ୪ ଓଭର ବୋଲିଂ କରି ୨୫ ରନ୍‌ ଦେଇଥିବାବେଳେ ସର୍ବାଧିକ ୩ଟି ୱିକେଟ୍‌ ହାସଲ କରିଥିଲେ। ତାଙ୍କ ପରେ କାର୍ତ୍ତିକ ତ୍ୟାଗି ୨ଟି ୱିକେଟ୍‌ ନେଇଥିବାବେଳେ ଆର୍ଚର ଏବଂ ଗୋପାଲ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।

ତେବେ ଆଜିର ମ୍ୟାଚ୍‌ ଦୁଇ ଦଳ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଅନ୍ୟପଟେ ମ୍ୟାଚ୍‌ ଜିତିବା ଲକ୍ଷରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଛି ରାଜସ୍ଥାନ।

You might also like