ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଶାରଜା: ଚଳିତ ଆଇପିଏଲର ଆଜିର ମ୍ୟାଚ୍‌ରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଟକ୍କର ଆରମ୍ଭ ହୋଇଛି। କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହାଇ ୧୪୯ ରନ୍ କରିବାକୁ ସକ୍ଷମ ହୋଇଛି। ତେବେ ପଞ୍ଜାବକୁ  ଏହି ମ୍ୟାଚ୍ ଜିତିବା ପାଇଁ ୧୫୦ ରନ୍‌ର ପିଛା କରିବାକୁ ପଡ଼ିବ।

ଏହି ମ୍ୟାଚ୍‌ରେ କେକେଆର ପ୍ରାରମ୍ଭିକ ପର୍ଯ୍ୟାୟରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ  ଶୁବମନ୍ ଗିଲ୍ ଓ କ୍ୟାପଟେନ୍ ଇଆନ୍ ମୋର୍ଗାନଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଦଳ ୯ ୱିକେଟ୍ ହରାଇ ୧୪୯ ପର୍ଯ୍ୟନ୍ତ ଯାଇପାରିଥିଲା।

କେକେଆର ପକ୍ଷରୁ ଗିଲ୍ ୪୫ ବଲରେ ୩ ଚୌକା ଓ ୪ ଛକା ସହ ୫୭ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲକି ଫର୍ଗୁସନ୍ ୨୪ ରନ୍ କରି ଅପରାଜିତ ଥିବା ବେଳେ କମଲେଶ ନାଗରକୋଟି ୬, ପ୍ୟାଟ୍ କମିନ୍ସ ୧, ବରୁନ୍ ଚକ୍ରବର୍ତ୍ତୀ ୨ ରନ୍ କରି ଆଉଟ୍ ହୋଇଥିଲେ।

ସେହିପରି ପଞ୍ଜାବ ପକ୍ଷରୁ ଶାମି ୩ଟି, କ୍ରିସ୍ ଜୋର୍ଡାନ୍ ଓ ରବି ୨ଟି ଲେଖାଏ ୱିକେଟ୍‌ ନେଇଥିଲେ।

You might also like