ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଆବୁଧାବି: ଚଳିତ ଆଇପିଏଲର ୩୫ ତମ ମ୍ୟାଚ୍‌ରେ କୋଲକତା ନାଇଟ୍ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ କୋଲକାତା ଅଧିନାୟକ ୟୋନ୍‌ ମର୍ଗାନ ବ୍ୟାଟିଂ ଭାର ସମ୍ଭାଳି ଥିଲେ।

ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୧୬୩ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ଶୁଭମ୍‌ ଗିଲ୍‌ ୩୭ ବଲ୍‌ରେ ସର୍ବାଧିକର ୩୬ ରନ୍‌ କରି ରସିଦ୍‌ ଖାନଙ୍କ ବଲରେ ଆଉଟ୍ ହେଇଥିଲେ। ଅଧିନାୟକ ମର୍ଗାନ ୨୩ ବଲରେ ୩୪ ରନ୍‌ କରିଥିବା ବେଳେ ନୀତିଶ ରାଣା ୨୯ କରିଥିଲେ ଏବଂ କାର୍ତ୍ତିକ ୨୯ ରନ୍‌ କରି ଅପରାଜିତ ଥିଲେ।

ସେହିପରି ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ୍‌ ୪ ଓଭରରେ ୪୦ ରନ୍‌ ଦେଇ ୨ଟି ୱିକେଟ୍‌ ନେଇଥିଲେ। ତେବେ ବସିଲ ଥାମ୍ପି ୪ ଓଭରରେ ୪୬ ରନ୍‌ ଦେଇ ଗୋଟିଏ ୱିକେଟ୍ ନେଇଥିବା ବେଳେ ବିଜୟ ଶଙ୍କର ୨୦ ଏବଂ ରସିଦ୍‌ ଖାନ୍‌ ୨୮ ରନ୍‌ ଦେଇ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ

ସିରିଜ୍‌ ଆରମ୍ଭରୁ ହାରିଲା ଭାରତ; ୧୦ ରନ୍‌ ପାଇଁ ଶତକରୁ ବଞ୍ଚିତ ହେଲେ ପାଣ୍ଡ୍ୟା

କିମ୍ବଦନ୍ତି ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କ ପରଲୋକ

ICCର ଏହି ପୁରସ୍କାର ଦୌଡ଼ରେ ବିରାଟ; ରୋହିତ, ଅଶ୍ୱନୀ ଓ ଧୋନୀ ବି ପୁରସ୍କାର ତାଲିକାରେ ସାମିଲ୍‌

୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ

କାଳିପୂଜାରେ ଯୋଗ ଦେବା ପରେ ମିଳିଲା ହତ୍ୟା ଧମକ; କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ କ୍ୟାପ୍ଟେନ୍ ଶାକିବ ଅଲ ହସନ

ପୂର୍ବତନ କ୍ରିକେଟରଙ୍କ ଆତ୍ମହତ୍ୟା

କ୍ରିକେଟର୍ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଜବତ ହେଲା ବହୁ ମୂଲ୍ୟର ହାତଘଣ୍ଟା

ଅଷ୍ଟ୍ରେଲିଆରେ ପହଞ୍ଚିଲା ବିରାଟ ବାହିନୀ

ଧୋନି କରିବେ କୁକୁଡ଼ା ଫାର୍ମ

ମୁମ୍ବାଇ ମୁଣ୍ଡରେ ଆଇପିଏଲ୍‌ ମହା ମୁକୁଟ

୧୫୭ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ମୁମ୍ୱାଇ

IPL 2020: ଫାଇନାଲ ମ୍ୟାଚ୍‌ ପୂର୍ବରୁ ମୁମ୍ବାଇକୁ ଚେତାବନୀ ଦେଲେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌

You might also like