ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ: କୋହଲି ଓ ପୂଜାରାଙ୍କ ଅର୍ଦ୍ଧଶତକ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଭାରତର ସ୍ଥିତି ଦୃଢ଼ ରହିଛି। ପ୍ରଥମ ଇନିଂସ୍‌ରେ ୧୬୮ ରନ୍‌ର ଅଗ୍ରଣୀ ଲାଭ କରିଥିବା ଟିମ୍‌ ଇଣ୍ଡିଆ ଏବେ ସୁଦ୍ଧା ଘରୋଇ ଦଳ ଆଗରେ ଏକ ବିଶାଳ ସ୍କୋର୍‌ ଛିଡ଼ା କରିସାରିଛି। ଅଧିନାୟକ ବିରାଟ୍‌ କୋହଲି ଆଜି ତାଙ୍କ ଟେଷ୍ଟ୍‌ କ୍ୟାରିୟରର ୧୯ ତମ ଅର୍ଦ୍ଧଶତକ ହାସଲ କରି ଇଂଲଣ୍ଡ ବୋଲ୍‌ରଙ୍କ ଉପରେ ଚାପ ପକାଇଛନ୍ତି। ସେହିପରି ଟେଷ୍ଟ୍‌ ସ୍ପେଶାଲିଷ୍ଟ୍‌ ଚେତେଶ୍ୱର ପୂଜାରା ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଶେଷ ଖବର ସୁଦ୍ଧା ଟିମ୍‌ ଇଣ୍ଡିଆ ୨ ୱିକେଟ୍‌ ହରାଇ ୧୯୪ ରନ୍‌ କରି ଖେଳ ଜାରି ରଖିଛି। ଦଳ ପକ୍ଷରୁ ଅଧିନାୟକ କୋହଲି ୫୪ ଓ ପୂଜାରା ୫୬ ରନ୍‌ କରି ଅପରାଜିତ ରହିଛନ୍ତି। ସେହିପରି ଟିମ୍‌ ଇଣ୍ଡିଆ ଏବେ ୩୬୨ ରନ୍‌ର ଅଗ୍ରଣୀ ହାସଲ କରି ଦୃଢ଼ ସ୍ଥିତିରେ ପହଞ୍ଚିଛି। ଆଜି ଖେଳର ତୃତୀୟ ଦିନ ହୋଇଥିବା ବେଳେ ଏହି ମ୍ୟାଚରୁ ଫଳାଫଳ ମିଳିବ ବୋଲି କ୍ରିକେଟ୍‌ ସମୀକ୍ଷକମାନେ ଆଶା କରୁଛନ୍ତି।

You might also like