ବିରାଟ କୋହଲିଙ୍କ ଦାଢି ଚର୍ଚ୍ଚା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜର ବ୍ୟାଟିଂ ଜରିଆରେ ବହୁ ରେକର୍ଡ ନିଜ ନାମରେ କରିସାରିଛନ୍ତି। କୋହଲି ସୋସିଆଲ ମେଡିଆରେ ମଧ୍ୟ ବେଶ ଲୋକପ୍ରିୟ। ସେହିପରି ନିଜ ଫିଟନେଶ ଓ ଲୁକ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିରାଟ କିଛି ବର୍ଷ ହେବ ଦାଢି ରଖିଆସୁଛନ୍ତି।

ଯାହାକି କୋହଲିଙ୍କ ପ୍ରଶଂସକମାନଙ୍କୁ ଏହି ଲୁକ୍‌ ବହୁତ ପସନ୍ଦ ଆସିଛି। ଏହି ଦାଢିବାଲା ଲୁକ୍ ପାଇଁ ବିରାଟ ପ୍ରଶଂସକଙ୍କ ସମେତ ତାଙ୍କ ସାଥି ଖେଳାଳୀ ବି ଦାଢି ରଖିବାକୁ ପସନ୍ଦ କରୁଛନ୍ତି। ସେଥିପାଇଁ ବିରାଟଙ୍କ ଦାଢି ବର୍ତ୍ତମାନ ଦେଶର ଯୁବପିଢ଼ିଙ୍କ ଠାରେ ବେଶ ପରିଚିତ ହୋଇଛି। ଏହାରି ଭିତରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ କୋହଲିଙ୍କର ଏକ ଭିଡିଓ ଟ୍ୱିଟରରେ ପୋଷ୍ଟ କରିଛନ୍ତି।

ଏହି ଭିଡିଓରେ କିଛି ଲୋକ କୋହଲିଙ୍କ ଦାଢିର ଫଟୋ ନେଉଥିବାର ନଜର ଆସୁଛି। ଏହାଛଡା କୋହଲିଙ୍କ ଠାରୁ ଏକ ପେପରରେ ଦସ୍ତଖତ ନେଉଛନ୍ତି। ରାହୁଲ ଏହି ଭିଡିଓଟିକୁ ପୋଷ୍ଟ କରିବା ସହିତ ଲେଖଛନ୍ତି, ‘କୋହଲି ମୁଁ ଜାଣିଥିଲି ତୁମେ ତୁମ ଦାଢି ପାଇଁ ପାଗଳ ,କିନ୍ତୁ ତୁମ ଦାଢିର ବୀମା କରିବା ଖବର ମୋ ଥିଓରିକୁ ଠିକ ପ୍ରମାଣିତ କରୁଛି।

You might also like
Comments
Loading...