ICC ଟି-୨୦ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗ୍: ତାଲିକାରେ ଉପରକୁ ଉଠିଲେ ବିରାଟ ଓ କେ.ଏଲ୍. ରାହୁଲ୍
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ସହିତ ତିନିଟିକିଆ ଟି-୨୦ ସିରିଜ୍କୁ ୨-୧ରେ ଜିତି ନେଇଛି ଟିମ୍ ଇଣ୍ଡିଆ। ଏହି ସିରିଜ୍ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ କ୍ଷେତ୍ରରେ ସଫଳତା ଆଣିଦେଇଛି। ସିରିଜ୍ରେ ଭଲ ପ୍ରଦର୍ଶନ ଯୋଗୁ ଆସିସି ଟି-୨୦ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗ୍ ତାଲିକାରେ ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ରାଙ୍କ ଉପରକୁ ଉଠୁଛି।
ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ ପରେ ଆଇସିସି ତାର ଟି-୨୦ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗ୍ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବିରାଟ କୋହଲି ଓ କେଏଲ୍ ରାହୁଲ୍ ଉଭୟ ଗୋଟିଏ ଲେଖାଏଁ ପଏଣ୍ଟ ଉପରକୁ ଉଠିଛନ୍ତି। ବିରାଟ ୮ମ ସ୍ଥାନକୁ ଉତିନ୍ନ ହୋଇଥିବା ବେଳେ ରାହୁଲ୍ ୩ୟ ସ୍ଥାନକୁ ଉଠିଛନ୍ତି।
ଟି-୨୦ ସିରିଜ୍ରେ ବିରାଟ ଭଲ ପ୍ରଦର୍ଶନ କରି ଭାରତକୁ ୨-୦ରେ ସିରିଜ୍ ଜିତାଇଛନ୍ତି। ସିରିଜ୍ରେ ୪୪.୬୬ ରେଟ୍ରେ ବିରାଟ ୧୩୪ ରନ୍ କରିଥିଲେ। ଗତକାଲିର ଶେଷ ମ୍ୟାଚ୍ରେ ବିରାଟ ଜବରଦସ୍ତ ୮୫ ରନ୍ କରିଥିଲେ। ସେହିଭଳି କେଏଲ୍ ରାହୁଲ ତନୋଟି ମ୍ୟାଚ୍ରେ ୮୪ ରନ୍ କରି ୮୧୬ ପଏଣ୍ଟ ସହିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ତେବେ ଆହତ ହୋଇ ସିରିଜ୍ରୁ ବଞ୍ଚିତ ହୋଇଥିବା ହିଟ୍ ମ୍ୟାନ୍ ରୋହିତ ଶର୍ମା ଆଇସିସି ରାଙ୍କିଂରେ ପଏଣ୍ଟ ହରାଇଛନ୍ତି। ତେବେ ସେ ଏବେବି ଭାରତର ଟ-୨୦ ବ୍ୟାଟ୍ସମ୍ୟାନ୍ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ତେବେ ଆଇସିସି ରାଙ୍କିଙ୍ଗ୍ରେ ରୋହିତ ଶର୍ମା ୧୪ ନମ୍ବର ସ୍ଥାନରେ ରହିଥିବା ବେଳେ କ୍ରିକେଟ ଗବ୍ବର ଶିଖର ଧାୱନ ୧୯ ନମ୍ବରରେ ରହିଛନ୍ତି।