ବାଙ୍ଗାଲୋରକୁ ହରାଇ ୱିନିଂ ଟ୍ରାକ୍‌କୁ ଫେରିଲା ପଞ୍ଜାବ

ଶାରଜା: ଆଇପିଏଲର ୩୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଓ୍ୱିକେଟରେ ପରାସ୍ତ କରିଛି  କିଙ୍ଗସ୍‌ ଇଲେଭେନ ପଞ୍ଜାବ।  ଶାରଜା ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ମ୍ୟାଚର  ଦ୍ୱିତୀୟ ପାଳିରେ ବ୍ୟାଟିଂ କରୁଥିବା  ପଞ୍ଜାବ ୧୭୨ ରନର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୨ଟି ଓ୍ୱିକେଟ ହରାଇ ୧୭୭ ରନ୍ କରି ବିଜୟ ହାସଲ କରିଛି। ଲଗାତର୍ ୫ଟି ମ୍ୟାଚ୍‌ ହାରିବା ପରେ ଦଳ ୱିନିଂ ଟ୍ରାକ୍‌କୁ ଫେରିଛି।

ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରଓ୍ୱାଲ ୨୫ ବଲ୍‌ରେ ୪୫ ରନ୍ ଓ ଅଧିନାୟକ କେ.ଏଲ୍ ରାହୁଲ ୪୯ ବଲ୍‌ରେ ୬୧ ରନ୍ କରିଥିଲେ। ସେହିପରି ଚଳିତ ସିଜିନରେ ପ୍ରଥମ ମ୍ୟାଚ ଖେଳୁଥିବା କ୍ରିସ୍ ଗେଲ୍ ୪୫ ବଲ୍‌ରେ ୫୩ ରନ୍ କରିଥିବା ବେଳେ ଶେଷ ବଲ୍‌ରେ ନିକୋଲାସ୍ ପୁରାନ୍ ଛକା ମାରି ପଞ୍ଜାବକୁ ବିଜୟ ଦେଇଥିଲେ।

ଅନ୍ୟପଟେ ବାଙ୍ଗାଲୋର ପକ୍ଷରୁ ଦୁର୍ବଳ ବୋଲିଂ ଦେଖିବାକୁ ମିଳିଥିଲା। ୟୁଜବେନ୍ଦ୍ର ଚହଲ ମାତ୍ର ଗୋଟିଏ  ଓ୍ୱିକେଟ ନେଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ବୋଲର କୌଣସି ବି ଓ୍ୱିକେଟ ନେବାରେ ସକ୍ଷମ ହୋଇ ନଥିଲେ। ଫଳରେ ପଞ୍ଜାବ ଏହି ମ୍ୟାଚକୁ ଅତି ସହଜରେ ଜିତି ନେଇଥିଲା।  ଏହି ବିଜୟ ସହ ୪ ପଏଣ୍ଟ ସଂଗ୍ରହ କରି ପଏଣ୍ଟ ଟେବୁଲ୍‌ରେ ପୂର୍ବଭଳି ଶେଷ ସ୍ଥାନରେ ରହିଛି କିଙ୍ଗସ ଇଲେଭେନ ପଞ୍ଜାବ। ସେପଟେ ଆଜି ମୁମ୍ବାଇ ଇଣ୍ଡିଆନ୍ସ  ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଲଢ଼େଇ ହେବ। ଏହି ମ୍ୟାଚ ଆବୁଧାବିର ଜୟାଦ ଷ୍ଟାଡିୟମରେ ଖେଳାଯିବ।

ଆହୁରି ପଢ଼ନ୍ତୁ

ରାଗରେ ବ୍ୟାଟ୍‌ ଫୋପାଡ଼ି ଦେଲେ ଗେଲ୍‌ !

IPL 2020, ଧୋନିଙ୍କ ବିଜୟରୁ ଫାଇଦା ନେଲା ମୁମ୍ବାଇ

ଦିନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଏହି କ୍ରିକେଟର, ଏବେ….

ଜାରିହେଲା ଅଷ୍ଟ୍ରେଲିଆ-ଭାରତ ସିରିଜର ଖେଳସୂଚୀ

IPL 2020: ଦିଲ୍ଲୀ କ୍ୟାପିଟାଲ୍ସର ହାଟ୍ରିକ୍‌ ହାର, କ୍ୟାପ୍‌ଟେନ ଶ୍ରେୟାସ କହିଲେ…

୮ ୱିକେଟ୍‌ରେ କେକେଆରକୁ ମାତ୍‌ ଦେଲା ପଞ୍ଜାବ

ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

You might also like