ଅନ୍ତର୍ଜାତୀୟ କିକ୍ ବକ୍ସିଂରେ ଭାଗ ନେବାକୁ ସୁଯୋଗ ଅଛି; ପାଖରେ ଟଙ୍କା ନଥିବାରୁ…

ଯାଜପୁର: ପ୍ରୀତିରଞ୍ଜନ ପାତ୍ରଙ୍କୁ ଦେଶ ଲାଗି ଗୌରବ ଆଣିବା ସହ ଅନ୍ତର୍ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେବା ଲାଗି ମିଳିଛି ସୁଯୋଗ। ହେଲେ ଅର୍ଥ ତାଙ୍କ ପାଇଁ  ବାଧକ ସାଜିଛି। ପାଖରେ ଅର୍ଥ ନଥିବାରୁ କେମିତି ଖେଳରେ ଭାଗ ନେବ ସେଥିପାଇଁ ଚିନ୍ତାରେ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ପାଇକରାପୁର ଗାଁର ପ୍ରୀତିରଞ୍ଜନ ପାତ୍ର।

ଥାଇଲାଣ୍ଡର ପଟାୟା ଠାରେ ହେବାକୁ ଥିବା କିଂକ୍ ବକ୍ସିଂ ପ୍ରତିଯୋଗିତା ଲାଗି ମନୋନିତ ହୋଇଛନ୍ତି ପ୍ରୀତିରଞ୍ଜନ। ଆସନ୍ତା ମାର୍ଚ୍ଚ 7 ତାରିଖରୁ ଏହା ଆରମ୍ଭ ହେଉଥିବା ବେଳେ ଥାଇଲାଣ୍ଡ କିଭଳି ଯିବେ ତାକୁ  ନେଇ ସେ ଚିନ୍ତାରେ ପଡ଼ିଯାଇଛନ୍ତି। ପ୍ରୀତିରଞ୍ଚନ ମଧ୍ୟବିତ ପରିବାରରୁ ହୋଇଥିବାରୁ ତାଙ୍କ ପାଇଁ ଥାଇଲାଣ୍ଡ ଯିବାକୁ ଅର୍ଥ ନାହିଁ। ଏବେ କେମିତି କଣ କରି ସେ ତାଙ୍କ ସ୍ୱପ୍ନ ପୂରା କରିପାରିବେ ସେଇ ଚିନ୍ତାରେ ପ୍ରୀତିରଞ୍ଜନ ଓ ତାଙ୍କ ପରିବାର।

ନିକଟରେ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ହୋଇଥିବା ଜାତୀୟ ସ୍ତରର ପ୍ରତିଯୋଗୀତାରେ ଚମ୍ପିୟାନ ହୋଇ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ଯାଜପୁର ମାଟିର ପୁଅ ପ୍ରୀତିରଞ୍ଜନ। ହେଲେ ଏବେ ଥାଇଲାଣ୍ଡ ଯିବାକୁ ପାଖରେ ଟଙ୍କା ନଥିବାରୁ ତାଙ୍କ ସ୍ୱପ୍ନ ଅଧା ଅଧା ଲାଗୁଛି। ତେବେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ସହାୟତାର ହାତ ବଢାଇଲେ ପ୍ରୀତିରଞ୍ଜନ ଭଲ ପ୍ରଦର୍ଶନ କରିପାରନ୍ତେ ବୋଲି ମତ ରଖିଛନ୍ତି ତାଙ୍କ ବାପା।

You might also like