କପିଲ୍‌ଙ୍କ ନୂଆ ଲୁକ୍‌: ବାହୁବଳିର କଟ୍ଟପା ସହିତ ତୁଳନା କଲେ ପ୍ରଶଂସକ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ରେ ବିଶ୍ୱକପ୍‌ ବିଜେତା ବାରତୀୟ ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍‌ କପିଲ୍ ଦେବଙ୍କ ନୂଆ ଲୁକ୍‌ ଏବେ ଭାଇରଲ୍‌ ହେଉଛି। କପିଲ୍‌ଙ୍କ ନୂଆ ଲୁକ୍‌ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି। ଟ୍ୱିଟରରେ କପିଲଙ୍କ ଏହି ନୂଆ ଲୁକକୁ ପ୍ରଶଂସକ ଭିନ୍ନ ଭିନ୍ନ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି।

ଭାରତର ଏହି କିମ୍ବଦନ୍ତୀ ଅଲରାଉଣ୍ଡର ନିଜର ମୁଣ୍ଡକୁ ଲଣ୍ଡା କରିଦେଇଛନ୍ତି। କପିଲ୍ ଲଣ୍ଡା ହୋଇଥିଲେ ହେଁ, ଷ୍ଟାଇଲିଶ୍ ଦାଢ଼ି ରଖିଛନ୍ତି। କପିଲଙ୍କ ଏହି ନୂଆ ଲୁକ୍ ପୂର୍ବ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ଲାଗୁଛି। କପିଲ୍ ନିଜର ଏହି ଫଟୋକୁ ଟ୍ୱିଟର୍‌ରେ ପୋଷ୍ଟ କରିବା ପରେ ପ୍ରଶଂସକଙ୍କୁ ଭିନ୍ନ ଭିନ୍ନ ମଜାଳିଆ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ପ୍ରଶଂସକ କପିଲଙ୍କ ଏହି ଲୁକ୍‌କୁ ବାହୁବଳୀ ଫିଲ୍ମର ଅନ୍ୟତମ ଚର୍ଚ୍ଚିତ ଚରିତ୍ର କଟ୍ଟପ୍ପା ସହ ତୁଳନା କରିଛନ୍ତି।

କରୋନାଭାଇରସ୍ ଯୋଗୁ ଭାରତରେ ଲକଡାଉନ୍ ଜାରି ରହିଛି ଏବଂ ସମସ୍ତ କ୍ରିକେଟର୍ ନିଜ ନିଜର ଘରେ ପରିବାର ସହ ଅଛନ୍ତି। ଲକଡାଉନରେ ପାର୍ଲର ଏବଂ ସେଲୁନ୍ ମଧ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ଚୁଟି କାଟିବା ବଡ଼ ସମସ୍ୟା। ତେଣୁ କପିଲ୍ ଦେବ ନିଜ ଲୁକ୍ ବଦଳାଇବାକୁ ନିଷ୍ପତ୍ତି ନେଲେ ଏବଂ ସମ୍ପୂର୍ଣ୍ଣ ଲଣ୍ଡା ହୋଇଗଲେ। କପିଲ୍ ଅଲଗା ଅଲଗା ପୋଜ୍ ଦେଇ ଫଟୋ ଉଠାଇଛନ୍ତି। କପିଲ୍ କଳା ଚଷମା ଏବଂ କଳା ରଙ୍ଗର ବ୍ଲେଜର୍ ପିନ୍ଧିଛନ୍ତି। କପିଲଙ୍କ ଏହି ନୂଆ ଲୁକକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।

ଆହୁରି ପଢ଼ନ୍ତୁ

ପୁଣି ଚମକିଲା ଦିଲ୍ଲୀ ବୋଲିଂ, ହାଇଦ୍ରାବାଦ ୧୬୨/୪

ଟସ୍ ଜିତିଲା ଦିଲ୍ଲୀ, ଫେରିଲେ ଈଶାନ୍ତ ଶର୍ମା

ମୁସଲିମ୍ କ୍ରିକେଟର୍‌ଙ୍କ ଉପରେ ଢାଳିଲେ ବିଅର୍, ଆଉ ତା’ ପରେ…

ମାତ୍ର ୧୦ ମ୍ୟାଚ୍‌ରେ ୧୫୩ ଛକା

ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କଲା ବେଙ୍ଗାଲୁର

ସନ୍‌ରାଇଜର ହାଇଦ୍ରାବାଦକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା କୋଲକାତା

ପୁଣି ଟସ୍ ଜିତିଲେ ଧୋନି, ଦିଲ୍ଲୀ ଟିମରୁ ଅଶ୍ୱିନ୍ ଆଉଟ୍

ଗାଭାସ୍କରଙ୍କୁ ମୁହଁତୋଡ଼ ଜବାବ ଦେଲେ ବିରାଟ୍ କୋହଲିଙ୍କ ପତ୍ନୀ

ଆଇପିଏଲ୍‌ରେ ବର୍ଷିଲା ରାହୁଲଙ୍କ ବ୍ୟାଟ୍, ୬୯ ବଲ୍‌ରେ ୧୩୨* ରନ୍

ବିରାଟ୍‌ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ, ‘ଏତେ ଫିଟ୍ କେମିତି ରହୁଛ’

ପରଲୋକରେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଡିନ୍ ଜୋନ୍ସ

ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

You might also like