ରାଜ୍ୟ ଖେଲୋ ଇଣ୍ଡିଆ ଏକ୍ସଲେନ୍ସ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ଖେଲୋ ଇଣ୍ଡିଆ ଏକ୍ସଲେନ୍ସ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟନ ହୋଇଛି।  କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜୁ ଭିଡିଓ କନ୍ଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି। ସାରା ଦେଶରେ ଆଜି ୮ଟି ରାଜ୍ୟରେ ଏହି ଖେଲୋ ଇଣ୍ଡିଆ ଏକ୍ସଲେନ୍ସ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟନ ହୋଇଛି। ଏହି ଉତ୍ସବରେ କ୍ରୀଡା ସଚିବ ବିଶାଳ ଦେବ ଏବଂ ଆନ୍ତର୍ଜାତୀକ ଆଥଲେଟ ପୂର୍ଣ୍ଣିମା ହେମ୍ବ୍ରମ ଉପସ୍ଥିତ ଥିଲେ। ଏହି ଅବସରରେ ରିଜ୍ଜୁ କହିଛନ୍ତି ଯେ, ଆଜିର ଦିନ ଭାରତର କ୍ରୀଡା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। କ୍ରୀଡାର ମାନକୁ ବିକାଶ କରିବାରେ ଏହା ଗୁରୁତ୍ୱ ବହନ କରିବ। ଭାରତର ଯୁବପିଢି କ୍ରୀଡାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଅନେକ କିଛି ଆଶା କରୁଛନ୍ତି। ପ୍ରତି ଭାରତୀୟଙ୍କ ଜୀବନଧାରା କ୍ରୀଡା ସହ ଯେଭଳି ଜଡିତ ରହିବ, ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି। ଏନେଇ ସେ ପ୍ରତ୍ୟେକଙ୍କୁ ସୁବିଧା ଯୋଗାଇ ଦେବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ କ୍ରୀଡାର ବିକାଶ ପାଇଁ ସମସ୍ତ ପ୍ରକାର  ସହଯୋଗ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହା ସହିତ ପ୍ରତି ଖେଳାଳି ଯେଭଳି ଉନ୍ନତମାନର ତାଲିମ ପାଇବେ ସେ ଦିଗ ପ୍ରତି ଅଧିକ ଧ୍ୟାନ ଦିଆଯିବ। ଆମେ ୧-୨ଟି ପଦକରେ ଖୁସି ନୁହଁ। ଆଗାମୀ ୨୦୨୮ ଅଲମ୍ପିକ୍ସରେ ଦେଶର ସ୍ଥାନ ଟପ୍‌-୧୦ରେ ରହିବାକୁ ସେ କହିଛନ୍ତି।

 

You might also like