ଫୁଟ୍‌ବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କୁ କରୋନା

ନୂଆଦିଲ୍ଲୀ: ପର୍ତ୍ତୁଗାଲ ଫୁଟ୍‌ବଲ୍‌ ଟିମ୍ ଅଧିନାୟକ ତଥା ଜୁଭେନଟସ୍‌ ଷ୍ଟାର୍‌ କ୍ରିଷ୍ଟିଆନୋ ରୋନାଲ୍‌ଡୋ କରୋନା ପଜିଟିଭ୍ ହୋଇଛନ୍ତି। ପର୍ତୁଗିଜ୍ ଫୁଟ୍‌ବଲ ଫେଡେରେସନ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନେସନ୍‌ସ ଲିଗ୍‌ ମ୍ୟାଚ୍‌ରେ ସ୍ୱିଡେନ୍‌ ବିରୋଧରେ ଖେଳାଯିବାକୁ ଥିବା ଫୁଟ୍‌ବଲ୍‌ ମ୍ୟାଚ୍‌ର ଟିମ୍‌ରୁ ରୋନାଲ୍‌ଡୋଙ୍କୁ ବାଦ୍ ଦିଆଯାଇଛି।

FPF ଅନୁସାରେ, ରୋନାଲ୍‌ଡୋଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ତାଙ୍କ ଠାରେ କରୋନାରେଋ କୌଣସି ଲକ୍ଷଣ ଦେଖାଯାଉ ନାହିଁ। ସେ ବର୍ତ୍ତମାନ ଆଇସୋଲେସନ୍‌ରେ ରହିଛନ୍ତି। ସ୍ୱିଡେନ୍‌ ଓ ପର୍ତ୍ତୁଗାଲ ମଧ୍ୟରେ ହେବାକୁ ଥିବା ଫୁଟ୍‌ବଲ୍ ମ୍ୟାଚ୍ ପୂର୍ବରୁ ରୋନାଲ୍‌ଡୋ ପଜିଟିଭ୍ ଅଛନ୍ତି ବୋଲି ଜଣାପଡ଼ିଥିଲା ବୋଲି FPF କହିଛି।

ପୂର୍ବରୁ ହୋଇଥିବା ଦୁଇଟି ମ୍ୟାଚ୍‌ରେ ରୋନାଲ୍‌ଡୋ ପର୍ତ୍ତୁଗାଲ୍‌ର ପ୍ରତିନିଧିତ୍ୱ କରିଥିଲେ। ନେସନ୍‌ ଲିଗ୍‌ର ପ୍ରଥମ ମ୍ୟାଚ୍‌ଟି ସ୍ପେନ୍‌ ସହିତ ବନ୍ଧୁତ୍ୱପୂର୍ଣ୍ଣ ଥିଲା ଓ ଅନ୍ୟଟି ଫ୍ରାନ୍ସ ସହିତ ଖେଳାଯାଇଥିଲା।

FPF ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୩୫ ବର୍ଷୀୟ ରୋନାଲ୍‌ଡୋ କୋଭିଡ୍ ପଜିଟିଭ୍‌ ଥିବା ଜଣାପଡ଼ିବା ପରେ ବର୍ତ୍ତମାନ ତାଙ୍କୁ ଟ୍ରେନିଂ କ୍ୟାମ୍ପରୁ କାଢ଼ି ନିଆଯାଇଛି। ପୂର୍ବ ନିର୍ଦ୍ଦେଶିତ ଗାଇଡ୍‌ଲାଇନ୍ ଅନୁସାରେ ସେ ବର୍ତ୍ତମାନ ସେଲ୍‌ଫ ଆଇସୋଲେସନ୍‌ରେ ରହିବେ। ଏହି ସମୟରେ ତାଙ୍କ ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି FPF କହିଛି।

You might also like