କ୍ରିକେଟରଙ୍କୁ ମହଙ୍ଗା ପଡ଼ିଲା କୋଭିଡ୍ ପ୍ରୋଟୋକଲ୍ ଭାଙ୍ଗିବା, ପାଇଲେ ଏମିତି ଦଣ୍ଡ

ମାଞ୍ଚେଷ୍ଟର୍: କୋଭିଡ୍ ପ୍ରୋଟୋକଲ ଉଲ୍ଲଙ୍ଘନ କରିବା ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଜୋଫ୍ରା ଆର୍ଚରଙ୍କୁ ମହଙ୍ଗା ପଡ଼ିଛି। ୨୪ ବର୍ଷୀୟ ଏହି ଡାହାଣହାତୀ ପେସ୍ ବୋଲର କୋଭିଡ୍ ନିୟମ ଭାଙ୍ଗିବାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଏବେ ତାଙ୍କୁ ପାଞ୍ଚଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। ଏହା ମଧ୍ୟରେ ତାଙ୍କର ଦୁଇଟି କୋଭିଡ୍-୧୯ ପରୀକ୍ଷା କରାଯିବ। କୋଭିଡ୍-୧୯ ମହାମାରୀ ସତ୍ତ୍ୱେ ଏହି ସିରିଜ୍ ଜାରି ରହିଛି। ସାଉଥମ୍ପଟନରେ ଖେଳାଯାଇଥିବା ସିରିଜ୍ ପ୍ରଥମ ଟେଷ୍ଟରେ କୌଣସି ପ୍ରକାରର ଘଟଣା ଘଟିନଥିଲା। କିନ୍ତୁ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଆର୍ଚରଙ୍କ ଆଚରଣ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

ଇଂଲଣ୍ଡ ଆଣ୍ଡ ୱେଲ୍ସ ବୋର୍ଡ (ଇସିବି) ପକ୍ଷରୁ କୁହାଯାଇଛି ଯେ, ଆର୍ଚର ଟିମର ବାୟୋ-ସିକ୍ୟୁରିଟି ପ୍ରୋଟୋକଲ୍ ଉଲ୍ଲଙ୍ଘନ କରିଥିବାରୁ ଇଣ୍ଡିଜ୍ ବିପକ୍ଷ ଆଜିଠାରୁ ଆରମ୍ଭ ହେବାକୁଥିବା ଟେଷ୍ଟରୁ ବାଦ୍ ଦିଆଯାଇଛି। ଆର୍ଚରଙ୍କୁ ଏବେ ୫ଦିନ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ଏବଂ ତାଙ୍କର ପରୀକ୍ଷଣ ମଧ୍ୟ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ଏଜିସ୍ ବାଉଲ୍ ଓ ଏମିରେଟ୍ସ ଓଲ୍ଡ ଟ୍ରାଫର୍ଡ ଯିବା ସମୟରେ ଆର୍ଚର୍ ଏହି ନିୟମର ଉଲ୍ଲଙ୍ଘନ କରିଥିବା ଇସିବିର ଜଣେ ମୁଖପାତ୍ର କହିଛନ୍ତି। ଏହା ମଧ୍ୟରେ ଆର୍ଚର ବ୍ରିଟନଠାରେ ଥିବା ନିଜ ଫ୍ଲାଟରେ କିଛି ସମୟ ବିତାଇଥିଲେ, ଯାହାକି ନିୟମର ଉଲ୍ଲଙ୍ଘନ ଥିଲା ବୋଲି ଇସିବି ପକ୍ଷରୁ କୁହାଯାଇଛି। କୋଭିଡ୍ ଗାଇଡଲାଇନ୍ ମୁତାବକ, କୌଣସି ଖେଳାଳି ନିଜ ସାଥୀ ଖେଳାଳି ଓ ଟିମର ଷ୍ଟାଫଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ ସାକ୍ଷାତ କରିପାରିବେ ନାହିଁ। କିନ୍ତୁ ଆର୍ଚରଙ୍କ ଏହି ଭୁଲ୍ ଯେ ସାଥୀ ଖେଳାଳିଙ୍କୁ ମଧ୍ୟ ସମସ୍ୟାରେ ପକାଇପାରେ।

ତେବେ ଏ ନେଇ ଖୋଦ୍ ଆର୍ଚର ଇସିବି ନିକଟରେ କ୍ଷମା ମାଗିଛନ୍ତି। ଆର୍ଚର୍ କହିଛନ୍ତି, ଯାହା କିଛି ବି ହୋଇଛି, ସେଥିପାଇଁ ମୁଁ ଦୁଃଖିତ। ଏହାଦ୍ୱାରା ମୁଁ ନିଜକୁ ନୁହେଁ ବରଂ ଟିମର ସବୁ ଖେଳାଳିଙ୍କୁ ବିପଦରେ ପକାଇ ଦେଇଛି। ମୁଁ ଯେଉଁ କାମ କରିଛି, ତାକୁ ସ୍ୱୀକାର କରୁଛି ଏବଂ ସୁରକ୍ଷିତ ବାତାବରଣରେ ରହୁଥିବା ପ୍ରତିଟି ବ୍ୟକ୍ତିଙ୍କୁ କ୍ଷମା ମାଗୁଛି। ଆର୍ଚର୍ ଆହୁରି କହିଛନ୍ତି, ବର୍ତ୍ତମାନ ସିରିଜ୍ ଯେଉଁ ସ୍ଥିତିରେ ଅଛି, ସେହି ସମୟରେ ଦ୍ୱିତୀୟ ଟେଷ୍ଟରୁ ବାଦ୍ ମୋ ପକ୍ଷେ ଦୁଃଖଦାୟକ।

ବାର୍ବାଡୋସରେ ଜନ୍ମିତ ୨୫ ବର୍ଷୀୟ ଆର୍ଚର୍ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ୩ଟି ୱିକେଟ୍ ନେଇଥିଲେ। ଦ୍ୱିତୀୟ ଟେଷ୍ଟରେ ତାଙ୍କ ଅନୁପସ୍ଥିତି ଦଳ ପାଇଁ ନିଶ୍ଚିତ କ୍ଷତିକାରକ ହେବ। କାରଣ ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଇଣ୍ଡିଜଠାରୁ ୪ ୱିକେଟରେ ପରାସ୍ତ ହୋଇଥିବା ବେଳେ ଘରେ ଦଳ ପାଇଁ ଦ୍ୱିତୀୟ ଟେଷ୍ଟ ‘କର ବା ମର’ ହେବ।

ଆହୁରି ପଢ଼ନ୍ତୁ

ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

ଆରମ୍ଭରୁ ଝଟ୍‌କା, ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର୍

ଧୋନିଙ୍କୁ ଦେଖିବା ମାତ୍ରକେ ହାତ ଯୋଡ଼ି ନମସ୍କାର କଲେ ଏହି ଯୁବ କ୍ରିକେଟର୍

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

IPL 2020 News: କାହା ପାଇଁ ପଲଟିଲା ବାଜି, ଜବାବ ଦେଲେ ବିରାଟ୍ କୋହଲି

ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

IPL 2020 News: ଦମ୍ ଦେଖାଇଲେ ଷ୍ଟୋଇନିସ୍, ପଞ୍ଜାବକୁ ୧୫୮ ରନର ଟାର୍ଗେଟ୍

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଆଇପିଏଲରେ ଡେବ୍ୟୁ କଲେ ଓଡ଼ିଆ ପୁଅ

ଚେନ୍ନାଇର ଜବରଦସ୍ତ କମବ୍ୟାକ୍, ୧୬୨ ରନରେ ଅଟକିଲା ଡିଫେଣ୍ଡିଂ ଚାମ୍ପିୟନ୍

ବାଜିଲା ଆଇପିଏଲ୍ ବିଗୁଲ୍‌, ଟସ୍ ଜିତିଲେ ଧୋନି

IPL 2020 Guidelines: ପ୍ରଥମଥର କଟକଣା ଭିତରେ ଆଇପିଏଲ୍, ଲାଗୁ ହେବ ଏହିସବୁ ନିୟମ

You might also like