ହାତରେ ଖଣ୍ଡା ଧରି ବିବାଦୀୟ ବୟାନ ଦେଲେ ଏହି ପୂର୍ବତନ ପାକ୍ କ୍ରିକେଟର

କରାଚୀ: କଶ୍ମୀର ମାମଲାକୁ ନେଇ ପୂରା ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଗୋଟିଏ ପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କଶ୍ମୀରକୁ ନେଇ ଅଧୈର୍ଯ୍ୟ ହୋଇଛନ୍ତି, ସେହିପରି ଏଥିରେ ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ମଧ୍ୟ ମନଇଚ୍ଛା ମନ୍ତବ୍ୟ ଦେବାରେ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ଏହି ମାମଲାରେ ସାମ୍ନାକୁ ଆସିଛନ୍ତି ଜାଭେଦ୍ ମିଆଁଦାଦ। ସୋଶାଲ ମିଡିଆରେ ମିଆଁଦାଦଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ପ୍ରଦର୍ଶନ କରୁଥିବା ସମୟରେ ହାତରେ ଖଣ୍ଡା ଧରି କଶ୍ମୀରବାସୀଙ୍କ ସହ ଛିଡ଼ା ହୋଇ କଥା କହୁଛନ୍ତି।

ଏହି ଭିଡିଓରେ ମିଆଁଦାଦ ପାକିସ୍ତାନ ଟିମର ଜର୍ସି ପିନ୍ଧିଛନ୍ତି ଏବଂ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, “କଶ୍ମୀରବାସୀ ଚିନ୍ତା କର ନାହିଁ, ଆମେ ଆପଣଙ୍କ ସହ ଅଛୁ। ମୋ ପାଖରେ ବ୍ୟାଟ୍ ମଧ୍ୟ ଅଛି। ପ୍ରଥମେ ମୁଁ ଛକା ମାରୁଥିଲି। ଏବେ ମୋ ପାଖରେ ଏହି ଖଣ୍ଡା ବି ଅଛି।” ତେବେ ମିଆଁଦାଦ ଏତିକିରେ ଅଟକି ନଥିଲେ ଏବଂ ପୁଣିଥରେ ଗର୍ବର ସହ ଖଣ୍ଡା ଦେଖାଇ କହିଥିଲେ, “ଯଦି ମୁଁ ବ୍ୟାଟରେ ଛକା ମାରିପାରିଲି, ତାହେଲେ ଖଣ୍ଡା ଦ୍ୱାରା ମଣିଷକୁ କାହିଁକି ମାରିପାରିବିନି।”

ତେବେ ମିଆଁଦାଦ ପ୍ରଥମଥର ପାଇଁ କଶ୍ମୀରକୁ ନେଇ ଏଭଳି ମନ୍ତବ୍ୟ ଦେଇନାହାନ୍ତି। ଏହା ପୂର୍ବରୁ ସେ ଭାରତକୁ ପରମାଣୁ ବୋମାରେ ଉଡାଇବା ନେଇ ଧମକ ଦେଇସାରିଛନ୍ତି। ମିଆଁଦାଦ କହିଥିଲେ, “ମୁଁ ପୂର୍ବରୁ କହିସାରିଛି ଯେ ଭାରତ ଏକ ଭୟାଳୁ ଦେଶ। ସେମାନେ ଏପର୍ଯ୍ୟନ୍ତ କ’ଣ କରିଛନ୍ତି। ପରମାଣୁ ବୋମା ଆମେ କେବଳ ଦେଖାଇବା ପାଇଁ ରଖିନାହୁଁ। ଯଦି ଆବଶ୍ୟକ ପଡ଼େ, ତାହେଲେ ଆମେ ପରମାଣୁ ବୋମା ଦ୍ୱାରା ଭାରତକୁ ସଫା କରିଦେବୁ।” ମିଆଁଦାଦଙ୍କ ବ୍ୟତୀତ କଶ୍ମୀର ମାମଲାରେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦ୍ ଆଫ୍ରିଦି ଓ ବର୍ତ୍ତମାନ ଟିମର କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ମଧ୍ୟ ବୟାନ ଦେଇସାରିଛନ୍ତି।

ଆହୁରି ପଢ଼ନ୍ତୁ

୮ ୱିକେଟ୍‌ରେ କେକେଆରକୁ ମାତ୍‌ ଦେଲା ପଞ୍ଜାବ

ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ମୁମ୍ବାଇକୁ ୧୧୫ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ

କ୍ରିକେଟ୍ କିମ୍ବଦନ୍ତୀ କପିଲ ଦେବଙ୍କୁ ହୃଦ୍‌ଘାତ; ଡାକ୍ତରଖାନାରେ ଭର୍ତ୍ତି

ଆଇପିଏଲ ବେଟିଂ; ଜବତ ହେଲା ବିପୁଳ ପରିମାଣର ଟଙ୍କା

You might also like