ସାତ ଜନ୍ମର ସାଥୀ ବାଛି ନେଲେ ଜଶପ୍ରୀତ, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ, ଭିଡିଓ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ଷ୍ଟାର ଖେଳାଳି ତଥା ଦ୍ରୁତ ବୋଲର ଜସପ୍ରୀତ ବୁମରାହ । ଗତକାଲି ସ୍ପର୍ଟସ ଆଙ୍କର ସଂଜନା ଗଣେଶନ ଏବଂ ଯଶପ୍ରୀତଙ୍କ ବିବାହ ଗୋଆରେ ସମ୍ପନ୍ନ ହୋଇ ଯାଇଛି। ଶିଖ ପରମ୍ପରା ଅନୁସାରେ ଦୁହିଁଙ୍କର ବିବାହ ଗୁରୁଦ୍ୱାରରେ ହୋଇଯାଇଛି। ଉଭୟେ ସୋସିଆଲ ମିଡିଆରେ ସେମାନଙ୍କର ବିବାହ ସମୟର ଫଟୋ ସେୟାର କରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି।

ବିବାହ ଫଟୋ ସହ ବୁମ୍‌ରାହ ଏବଂ ସଂଜନା ହଲ୍‌ଦୀ, ମେହେନ୍ଦୀ ଏବଂ ସଂଗୀତ କାର୍ଯ୍ୟକ୍ରମର ଫଟୋ ମଧ୍ୟ ସୋଶାଲ ମିଡିଆରେ ସେୟାର କରିଛନ୍ତି ଯାହା ଖୁବ୍‌ ଭାଇରାଲ ହୋଇଛି। ଗତ କିଛି ଦିନ ହେବ ବୁମରାହ ଏବଂ ସଞ୍ଜନା ବିବାହ କରିବେ ବୋଲି ସୋସିଆଲ ମିଡିଆରେ ଶୁଣିବକୁ ମିଳିଥିଲା। ଏବେ ଫଟୋ ସେୟାର କରି ଉଭୟେ ବିବାହ କରିଥିବା ଫ୍ୟାନ୍ସମାନଙ୍କୁ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଉଭୟେ କହିଛନ୍ତି, ଜୀବନର ନୂଆ ଯାତ୍ରା ଆରମ୍ଭ ହୋଇଯାଇଛି। ଏହା ତାଙ୍କ ଜୀବନର ସବୁଠାରୁ ଖୁସିର ଦିନମାନଙ୍କ ମଧ୍ୟରୁ ଗୋଟିଏ।

ଇନ୍‌ଷ୍ଟାରେ ଉଭୟ ଲେଖିଛନ୍ତି, ‘ପ୍ରେମରୁ ପ୍ରେରଣା ପାଇ ଆମେ ସାଥୀ ହୋଇ ଏକ ନୂଆ ଯାତ୍ରା ଆରମ୍ଭ କରିଛୁ। ଆଜିର ଦିନ ଆମ ଜୀବନର ସବୁଠାରୁ ଖୁସି ଦିନମାନଙ୍କ ମଧ୍ୟରୁ ଗୋଟିଏ। ଆମ ବିବାହ ଖବର ଏବଂ ଆମ ଖୁସି ଆପଣଙ୍କ ସହ ସେୟାର କରି ଖୁବ୍‌ ଆନନ୍ଦ ଅନୁଭବ କରୁଛୁ।

ଏଠି କହିରଖିବୁ, ସଞ୍ଜନା ଆଇପିଏଲ ସମୟରେ କେକେଆର ଡାଇରିଜ ନାମକ ଏକ ଶୋ’ରେ ହୋଷ୍ଟ ଥିଲେ। ସେ ୨୦୧୬ରୁ କେକେଆର ସହ ଜଡିତ ଅଛନ୍ତି ଏବଂ ନାଇଟ କ୍ଲବ ନାମକ ଏକ ଶୋ’ରେ ହୋଷ୍ଟ ଅଛନ୍ତି। ସେ ଆଇସିସି ୱାର୍ଲଡ କପ୍‌ ୨୦୧୯ ମଧ୍ୟ କଭର କରିଛନ୍ତି। ସଞ୍ଜନା ଇଞ୍ଜିନିୟରିଂ କରିଛନ୍ତି। ତେବେ ମଡେଲିଂ ପ୍ରତି ତାଙ୍କର ରୁଚି ରହିଛି। ୨୦୧୪ରେ ସେ ମିସ୍‌ ଇଣ୍ଡିଆ ଫାଇନାଲ ପର୍ଯ୍ୟନ୍ତ ଯାଇଥିଲେ। ସେ ୨୦୧୩ରେ ଫେମିନା ଗାର୍ଜିୟସ୍‌ ପୁରସ୍କାର ଜିତିଥିଲେ। ପପୁଲାର୍‌ ରିଅଲିଟି ଟିଭି ଶୋ’ MTV Splitsvilla 7ରୁ ସଞ୍ଜନା ଡେବ୍ୟୁ କରିଥିଲେ।

ସୂଚନାଥାଉ କି, ତେଲୁଗୁ ଓ ମାଲାୟାଲମ୍‌ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଅନୁପମା ପରମେଶ୍ୱରନ୍‌ଙ୍କୁ ସେ ବିବାହ କରିବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ହେଲେ ଅନୁପମା଼ଙ୍କ ମା’ ଏହି କଥାକୁ ଖଣ୍ଡନ କରିଥିଲେ। ସେ କହିଥିଲେ,  ଏମିତି କିଛି ବି ପ୍ଲାନ୍‌ ନାହିଁ। ଅନୁପମା ସବୁବେଳେ ତାଙ୍କ ୱାର୍କକୁ ନେଇ ବ୍ୟସ୍ତ ରହୁଛନ୍ତି। ଉଭୟ ଭଲ ବନ୍ଧୁ। ଉଭୟ ଉଭୟଙ୍କୁ କିଛିଦିନ ତଳେ ସୋସିଆଲ୍‌ ମିଡିଆରେ ଫଲୋ କରିବା ଆରମ୍ଭ କରିବା ପରେ ଏପରି ଗୁଜବ ଶୁଣିବାକୁ ମିଳିଛି।

ପରେ ବୁମରାହ ସଞ୍ଜନାଙ୍କୁ ବିବାହ କରିବେ ବୋଲି କୁହାଯାଇଥିଲା। ଦୁହେଁ ଏକକାଳୀନ ଛୁଟି ନେଇଥିବାରୁ ଏମାନେ ବିବାହ କରିବେ ବୋଲି ଫ୍ୟାନ୍ସମାନେ ଅନୁମାନ କରିଥିଲେ ଏବଂ ଏହି ଅନୁମାନ ଆଜି ସତ ହୋଇଛି।

 

View this post on Instagram

 

A post shared by samar_13 (@virat_universss)

You might also like