ଏହି ଅଭିନେତ୍ରୀଙ୍କୁ ବିବାହ କରିବେ କି ଜସ୍‌ପ୍ରୀତ ବୁମରାହ ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ଜସ୍‌ପ୍ରୀତ ବୁମରାହ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି। ମିଳିଥିବା ସୂଚନା ଅନୁସାରେ, ବ୍ୟକ୍ତିଗତ କାରଣ ଦର୍ଶାଇ ବୁମରାହ କିଛିଦିନ ଛୁଟିରେ ରହିବା ପାଇଁ BCCI(Board of Control for Cricket in India)କୁ ଅନୁମତି ମାଗିଥିଲେ ଓ ଛୁଟି ପାଇଁ ତାଙ୍କୁ ଏହି ଅନୁମତି ମିଳିଛି। ଫଳରେ ସେ ଏବେ ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟ୍‌ ମ୍ୟାଚ୍‌ ଆଉ ଖେଳିବେ ନାହିଁ।

TimesnowNewsର ଏକ ରିପୋର୍ଟ ଅନୁସାରେ, ବୁମରାହ ଚଳିତ ମାସରେ ବିବାହ କରିବେ। ତେଣୁ ସେ ବ୍ରେକ୍‌ ନେଇଛନ୍ତି। ଗୋଆରେ ଏହି ବିବାହ ଅନୁଷ୍ଠିତ ହେବ। ବିବାହ କାର୍ଯ୍ୟକ୍ରମରେ ଘନିଷ୍ଠ ସମ୍ପର୍କୀୟ ଯୋଗଦେବେ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ତେଲୁଗୁ ଓ ମାଲାୟାଲମ୍‌ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଅନୁପମା ପରମେଶ୍ୱରନ୍‌ଙ୍କ ସହ ‌ଜସ୍‌ପ୍ରୀତ ବୁମରାହଙ୍କ ନାଁ ଯୋଡ଼ା ଯାଉଛି। ଉଭୟ ଡେଟିଂ କରୁଥିବା ନେଇ ଚର୍ଚ୍ଚା ହେଉଛି। ତେଣୁ ବୁମରାହ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅନୁପମାଙ୍କୁ ବିବାହ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ହେଲେ ଜସ୍‌ପ୍ରୀତ କିମ୍ବା ଅନୁପମା କେବେବି ନିଜ ସମ୍ପର୍କକୁ ନେଇ ବର୍ତ୍ତମାନ ସୁଦ୍ଧା କିଛି କହି ନାହାନ୍ତି। ବୁମରାହ ଛୁଟି ନେବା ଖବର ସାମ୍ନାକୁ ଆସିବାର କିଛି ଦିନ ପରେ ଅନୁପମା ମଧ୍ୟ ଛୁଟିରେ ଯିବା ପାଇଁ ପ୍ଲାନ୍‌ କରୁଥିବା ଜଣାପଡ଼ିଛି। ଇନ୍‌ଷ୍ଟାଗ୍ରାମରେ ଫଟୋ ଶେଆର କରି କ୍ୟାପ୍‌ସନ୍‌ରେ ଅନୁପମା ଲେଖିଛନ୍ତି, Happy holiday to me 🤪🤞🏻’।

ଉଭୟ ବୁମରାହ ଓ ଅନୁପମା ଏକାସଙ୍ଗରେ ଛୁଟି ନେଉଥିବାରୁ ବିବାହ କରିବେ ବୋଲି କୁହାଯାଉଛି। ହେଲେ ବିବାହକୁ ନେଇ ବୁମରାହ କି ଅନୁପମା ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦେଇ ନାହାନ୍ତି।

You might also like