ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ITF ପ୍ରୋ ଟେନିସ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଡ୍ର
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଜମିବ ଆନ୍ତର୍ଜାତିକ ଟେନିସର ଆସର। ଆଜିଠାରୁ ଆରମ୍ଭ ହୋଇଛି ITF ପ୍ରୋ ଟେନିସ ଟୁର୍ଣ୍ଣାମେଣ୍ଟ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ବିଧିବଦ୍ଧ ଉଦଘାଟନ କରିଥିଲେ।
୩୨ଟି ଡ୍ର ବିଶିଷ୍ଟ ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ସମେତ ୧୧ଟି ଦେଶର ୩୨ଜଣ ଖେଳାଳି ଭାଗ ନେଉଛନ୍ତି। ଓଡିଶାର ଦୁଇ ଜଣ ଖେଳାଳି ଚିନ୍ମୟ ପ୍ରଧାନ ଏବଂ ଅଂଶୁ ଭୂୟାଁଙ୍କୁ ୱାଇଲ୍ଡ କାର୍ଡ ଏଣ୍ଟ୍ରି ମିଳିଛି। ଟୁର୍ଣ୍ଣାମେଣ୍ଟର ପୁରସ୍କାର ରାଶି ୯ ଲକ୍ଷ ୭୫ ହଜାର ଟଙ୍କା ରହିଛି।
୪ଟି ଡେକୋ କଟେଡ କୋର୍ଟରେ ସମସ୍ତ ମ୍ୟାଚ ଖେଳାଯିବ। ସିଙ୍ଗଲସ୍ ଓ ଡବଲ୍ସ ଇଭେଣ୍ଟ ଖେଳାଯିବ। ମ୍ୟାଚ୍ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ଓଡିଶା ଟେନିସ୍ ଆସୋସିଏସନ୍ ପକ୍ଷରୁ ଆୟୋଜନ କରାଯାଇଛି। ପ୍ରଥମ ଥର ପାଇଁ ଓଡିଶାରେ ଏଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଛି ।