କ୍ରିକେଟର ଇଶାନଙ୍କ ଡେବ୍ୟୁ ପୂର୍ବରୁ ନିଜ ତ୍ୱଚାରେ ରକ୍ତ ଲଗାଇଲେ ଗର୍ଲଫ୍ରେଣ୍ଡ

ନବାଦା: ଭାରତୀୟ କ୍ରିକେଟର ଉଦୀୟମାନ ଖେଳାଳି ଇଶାନ କିଶାନଙ୍କ ଉପରେ ଏବେ ସମସ୍ତଙ୍କ ନଜର। ଅନ୍ତର୍ଜାତୀୟ ମ୍ୟାଚରେ ପ୍ରଥମ ଥର ପାଇଁ ଖେଳି କମାଲ ଦେଖାଇଛନ୍ତି ଇଶାନ। ଟି-୨୦ରେ ଇଂଲଣ୍ଡ ବିରୋଧ ଶାନଦାର ବୋଲିଂ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଏଥି ସହିତ ପ୍ରଥମ ମ୍ୟାଚରେ ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମ୍ୟାଚରେ ୫୬ ରନ୍‌ କରିବା ସହ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି। ଏହି କାରଣରୁ ପୁରା ଦେଶରେ ଖୁସିର ମାହୋଲ। ଇଶାନଙ୍କ ନିଜ ଘର ନବାଦାରେ ତ ଉତ୍ସବର ମାହୋଲ।

ଇଶାନ ଯେତେବେଳେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଖେଳିବାର ସୁଯୋଗ ପାଇଥିଲେ ସେତେବେଳେ ପରିବାର ଲୋକେ ବେଶ ଖୁସି ହୋଇଥିଲେ। ଇଶାନଙ୍କ ଭାଉଜ ଡା. ପଲ୍ଲବୀ କହିଛନ୍ତି, ଇଶାନ ଯେଉଁଥିପାଇଁ ସିଲେକ୍ଟ ହୋଇଥିଲେ ତାହା କରି ଦେଖାଇଛନ୍ତି। ମ୍ୟାଚ୍‌ ପରେ ସେ ଇଶାନଙ୍କୁ ଫୋନ କରିଥିଲେ ଏବଂ  ଶୁଭେଚ୍ଛା ଜଣାଇଥିଲେ ବୋଲି କହିଛନ୍ତି। ଫୋନରେ କଥା ହେବା ସମୟରେ ଇଶାନ ଭାଉଜଙ୍କୁ କହିଥିଲେ, ମ୍ୟାଚ୍‌ ସମୟରେ ସେ ଖୁବ୍‌ ନର୍ଭସ ଥିଲେ। ଆଇପିଏଲ ଏବଂ ଅନ୍ୟ ମ୍ୟାଚ୍‌ ଅଲଗା, କିନ୍ତୁ ଦେଶ ପାଇଁ ଖେଳିବା ବହୁତ ବଡକଥା ଥିଲା। ତେବେ ମ୍ୟାଚ୍‌ ସମୟରେ ସବୁ ଖେଳାଳି ତାଙ୍କୁ ପ୍ରୋତ୍ସାହିତ କରିଥିଲେ ବୋଲି ସେ କହିଛନ୍ତି।

ଡେବ୍ୟୁ ମ୍ୟାଚ୍‌ରେ ଯେଉଁପରି ପ୍ରେସରରେ ରହିବା କଥା ତାହାକୁ ଇଶାନ ବେଶ ଭଲ ଭାବେ ହାଣ୍ଡେଲ କରିଥିଲେ। ବ୍ୟାଟିଂ ସମୟରେ କୋହଲି ତାଙ୍କୁ ବହୁତ ସପୋର୍ଟ କରିଥିଲେ ବୋଲି ସେ କହିଛନ୍ତି।

ଇଶାନଙ୍କ ବ୍ୟାଟିଂକୁ ନେଇ ସାରା ଦେଶରୁ ଛୁଟୁଛି ପ୍ରଶଂସାର ସୁଅ। ଆଗକୁ ଏହିପରି ଧାରା ବଜାୟ ରଖିବା ପାଇଁ ସମସ୍ତେ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି। ଯାହା ବି ହେଉ, ପ୍ରଥମ ମ୍ୟାଚରେ ଭଲ ଖେଳି ଇଶାନ ମୁଖ୍ୟ ଖବର ପାଲଟି ଯାଇଛନ୍ତି। ଏଥିସହିତ ତାଙ୍କ ଗର୍ଲ ଫ୍ରେଣ୍ଡ ଅଦିତି ହୁନ୍ଦିଆ (Aditi Hundia)ଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି, ଇଶାନ ଡେବ୍ୟୁ କରିବା ପୂର୍ବରୁ ଅଦିତି ନିଜ ଶରୀରରେ ରକ୍ତ ଲଗାଇଥିଲେ ଏବଂ ଏହାର ଫଟୋ ଇନ୍‌ଷ୍ଟାରେ ଶେୟାର କରିଥିଲେ।

ପ୍ରକୃତ କଥା ହେଲା, ଏହି ଫଟୋ ତାଙ୍କ PRP ଅର୍ଥାତ ପ୍ଲେଟଲେଟ ରିଚ୍‌ ପ୍ଲାଜ୍‌ମା ଥେରାପିର ଅଟେ। ଏହା ଏକ ଚିକିତ୍ସା ପଦ୍ଧତି ଅଟେ।  ଷ୍ଟ୍ରେସ୍‌ର ପ୍ରଭାବ ଚେହେରା ଉପରେ ନ ପଡ଼ିବା ପାଇ ଏ ପ୍ରକାର ଥେରାପିରେ ଚିକିତ୍ସା କରାଯାଇଥାଏ। ଏହି ଚିକିତ୍ସା ପଦ୍ଧତିରେ ଶରୀରରୁ ୨୦ରୁ ୩୦ ମିଲିଲିଟର ରକ୍ତ ନିଆଯାଇଥାଏ ଏବଂ ଏହି ରକ୍ତକୁ ପ୍ଲାଜ୍‌ମାରେ ପରିବର୍ତ୍ତନ କରାଇ ଇଞ୍ଜେକସନ ସହାୟତାରେ ଶରୀରରେ ଯେଉଁ ଜାଗାରେ ଆବଶ୍ୟକ ଇଞ୍ଜେକ୍ଟ କରାଯାଇଥାଏ। ଏହା ତ୍ୱଚାରେ ଥିବା କୋଲେଜନ ନାମକ ଏକ ପ୍ରୋଟିନକୁ ବଢାଇବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା

ବୟସ ବୃଦ୍ଧି ସହ ହେଉଥିବା ତ୍ୱଚାରେ ହାଲୁକା କୁଞ୍ଚନ ଏବଂ ସୂକ୍ଷ୍ମ ରେଖା ସମସ୍ୟାକୁ ହ୍ରାସ କରିଥାଏ। ଅଦିତି ଏହି ଟ୍ରିଟ୍‌ମେଣ୍ଟ କରୁଥିବାରୁ ତାଙ୍କ ମୁହଁରେ ରକ୍ତ ଦାଗ ଥିବା ନଜର ଆସିଛି। ମଡେଲ ଅଦିତି ଇଶାନଙ୍କୁ ଡେବ୍ୟୁ ପାଇଁ ଶୁଭେଚ୍ଛା ଦେଇ ଶାନ୍‌ଦାର ଫଟୋ ବି ଶେୟାର କରିଛନ୍ତି। ସେ ଇଶାନଙ୍କ ସହ ନିଜର ଏକ ଫଟୋ ଇନ୍‌ଷ୍ଟାରେ ଶେୟାର କରି କହିଛନ୍ତି ‘ମୁବାରକ ମେରେ କ୍ୟୁଟି’। ଏଠି କହିରଖିବୁ, ଅଦିତି ୨୦୧୭ ମିସ୍‌ ଇଣ୍ଡିଆ ଫାଇନାଲିଷ୍ଟରେ ଥିଲେ।

 

You might also like