ଓଡ଼ିଆ ଯୁବକ ହେଲେ ଆଇରନ୍‌ ମ୍ୟାନ୍‌

କଳାହାଣ୍ଡି: ସୁଇଜରଲାଣ୍ଡରେ ଅନୁଷ୍ଠିତ ଆଇରନ୍‌ ମ୍ୟାନ୍‌ ପ୍ରତିଯୋଗିତାରେ କଳାହାଣ୍ଡିର ଅଭିଷେକ ପାଟ୍ଟଯୋଶୀ ଚାମ୍ପିଅନ ହୋଇଛନ୍ତି।

ଓ୍ୱାର୍ଲଡ୍ ଟ୍ରାଇଆଥଲନ କର୍ପୋରେସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶହ ଶହ ଖେଳାଳିଙ୍କୁ ପଛରେ ପକାଇ ଅଭିଷେକ ଏହି ସଫଳତା ପାଇଛନ୍ତି।

ପ୍ରତିଯୋଗୀଙ୍କୁ ୧୮ ଘଣ୍ଟା ଭିତରେ ସମୁଦ୍ରରେ ୩.୮ କିଲୋମିଟର ପହଁରିବା, ୧୮୦ କିଲୋମିଟର ସାଇକେଲ ଚଲାଇବା ଓ ୪୨.୨ କିଲୋମିଟର ଦୌଡ଼ିବା ଶେଷ କରିବାକୁ ପଡ଼ିଥାଏ।  ହେଲ ଘଣ୍ଟାଏ ପୂର୍ବରୁ ଅର୍ଥାତ୍‌ ୧୭ ଘଣ୍ଟାରେ ଅଭିଷେକ ଏହିସବୁ ଅତିକ୍ରମ କରି ସଫଳତା ଅର୍ଜନ କରିଛନ୍ତି।

You might also like