କରୋନା ମୁକାବିଲା ପାଇଁ ପଠାନ ବ୍ରଦର୍ଶ ନେଲେ ଏଭଳି ପଦକ୍ଷେପ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସରକାରଙ୍କୁ ସାହାଯ୍ୟ କରିବାକୁ ବଡ଼ ବଡ଼ ବ୍ୟବସାୟୀ ଓ ନାମିଦାମି ସେଲିବ୍ରେଟିମାନେ ବିଭିନ୍ନ ପଦକ୍ଷେପ ନେଉଥିବାର ଦେଖାଯାଉଛି।

କରୋନା ମୁକାବିଲା ପାଇଁ ସେହିଭଳି ଏକ ପଦକ୍ଷେପ ନେଇଛନ୍ତି ଭାରତୀୟ କ୍ରିକେଟର ଷ୍ଟାର୍‌ ଅଲ୍‌ରାଉଣ୍ଡର ଇର୍ଫାନ୍‌ ପଠାନ। ତାଙ୍କ ସହିତ ତାଙ୍କ ଭାଇ ୟୁସୁଫ୍‌ ମଧ୍ୟ ଅଛନ୍ତି। ଦେଶର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପଠାନ ବ୍ରଦର୍ଶ ବଡ଼ୌଦାରେ ୪ ହଜାର ମାସ୍କ ଦାନ କରିଛନ୍ତି।

ଦୁଇ ଭାଇ ଏ ସମ୍ପର୍କରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ମଧ୍ୟ ଶେୟାର୍ କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ‘ସ୍ଥାନୀୟ ପ୍ରଶାସନଙ୍କୁ ଏହି ମାସ୍କ ଦେବା ପାଇଁ ଯାଉଛୁ। ଯାହାଦ୍ୱାରା ଆବଶ୍ୟକ କରୁଥିବା ଲୋକଙ୍କ ସାହାଯ୍ୟ ହୋଇପାରିବ’।

ଇର୍‌ଫାନ ନିଜ ଫେସ୍‌ବୁକରେ ମଧ୍ୟ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥରେ ୟୁସୁପ୍‌ ଓ ତାଙ୍କ ପାଖରେ ମାସ୍କ ବକ୍ସ ଥିବା ଦେଖାଯାଉଛି। ଭିଡିଓରେ ଇର୍ଫାନ କହୁଛନ୍ତି “ୟେ ସବୁ ମାସ୍କ ଆବ୍ବାଙ୍କ ନାଁରେ ଆସିଛି ତାଙ୍କର ଏକ ଟ୍ରଷ୍ଟ ଚାଲୁଛି। ଏସବୁ ଏହିଠାରୁ ସ୍ୱାସ୍ଥ୍ୟ ବିଭାଗ ପାଖକୁ ଯିବ। ସେଠାରୁ ଆବଶ୍ୟକ କରୁଥିବା ଲୋକଙ୍କ ମଧ୍ୟରେ ବଣ୍ଟାଯିବ।”

ତେବେ ସବୁ ମାସ୍କ ସ୍ୱାସ୍ଥ୍ୟ ବିଭାଗ, ପୁଲିସ୍ ବିଭାଗ, ସଫାଇ ବିଭାଗ ଓ ସୁରକ୍ଷା ବିଭାଗ ସହିତ ଜଡ଼ିତ ସଂସ୍ଥାକୁ ଯିବ ବୋଲି ଭିଡିଓରେ ୟୁସୁଫ୍‌ ମଧ୍ୟ କହିଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ମୁକାବିଲା ପାଇଁ ରୋହିତ ଦେଲେ ୮୦ ଲକ୍ଷ

ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

ସଚେତନ ରୁହ, ନହେଲେ ନିଆଁ ଭଳି ମାଡ଼ିଯିବ କରୋନା

କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

କ୍ୱାରେଣ୍ଟାଇନ୍‌ରେ ରହିଲେ ନିଜାମୁଦ୍ଦିନ୍‌ରୁ ଫେରିଥିବା ୩ ଓଡ଼ିଆ

ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗ ଦେଇଥିବା ୯ ଜଣଙ୍କ ମୃତ୍ୟୁ, ୨୪ ଆକ୍ରାନ୍ତ

ହୋମ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକେ ଘଣ୍ଟାକୁ ଥରେ ସେଲ୍‌ଫି ପଠାଇବେ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୧ ଛୁଇଁଲା

You might also like