ପତ୍ନୀଙ୍କ ସହ ଫଟୋ ପୋଷ୍ଟ କରି ଫସିଗଲେ ଇର୍ଫାନ ପଠାନ୍‌

ମୁମ୍ୱାଇ: ପଠାନ୍‌ ବ୍ରଦର୍ସ ଏବେ ଟିମ୍‌ ଇଣ୍ଡିଆରେ ନାହାନ୍ତି ସତ। ହେଲେ ବର୍ତ୍ତମାନ ବି ସେମାନଙ୍କର ଫ୍ୟାନ୍‌ କମ୍‌ ନାହାନ୍ତି। ଇର୍ଫାନ ପଠାନ୍‌ କେବଳ ତାଙ୍କ ଖେଳ ପାଇଁ ନୁହେଁ ତାଙ୍କ କ୍ୟୁଟ୍‌ ଲୁକ୍‌ ପାଇଁ ମଧ୍ୟ ବେଶ୍‌ ପରିଚିତ। 

ବର୍ତ୍ତମାନ ଇର୍ଫାନ ତାଙ୍କ ପତ୍ନୀଙ୍କ ସହ କାଶ୍ମୀରରେ ଛୁଟି କଟାଉଛନ୍ତି। ଏହାରି ଭିତରେ ଇନ୍‌ଷ୍ଟାଗ୍ରାମରେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ତାଙ୍କୁ ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ର ସାମ୍ନା କରିବାକୁ ପଡ଼ିଛି।

ଫଟୋରେ ଦେଖାଯାଉଛି, ଇର୍ଫାନଙ୍କ ସହିତ ତାଙ୍କ ପତ୍ନୀ ରହିଛନ୍ତି। ହେଲେ ସେ ତାଙ୍କ ମୁଁହକୁ ହାତରେ ଲୁଚାଇଛନ୍ତି। ଏହା କିନ୍ତୁ ସ୍ଫଷ୍ଟ ହୋଇନି ଯେ ସେ କ’ଣ ପାଇଁ ଏମିତି କରିଛନ୍ତି। ହେଲେ ଟ୍ରୋଲ୍‌ର ମାନେ ଭାବିଛନ୍ତି ଇର୍ଫାନ୍‌ ହିଁ ତାଙ୍କୁ ମୁହଁ ଲୁଚାଇବା ପାଇଁ ବାଧ୍ୟ କରିଛନ୍ତି। ଯେଉଁଥି ପାଇଁ ଟ୍ରୋଲ୍‌ରମାନେ ତାଙ୍କୁ ଅତି କଡ୍ଡା ଭାଷାରେ ନିନ୍ଦା କରିଛନ୍ତି।

You might also like