ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ୍ ମହାସମର
ନୂଆଦିଲ୍ଲୀ: ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୧। ଏନେଇ ବିଧିବଦ୍ଧ ଭାବେ ଘୋଷଣା ବିସିସିଆଇ ଘୋଷଣା କରିଛି।ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ହେବ। ଉଦଘାଟନୀ ମ୍ୟାଚରେ ମୁମ୍ବାଇ-ବାଙ୍ଗାଲୋର ମୁକାବିଲା ହେବ।
ମେ ୩୦ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍ ଖେଳାଯିବ।
🚨 BCCI announces schedule for VIVO IPL 2021 🚨
The season will kickstart on 9th April in Chennai and the final will take place on May 30th at the Narendra Modi Stadium, Ahmedabad.
More details here – https://t.co/yKxJujGGcD #VIVOIPL pic.twitter.com/qfaKS6prAJ
— IndianPremierLeague (@IPL) March 7, 2021
କରୋନା ପାଇଁ ଲକ୍ଡାଉନ୍ ଯୋଗୁଁ ଗତ ଥର ଆଇପିଏଲ୍ ମ୍ୟାଚ୍କୁ ଘୁଞ୍ଚାଯାଇଥିଲା। ପରେ ଦୁବାଇରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଆଇପିଏଲ ସିଜିନ୍-୧୩ ଫାଇନାଲ୍ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ(Delhi Capitals) ହରାଇ ଲଗାତର ଦ୍ୱିତୀୟ ଓ ସିରିଜରେ ସର୍ବାଧିକ ପଞ୍ଚମ ଥର ପାଇଁ ଟାଇଟଲ୍ ହାସଲ କରି ରେକର୍ଡ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ(Mumbai Indians)।
୨୦୨୧ ଆଇପିଏଲ୍ ନିଲାମରେ ସବୁଠାରୁ ଦାମି କ୍ରିକେଟର ହୋଇଛନ୍ତି କ୍ରିସ ମୋରିସ। ତାଙ୍କୁ ୧୬ କୋଟି ୨୫ ଲକ୍ଷରେ ରାଜସ୍ଥାନ ରୟାଲ୍ସ କିଣିଛି। ଦ୍ୱିତୀୟ ସର୍ବାଧିକ ନିଲାମି କାଇଲ୍ ଜେମିସନଙ୍କ ନାଁରେ ଲାଗିଛି। ତାଙ୍କୁ ବାଙ୍ଗାଲୋର ଟିମ୍ ୧୫ କୋଟିରେ କିଣିଛି। ତୃତୀୟ ସ୍ଥାନରେ ଗ୍ଲେନ ମ୍ୟାକ୍ସୱଲ ଅଛନ୍ତି। ତାଙ୍କୁ ମଧ୍ୟ ବାଙ୍ଗାଲୋର ଟିମ୍ କିଣିଛି। ମ୍ୟାକ୍ସେଓ୍ୱଲଙ୍କ ଦାମ ରହିଛି ୧୪ କୋଟି ୨୫ ଲକ୍ଷ। ଅନ୍ କ୍ୟାପଡ ଓ ଭାରତୀୟ ଖେଳାଳି ମଧ୍ୟରେ ସବୁଠୁ ଅଧିକ ଦାମ ରହିଛି କେ. ଗୌତମଙ୍କର। ତାଙ୍କୁ ଚେନ୍ନାଇ ସୁପର୍ କିଙ୍ଗ୍ସ ୯ କୋଟି ୨୫ ଲକ୍ଷରେ କିଣିଛି।