ଆଇପିଏଲ୍ ଲଢ଼େଇ: ଆରସିବିକୁ ହରାଇ ଦିଲ୍ଲୀ ବିଜୟୀ, ରାଜସ୍ଥାନକୁ ହରାଇ ମ୍ୟାଚ୍‌ ଜିତିଲା କେକେଆର୍‌

ନୂଆଦିଲ୍ଲୀ: ଆଇପିଏଲ୍‌ରେ ଜାରି ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପରାଜୟ ଧାରା। ରବିବାର ଆଇପିଏଲରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଆରସିବିକୁ ୪ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚରେ ପ୍ରଥମେ  ବ୍ୟାଟିଂ କରି  ରୟାଲ୍ସ ଚାଲେଞ୍ଜର୍ସ ବାଙ୍ଗାଲୋର ନିର୍ଦ୍ଧାରିତ ଓଭରରେ  ୮ ୱିକେଟ୍‌ ହରାଇ ୧୪୯ ରନ୍‌ ସଂଗ୍ରହ କରିଥଲା।

ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭରରେ ୬ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ୨୧  ରନ୍‌ ଦେଇ ୪ଟି ୱିକେଟ୍ ନେଇଥିବା କିସୋଗୋ ରାବାଡା ଏହି ମ୍ୟାଚରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ। ଆଇପିଏଲରେ ଆରସିବି ଲଗାତାର ୬ଟି ମ୍ୟାଚରେ ପରାଜୟ ବରଣ କରିଛି।

ସେହପରି ଜୟପୁରରେ ଖେଳାଯାଇଥିବା  ଅନ୍ୟ ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ୱିକେଟରେ ପରାସ୍ତ କରି କୋଲକାତା ନାଇଟ୍ ରାଇଡର୍ସ  ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭରରେ ୩ ୱିକେଟ୍ ହରାଇ ୧୩୯ ରନ୍ ସଂଗ୍ରହ କରିଥିଲା।

ଜବାବରେ କୋଲକାତା ନାଇଟ୍ ରାଇଡର୍ସ ୧୪ ଓଭରରେ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଏହି ମ୍ୟାଚରେ କେକେଆର ପକ୍ଷରୁ ଡେବ୍ୟୁ କରିଥିବା କେରି କର୍ଣ୍ଣିଙ୍କୁ ମ୍ୟାନ ଅଫ୍‌ ଦ ମ୍ୟାଚ ବିବେଚିତ କରାଯାଇଥିଲା।

ଆହୁରି ପଢ଼ନ୍ତୁ

୪ ବର୍ଷ ପରେ ଆଉଟ୍ ହୋଇ ଇତିହାସ ରଚିଲେ ଏହି ମହିଳା କ୍ରିକେଟର୍‌

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ରେ ଭାରତ ଚାମ୍ପିଅନ୍: ପୁରୁଷ ଓ ମହିଳାରେ ସ୍ୱର୍ଣ୍ଣ ଜିତିଲା

ସୋଶାଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରି ଏଜାଜ ଖାନ୍‌ ଗିରଫ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍: ଭାରତୀୟ ମହିଳା ଟିମ୍ ଫାଇନାଲରେ

ଆଉ ଏକ ସମ୍ମାନର ଅଧିକାରୀ ହେଲେ ସଚିନ୍

ଆଇସିସି ହଲ୍ ଅଫ୍ ଫେମ୍‌ରେ ସ୍ଥାନ ପାଇଲେ ସଚିନ

ଆଇସିସିରୁ ବାଦ୍ ପଡ଼ିଲା ଜିମ୍ୱାଓ୍ୱେ କ୍ରିକେଟ୍‌ ଟିମ୍‌

ୱେଷ୍ଟଇଣ୍ଡିଜ ଗସ୍ତରେ ସବୁ ସିରିଜ୍ ଖେଳିବେ ବିରାଟ୍

କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନ୍‌ସିପ୍ ଉଦ୍‌ଘାଟିତ

କୋଚ୍ ଖୋଜିବା ଆରମ୍ଭ କଲା BCCI !

କମନେଓ୍ୱଲେ୍ଥ ଟେବୁଲ ଟେନିସ୍‌ ଚାମ୍ପିଅନସିପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ଆଇସିସି ଦିନିକିଆ ରାଙ୍କିଙ୍ଗ୍: ଶୀର୍ଷ ସ୍ଥାନ ବଜାୟ ରଖିଲେ ବିରାଟ୍ ଓ ବୁମ୍ରା

You might also like