ଆଇପିଏଲ୍‌ ମ୍ୟାଚ ଆୟୋଜନ ନେଇ ଏମିତି ସୂଚନା ଦେଲେ ସୌରଭ

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ଆୟୋଜନ ହୋଇପାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଆଇପିଏଲ୍ ଆୟୋଜନ ନେଇ ଏବେ ସମସ୍ତ ପ୍ରକାର ଉଦ୍ୟମ ଚାଲିଥିବା କହିଛନ୍ତି BCCI ସଭାପତି ସୌରଭ ଗାଙ୍ଗୁଲି । କିନ୍ତୁ ଷ୍ଟାଡିୟମରେ ବସି ଦର୍ଶକ ମ୍ୟାଚର ମଜା ଉଠାଇ ପାରିବେନି।

ଅର୍ଥାତ ବିନା ଦର୍ଶକରେ IPL ଆୟୋଜନ ନେଇ ଚିନ୍ତା କରାଯାଉଛି ବୋଲି ସୂଚନା ଦେଇଛନ୍ତି ଗାଙ୍ଗୁଲି । ସେ କହିଛନ୍ତି, ଫ୍ରାଞ୍ଚାଇଜି, ପ୍ରାୟୋଜକ, ପ୍ରସାରଣକାରୀ ସଂସ୍ଥା ଏବଂ ଖେଳାଳି ଆଇପିଏଲ୍ ଆୟୋଜନ ପାଇଁ ଚାହୁଁଛନ୍ତି । ବିଦେଶର ବହୁ ଖେଳାଳି ମଧ୍ୟ IPL ଖେଳିବାକୁ ଆଗ୍ରହ ଦେଖାଉଛନ୍ତି । ସେପ୍ଟେମ୍ବର-ଅକ୍ଟୋବରରେ ଭାରତରେ ଆଇପିଏଲର ଅୟୋଜନ କରାଯାଇ ପାରେ ବୋଲି ସୂଚନା ମିଳିଛି।

ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ଅଧ୍ୟକ୍ଷ ବ୍ରିଜେଶ ପଟେଲଙ୍କ କହିବା ଅନୁଯାୟୀ, ଆମେ ସେପ୍ଟେମ୍ବର-ଅକ୍ଟୋବରେ ଆଇପିଏଲର ମ୍ୟାଚ୍‌ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖିଛୁ। ତେବେ ଟି-୨୦ ବିଶ୍ୱକପ ଉପରେ କ’ଣ ନିଷ୍ପତ୍ତି ନିଆଯାଉଛି ତାକୁ ଦେଖିବା ପରେ ଯାହା କିଛି ସ୍ପଷ୍ଟ ହେବ।

ଅନ୍ୟପକ୍ଷରେ ବିସିସିଆଇ ବସ୍ ସୌରଭ ଗାଙ୍ଗୁଲି କହିଛନ୍ତି,“ଆଇପିଏ ଆରମ୍ଭ କରିବାକୁ ବୋର୍ଡ ସବୁ ପ୍ରକାରର ବିକଳ୍ପକୁ ବ୍ୟବହାର କରୁଛି। ଦରକାର ପଡ଼ିଲେ ଖାଲି ଷ୍ଟାଡିୟମରେ ବି ମ୍ୟାଚ୍‌ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ

You might also like