ଏବେ କିପରି ଅଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା?
କଟକ (ନିରଞ୍ଜନ ରେଡ୍ଡୀ): କେମିତି ଅଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ପ୍ରଜ୍ଞାନ ଓଝା ? ମାତ୍ର ୧୦ ବର୍ଷରୁ କ୍ରିକେଟ ଖେଳିବା ଆରମ୍ଭ କରିଥିବା ବିଗତ ଦିନର ଏହି ଚର୍ଚ୍ଚିତ ସ୍ପିନର୍ ଖେଳରୁ ଅବସର ପରେ ଅନୁଭୂତି ବଖାଣିଛନ୍ତି । ଜଣେ ଖେଳାଳି ହିସାବରେ କ୍ରିକେଟରୁ ଅବସର ନେବା କଷ୍ଟକର ବୋଲି ସେ କହିଛନ୍ତି । ସେହିପରି ଏବେ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ସଦସ୍ୟ ଥିବା ପ୍ରଜ୍ଞାନ କହିଛନ୍ତି, ବିଗତ ଦିନରେ ଦେଶ ପାଇଁ ଖେଳିଥିବାରୁ ମୁଁ ବହୁତ ଖୁସି।
ଆସନ୍ତାକାଲିଠୁ ବ୍ରିସବେନ୍ ଟେଷ୍ଟ ଆରମ୍ଭ ହେଉଥିବା ବେଳେ ଏଥିରେ ଭଲ କରିବ ଭାରତ ପ୍ରତିକୂଳ ପରସ୍ଥିତିରେ ବି ଭାରତୀୟ ଖେଳାଳି ଦୃଢ଼ତାର ସହ ଲଢ଼ିଛନ୍ତି ଚତୁର୍ଥ ଟେଷ୍ଟରେ ମଧ୍ୟ ଭାରତୀୟ ଖେଳାଳି ଭଲ କରିବେ ବୋଲି ଆଶା ରଖିଛନ୍ତି ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ସଦସ୍ୟ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ପ୍ରଜ୍ଞାନ ଓଝା।
ସେପଟେ ଓଡିଶା ଟି-20 କ୍ରିକେଟ ଲିଗରେ ଚାମ୍ପିଅନ୍ ହୋଇଛି ଓଡିଶା ପାନ୍ଥର୍ସ। କଟକ ବାରବାଟୀ ଷ୍ଟାଡିୟମରେ ଗତକାଲି ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଓଡିଶା ଲାୟନ୍ସକୁ ୬ ଓ୍ୱିକେଟରେ ହରାଇ ଦଳ ଚାମ୍ପିଅନ୍ ହୋଇଛି। ପ୍ରଥମେ ବ୍ୟାଟିଂ କରି ଲାୟନ୍ସ ଟିମ୍ ର୍ନିଦ୍ଧାରିତ ୨୦ ଓଭରରେ ମାତ୍ର ୧୧୪ ରନ୍ କରିପାରିଥିଲା ,୧୧୫ ରନର ପିଛା କରୁଥିବା ଓଡିଶା ପ୍ୟାନ୍ଥର୍ସ ୬ ଓ୍ୱିକେଟ୍ ହରାଇ ୧୯ ଓଭର ୧ ବଲରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।
ପାନ୍ଥର୍ସ ପକ୍ଷରୁ ଶୁଭମ ନାୟକ ମ୍ୟାନ୍ ଅଫ ଦି ମ୍ୟାଚ ହୋଇଥିବା ବେଳେ ଆଲୋକ ସାହୁ ହୋଇଛନ୍ତି ମ୍ୟାନ୍ ଅଫ ଦି ସିରିଜ। ଫାଇନାଲ୍ ମ୍ୟାଚରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଆର୍ନ୍ତଜାତୀୟ କ୍ରିକେଟର ପ୍ରଜ୍ଞାନ ଓଝା, ଫାଓର ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଟ୍ରଫି ଏବଂ ପୁରସ୍କାର ରାଶି ପ୍ରଦାନ କରିଛନ୍ତି।
ଏହି ଭିଡିଓରେ ଦେଖନ୍ତୁ ପ୍ରଜ୍ଞାନଙ୍କ ସହ ସଂପୂର୍ଣ୍ଣ ସାକ୍ଷାତକାର