ଆଇପିଏଲ୍‌ ମହାସମର: ଆଜି ଫାଇନାଲ୍‌ରେ ଚେନ୍ନାଇ-ହାଇଦ୍ରାବାଦ ଟକ୍କର

ମୁମ୍ବାଇ: ଆଜି ଆଇପିଏଲ୍-୧୧ର ଫାଇନାଲ ଟକ୍କର। ସାମ୍ନାସାମ୍ନି ହେବେ ପଏଣ୍ଟ ଟେବୁଲର ପ୍ରଥମ ଦୁଇଟି ସ୍ଥାନରେ ରହିଥିବା ଚେନ୍ନାଇ ସୁପରକିଙ୍ଗସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ।

ପ୍ରଥମ କ୍ୱାଲିଫାୟରରେ ଚେନ୍ନାଇ ଠାରୁ ପରାସ୍ତ ହୋଇଥିଲା ହାଇଦ୍ରାବାଦ। ତେବେ ଦ୍ୱିତୀୟ କ୍ୱାଲିଫାୟରରେ କୋଲକାତା ନାଇଟ୍ ରାଇଡର୍ସକୁ ୧୩ ରନ୍‌ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା ସନ୍‌ରାଇଜର୍ସ ହାଇଦ୍ରାବାଦ।

ମୁମ୍ବାଇ ଓ୍ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଗ୍ରାଣ୍ଡ ଫିନାଲ୍‌ର ଏହି ସିଜିନରେ ଉଭୟ ଦଳ ମଧ୍ୟରେ ୩ଟି ମ୍ୟାଚ ହୋଇଥିବା ବେଳେ ୩ଟି ଯାକ ମ୍ୟାଚରେ ପରାସ୍ତ ହୋଇଛି ହାଇଦ୍ରାବାଦ।

ଆହୁରି ପଢ଼ନ୍ତୁ

You might also like