ସାଢ଼େ ୪ କୋଟିର ଦାମୀ ଖେଳାଳିଙ୍କୁ ପଡ଼ିଆ ବାହାରେ ରଖିଲେ ବିରାଟ, ୨୦ ଲକ୍ଷର ନୂଆ ଖେଳାଳିଙ୍କୁ ଓହ୍ଲାଇଲେ ମଇଦାନକୁ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ଦଶମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି, ତାଙ୍କ ନିଷ୍ପତ୍ତିରେ ସବୁ ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି। ବିରାଟ କୋହଲି ଏହି ସିଜନରେ ପ୍ରଥମ ଅଧିନାୟକ, ଯିଏ କି ପ୍ଲେଇଂ ଇଲେଭେନରେ କେବଳ ୩ ଜଣ ବିଦେଶୀ ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି।

ଚେନ୍ନାଇର ସ୍ଲୋ ପିଚ୍ ଯୋଗୁଁ ବିରାଟ କୋହଲି ଏକ ବଡ଼ ନିଷ୍ପତି ନେଇଥିଲେ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ଚେନ୍ନାଇର ସ୍ଲୋ ପିଚ୍ କାରଣରୁ ଅଲରାଉଣ୍ଡର ଡେନ କ୍ରିଷ୍ଟିୟନଙ୍କୁ ଟିମରୁ ବାହାର ରଖି ତାଙ୍କ ସ୍ଥାନରେ ଡାହାଣ ହାତୀ ବ୍ୟାଟ୍ସମ୍ୟାନ ରଜତ ପଟିଦାରଙ୍କୁ ଟିମରେ ସାମିଲ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ସିଜିନ ପାଇଁ କ୍ରିଷ୍ଟିୟନଙ୍କୁ ଅରସିବି ୪.୮ କୋଟି ଟଙ୍କାରେ କିଣିଛି। ଅନ୍ୟପଟେ ପଟିଦାରଙ୍କୁ  ଦଳ ମାତ୍ର ୨୦ ଲକ୍ଷ ଟଙ୍କା ଦେଇ କିଣିଛି।

Rajat-Patidar
Rajat Patidar

ରଜତଙ୍କୁ କାହିଁକି ମିଳିଲା ସୁଯୋଗ ?

କ୍ରିଷ୍ଟିୟନ ଭଳ ଦାମି ଖଳାଳିଙ୍କୁ ବାହାରେ ରଖି ରଜତଙ୍କୁ କାହିଁକି ଦଳରେ ସାମିଲ କରାଗଲା ? ଏହି ପ୍ରଶ୍ନର ଉତ୍ତରରେ ବିରାଟ କହିଛନ୍ତି ଯେ, ଚେନ୍ନାଇର ଏହି ପିଚ୍ ଅତ୍ୟନ୍ତ ସ୍ଲୋ ରହିଛି। ତେଣୁ ଏଠାରେ ଭଲ ବ୍ୟାଟ୍ସମ୍ୟାନ ଆବଶ୍ୟକ ଥିଲା। ରଜତ ସ୍ପିନରମାନଙ୍କୁ ଭଲ ଖେଳନ୍ତି। ତେଣୁ କ୍ରିଷ୍ଟିୟନଙ୍କ ବଦଳରେ ତାଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଗଲା।

ଅନ୍ୟପଟେ ବିରାଟ କୋହଲି ଚେନ୍ନାଇ ପିଚରେ ଲେଗ ସ୍ପିନର ଆଦାମ ଜାମ୍ପାଙ୍କୁ ମଧ୍ୟ ସୁଯୋଗ ଦେଇପାରନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚରେ ଜାମ୍ପା ଖେଳି ନାହାଁନ୍ତି। ତେବେ କ୍ରିଷ୍ଟିୟନ ଦୁଇଟି ମ୍ୟାଚ୍ ଖେଳିଛନ୍ତି ଏବଂ ଏପର୍ଯ୍ୟନ୍ତ ସେ ମାତ୍ର ଦୁଇ ରନ୍ କରିବାରେ ସକ୍ଷମ ହୋଇଛନ୍ତି। ବୋଲିଂରେ ମଧ୍ୟ କ୍ରିଷ୍ଟିୟନ ଏବେ ସୁଦ୍ଧା ବିଫଳ ହୋଇଛନ୍ତି। ଦୁଇଟି ମ୍ୟାଚ ଖେଳି ବ୍ୟାଟିରେ ବିଫଳ ହେବା ସହ ବୋଲିଂରେ ମଧ୍ୟ ଗୋଟିଏ ବି ୱିକେଟ ହାସଲ କରିପାରି ନାହାନ୍ତି।

Daniel Christian
Daniel Christian

ଟସ୍ ଜିତି ବିରାଟ ଆଶ୍ଚର୍ଯ୍ୟ

ସୂଚନାଯୋଗ୍ୟ, କୋଲକତା ବିପକ୍ଷ ମ୍ୟାଚରେ ଯେତେବେଳେ ବିରାଟ ଟସ ଜିତିଥିଲେ ସେ ଉଭୟ ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ଖୁସି ମଧ୍ୟ ଦେଖାଯାଇଥିଲେ। ଏହାର କାରଣ ହେଲା ବିରାଟ କୋହଲି କେକେଆର ଅଧିନାୟକ ଆୟନ ମାର୍ଗନଙ୍କ ବିପକ୍ଷରେ ODI ଏବଂ ଟି -୨୦ ସିରିଜରେ ଲଗାତାର ୭ ଥର ହେଲା ଟସ୍ ହାରି ଆସୁଛନ୍ତି। କିନ୍ତୁ ଏଥର  ସେ ଟସ୍ ଜିତିଛନ୍ତି। ଯେଉଁଥିପାଇଁ ସେ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହୋଇଛନ୍ତି।

ରୟାଲ ଚାଲେଞ୍ଜର୍ସ ବ୍ୟାଙ୍ଗଲୋର ଦଳରେ, ବିରାଟ କୋହଲି, ଦେବଦତ୍ତ ପାଡିକ୍କଲ, ରଜତ ପାଟିଦାର, ଶାହବାଜ ଅହମ୍ମଦ, ଗ୍ଲେନ ମ୍ୟାକ୍ସୱେଲ, ଏବି ଡି ଭିଲିୟର୍ସ, ୱାଶିଂଟନ୍ ସୁନ୍ଦର, କାଇଲ୍ ଜୈମିସନ୍, ୟୁଜଭେନ୍ଦ୍ର ଚହଲ, ମହମ୍ମଦ ସିରାଜ ଏବଂ ହର୍ଷଲ ପଟେଲ ସାମିଲ ଅଛନ୍ତି।

ସେହିଭଳି କୋଲକାତା ନାଇଟ୍ ରାଇଡର୍ସ ଦଳରେ, ନୀତୀଶ ରାଣା, ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ଆୟନ ମାର୍ଗନ (ଅଧିନାୟକ), ଆଣ୍ଡ୍ରେ ରସେଲ, ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ଶାକିବ ଅଲ ହାସନ, ପ୍ୟାଟ କମିନ୍ସ, ହରଭଜନ ସିଂ, ପ୍ରସିଦ୍ଧ କୃଷ୍ଣା ଏବଂ ବରୁଣ ଚକ୍ରବର୍ତ୍ତୀ ସାମିଲ ଅଛନ୍ତି।

You might also like