ପୃଥ୍ୱୀ ଶ’ଙ୍କ ଧୁଆଁଧାର ଅର୍ଦ୍ଧଶତକ ଇନିଂସ ଦେଖିଲେ ଗର୍ଲଫ୍ରେଣ୍ଡ ପ୍ରାଚୀ, ସୋସିଆଲ ମିଡିଆରେ ରଖିଲେ ନିଜର ପ୍ରତିକ୍ରିୟା…

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ବ୍ୟାଟ୍ସମ୍ୟାନ୍ ଫୃଥ୍ୱୀ ଶ’ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୪ତମ ସଂସ୍କରଣରେ ଚମତ୍କାର ଆରମ୍ଭ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷ ମ୍ୟାଚରେ ସେ ଧୁଆଁଧାର ଅର୍ଦ୍ଧଶତକ ମାରି ସମସ୍ତଙ୍କ ମନ କିଣିଛନ୍ତି।

ଆଡିଲେଡ୍ ଟେଷ୍ଟରେ ଖରାପ ପ୍ରଦର୍ଶନ କାରଣରୁ ଫୃଥ୍ୱୀ ଶ’ ଟୁର୍ଣ୍ଣାମେଣ୍ଟର ଅନ୍ୟ ମ୍ୟାଚ୍ ଗୁଡ଼ିକରେ ଖେଳିବାର ସୁଯୋଗ ପାଇନଥିଲେ। ଏହା ପରେ ଇଂଲଣ୍ଡ ସିରିଜରେ ମଧ୍ୟ ତାଙ୍କୁ ଦଳରେ ସାମିଲ କରାଯାଇନଥିଲା।

ଫୃଥ୍ୱୀ ଶ’ ଏହି ସବୁ କଥାକୁ ଭୁଲି ନିଜ ଖେଳ ଷ୍ଟାଇଲ ଓ ଖେଳିବାର କୌଶଳ ଉପରେ ଅଧିକ ଧ୍ୟାନ ଦେଲେ ଏବଂ ନିଜକୁ ଫର୍ମରୁ ଆଣିଲେ। ଯାହାର ଫଳାଫଳ ବିଜୟ ହଜାରେ ଟ୍ରଫିରେ ଦେଖିବାକୁ ମିଳିଥିଲା ​​| ସେଥିରେ ସେ ୮୨୭ ରନ୍ କରିଥିଲେ। ଏହା ପରେ ଫୃଥ୍ୱୀ ଆଇପିଏଲ୍ -୧୪ ରେ ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ୭୨ ରନର ଚମତ୍କାର ଇନିଂସ ଖେଳିଛନ୍ତି।

ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ଫୃଥ୍ୱୀ ଶ’ଙ୍କ ଧୁଆଁଧାର ଇନିଂସ ଦେଖି, ତାଙ୍କ ଗାଲଫ୍ରେଣ୍ଡ କୁହାଯାଉଥିବା ପ୍ରାଚୀ ସିଂ ଅତ୍ୟନ୍ତ ବିଭୋର ହୋଇପଡ଼ିଛନ୍ତି। ସେ ଫୃଥ୍ୱୀ ଶ’ଙ୍କ ଖେଳକୁ ନେଇ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫୃଥ୍ୱୀ ଶ’ଙ୍କ ଫଟୋ ପୋଷ୍ଟ କରି ନିଜର ଖୁସି ଜାହିର କରିଛନ୍ତି। ସେଥିରେ ସେ ଏକ ହାର୍ଟ ଚିହ୍ନ ମଧ୍ୟ ଦେଇଛନ୍ତି।

ଏହାପୂର୍ବରୁ ପ୍ରାଚୀ ବୟଫ୍ରେଣ୍ଡ ଫୃଥ୍ୱୀ ଶ’ଙ୍କ ପୋଷ୍ଟରେ କମେଣ୍ଟ ମଧ୍ୟ କରିଛନ୍ତି। ଫୃଥ୍ୱୀ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଅଭ୍ୟାସ ବେଳର ଏକ ଫଟୋ ସେୟାର କରିଥିଲେ। ଏଥିରେ ପୋଷ୍ଟରେ ପ୍ରାଚୀ କମେଣ୍ଟ ଦେଇଥିଲେ ଯେ, ହାହା ମୁଁ ତୁମର ହସକୁ ମିସ୍ କରୁଛି। ଏହାସହ ପ୍ରାଚୀ ଏକ ହାର୍ଟ ଚିହ୍ନ ମଧ୍ୟ ଦେଇଥିଲେ।

ତେବେ ଆଇପିଲର ୧୪ତମ ସଂସ୍କରଣରେ ଫୃଥ୍ୱୀ ଶ’ଙ୍କ ପ୍ରଥମ ମ୍ୟାଚ ଚେନ୍ନାଇ ବିରୋଧରେ କେମିତି ଥିଲା ଯଦି ଦେଖିବା ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇକୁ ୭ ୱିକେଟରେ ପରାସ୍ତ କରିଛି। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୮ ରନ କରିଥିଲା। ଦିଲ୍ଲୀ ୧୮.୪ ଓଭରରେ ମାତ୍ର ତିନି ୱିକେଟ ହରାଇ ୧୮୯ ରନର ଲକ୍ଷ ପୁରା କରି ମ୍ୟାଚ୍ ଜିତି ନେଇଥିଲା।

ଦିଲ୍ଲୀ ପାଇଁ ଓପନର୍ ଶିଖର ଧାୱନ ଏବଂ ଫୃଥ୍ୱୀ ଶ’ ଚମତ୍କାର ଇନିଂସ ଖେଳିଥିଲେ। ଧାୱନ ୫୪ ବଲରୁ ୮୫ ରନ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ବିବେଚିତ ହୋଇଥିଲେ। ପ୍ରଥମ ୱିକେଟ୍ ପାଇଁ ଧାୱନ ଏବଂ ଫୃଥ୍ୱୀ ଶ’ ୧୩୮ ରନର ଭାଗିଦାରୀ କରିଥିଲେ। ଉଭୟ ଖେଳାଳୀ ଦିଲ୍ଲୀକୁ ଜିତାଇବାରେ ମୁଖ୍ୟ ଭୁମିକା ନେଇଥିଲେ।

You might also like