ଆଜି ଆଇପିଏଲ ପାଇଁ ହେବ ଖେଳାଳିଙ୍କ ନିଲାମୀ
ଆଜି ଆଇପିଏଲ ନିଲାମୀ
- ଆଜି ଆଇପିଏଲ ନିଲାମୀ
- ଆଜି ଆଇପିଏଲ ପାଇଁ ହେବ ଖେଳାଳିଙ୍କ ନିଲାମୀ
- ୧୦ଜଣ ଖେଳାଳିଙ୍କ ବେସ ପ୍ରାଇସ୍ ୨କୋଟି ଟଙ୍କା ରହିଛି
- ତାଲିକାରେ ଦୁଇ ଭାରତୀୟ ଖେଳାଳି
- ହରଭଜନ ସିଂ, କେଦାର ଯାଦବଙ୍କ ବେସ ପ୍ରାଇସ୍ ୨କୋଟି
ନୂଆଦିଲ୍ଲୀ: ଆଜି ଆଇପିଏଲ ଖେଳାଳୀଙ୍କ ନିଲାମୀ ହେବ। ତେବେ ଏଥିଲାଗି ମୋଟ୍ ୨୯୨ ଜଣ ଖେଳାଳିଙ୍କ ତାଲିକା ଘୋଷଣା କରାଯାଇଛି। ୧୦ଜଣ ଖେଳାଳିଙ୍କ ବେସ ପ୍ରାଇସ୍ ୨କୋଟି ଟଙ୍କା ରଖାଯାଇଥିବା ଜଣାଯାଇଛି। ଦୁଇ ଭାରତୀୟ କ୍ରିକେଟର ହରଭଜନ ସିଂ ଓ କେଦାର ଯାଦବ ଏହି ତାଲିକାରେ ରହିଛନ୍ତି। ଗ୍ଲେନ ମାକ୍ସେୱଲ୍, ଷ୍ଟିଭ ସ୍ମିଥ୍, ସାକିବ୍ ଅଲ ହାସନ, ମୋଇନ ଅଲି, ସାମ୍ ବିଲିଂଙ୍ଗସ, ଲିଆମ୍ ପ୍ଲଙ୍କେଟ୍ , ଜାସନ ରୟ, ବେସ ପ୍ରାଇସ୍ ୨ କୋଟି ଟଙ୍କା ରଖାଯାଇଛି।
ସେହିପରି ୧୨ ଜଣ ଖେଳାଳିଙ୍କ ବେସ୍ ପ୍ରାଇସ୍ ଦେଢ କୋଟି ଟଙ୍କା ରଖାଯାଇଥିବା ସୂଚନା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୧୧୧୪ ଜଣ କ୍ରିକେଟର ନିଲାମ ପାଇଁ ପଂଜୀକରଣ କରିଥିଲେ। ଆଉ ଏହା ସହ କିଛି ଓଡ଼ିଆ କ୍ରିକେଟର୍ ମଧ୍ୟ ଚଳିତଥର ଆଇପିଏଲ୍ ନିଲାମରେ ସାମିଲ ହୋଇପାରନ୍ତି। ମିଳିଥିବା ସୂଚନା ଅନୁସାରେ, ଶୁଭ୍ରାଂଶୁ ସେନାପତି, ରାଜେଶ ଧୁପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ ଓ ତରଣୀ ସାଙ୍କ ନାଁ ଏବେ ଚର୍ଚ୍ଚାରେ ହେଉଛି। ଏହି ୬ କ୍ରିକେଟରଙ୍କ ନାଁ ସୁପାରିଶ କରିଛି ଓସିଏ।
ଆସନ୍ତା ସିଜିନର ଆଇପିଏଲ୍ ନିଲାମରେ ଏମାନଙ୍କୁ ସାମିଲ କରିବା ପାଇଁ ଓସିଏ ସୁପାରିଶ କରିଛି। ଯଦି କେଉଁ ଦଳ ଏମାନଙ୍କୁ କିଣେ, ତେବେ ଆସନ୍ତା ସିଜିନରେ ଆଇପିଏଲରେ ଓଡ଼ିଆ କ୍ରିକେଟରଙ୍କୁ ଦେଖିବାକୁ ମିଳିବ। ୨୦୦୮ରୁ ଆଆଇପିଏଲ୍ ରମ୍ଭ ହୋଇଥିଲେ, ଏଯାଏ କୌଣସି ଓଡ଼ିଆ କ୍ରିକେଟର ଏହି ଟୁର୍ଣ୍ଣାମେଣ୍ଟରେ ନିଜର ଛାପ ଛାଡ଼ି ପାରି ନାହାନ୍ତି। ତେଣୁ ଏହି ୬ କ୍ରିକେଟରଙ୍କ ଉପରେ ଓସିଏର ଅନେକ ଆଶା ରହିଛି। ତେବେ କେଉଁ ଓଡିଆ କ୍ରିକେଟର ଚଳିତ ବର୍ଷ ଆଇପିଏଲରେ ସାମିଲ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।