ଏବେ କୋଲକତା ପାଇଁ ଖେଳୁଛନ୍ତି ହରଭଜନ, ହେଲେ ପ୍ରଶଂସା କରୁଛନ୍ତି ମୁମ୍ବାଇର..

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୧ର ପଞ୍ଚମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ପ୍ରଥମ ମ୍ୟାଚରେ ମୁମ୍ବାଇ ଆରସିବି ବିପକ୍ଷରେ ହାରିଥିବା ବେଳେ କେକେଆର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏଭଳି ପରିସ୍ଥିତିରେ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଆଜିର ମ୍ୟାଚ୍ ଜିତି ପ୍ରତ୍ୟାବର୍ତ୍ତନ କରିବାକୁ ଜୋରଦାର ଚେଷ୍ଟା କରିବ। ଏହି ମ୍ୟାଚରେ ଦଳ କ୍ରିସ୍ ଲିନଙ୍କ ସ୍ଥାନରେ କିଟ୍ଟନ ଡି କକଙ୍କୁ ସାମିଲ କରିଛି।

ମ୍ୟାଚ୍ ପୂର୍ବରୁ ଷ୍ଟାର୍ ସ୍ପୋର୍ଟସ୍ ସହ ଆଲୋଚନା ବେଳେ କୋଲକତା ପକ୍ଷରୁ ଖେଳୁଥିବା ଅଫ୍ ସ୍ପିନର ହରଭଜନ ସିଂ କହିଛନ୍ତି, ମୁମ୍ବାଇ ଇଣ୍ଡିଆନ୍ସ ଧନ୍ୟବାଦ। ମୁଁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଖେଳିଛିଆଜି ମୁଁ ଯୋଉଠି ବି ଅଛି ଏବଂ ଯେମିତି ବି ଅଛି, ତାହା କେବଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ। ଅନ୍ୟ କୌଣସି ଦଳ ଯଦି ମତେ ସୁଯୋଗ ଦେଉଛି ତେବେ ଏହା ମଧ୍ୟ କେବଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସମ୍ଭବ ହୋଇଛି’। ଗତ ବର୍ଷ ୟୁଏଇରେ ଖେଳାଯାଇଥିବା ଆଇପିଏଲ ସିଜିନରେ ହରଭଜନ ସିଂ ଖେଳିନଥିଲେ। ଏହା ପରେ ଚେନ୍ନାଇ ସୁପରକିଙ୍ଗ୍ସ ହରଭଜନଙ୍କୁ ରିଲିଜ କରିଦେଇଥିଲା। ତେଣୁ ନିଲାମିରେ କୋଲକତା ହରଭଜନଙ୍କୁ କିଣି ନିଜ ଦଳରେ ସାମିଲ କରିଛି।

ଆଇପିଏଲରେ ପଞ୍ଚମ ସଫଳ ବୋଲର

ଆଇପିଏଲରେ ହରଭଜନ ସିଂଙ୍କ ପ୍ରଦର୍ଶନ ଉଚ୍ଚକୋଟିର ରହିଛି। ସେ ଏବେ ସୁଦ୍ଧା ୧୬୨ଟି ମ୍ୟାଚ ଖେଳି ୧୫୦ଟି ୱିକେଟ୍ ନେଇସାରିଛନ୍ତି। କେବଳ ପାଞ୍ଚ ଜଣ ବୋଲର ହିଁ ଏହି ଟି -୨୦ ଲିଗରେ ୧୫୦ କିମ୍ବା ତାଠାରୁ ଅଧିକ ୱିକେଟ୍ ନେବାରେ ସକ୍ଷମ ହୋଇଛନ୍ତି। ସେ ଗୋଟିଏ ମ୍ୟାଚରେ ଏକାଥରକେ ୪ଟି ୱିକେଟ ନେବାରେ ସଫଳ ହୋଇଥିବା ବେଳେ ଆଉ ଏକ ମ୍ୟାଚରେ ୫ଟି ୱିକେଟ ମଧ୍ୟ ନେବାରେ ସଫଳ ହୋଇଛନ୍ତି। ସେ ଥରେ ପାଞ୍ଚଟି ୱିକେଟ୍ ଏବଂ ଥରେ ଚାରି ୱିକେଟ୍ ନେଇଛନ୍ତି। ଚଳିତ ସିଜିନରେ କୋଲକତାର ଉଭୟ ମ୍ୟାଚ୍‌ରେ ଦଳ ହରଭଜନଙ୍କୁ ଗୁରୁତ୍ୱ ଦେଇଛି।

ହରଭଜନ ସିଂଙ୍କ ଟି -୨୦ ରେକର୍ଡ ଯଦି ଦେଖାଯିବ  ସେ ମୋଟ ୨୬୭ ଟି ମ୍ୟାଚ ଖେଳି ୨୩୫ ୱିକେଟ୍ ହାସଲ କରିଛନ୍ତି। ତିନିଥର ଚାରି ୱିକେଟ୍ ଏବଂ ଥରେ ପାଞ୍ଚଟି ୱିକେଟ୍ ନେବାରେ ସଫଳ ହାସଲ କରିଛନ୍ତି। ଇକୋନୋମ ରେଟ୍ ତାଙ୍କର ୭ ରୁ କମ୍ ରହିଛି। ସେ ୨୮ଟି ଆନ୍ତର୍ଜାତୀୟ ଟି -୨୦ ମ୍ୟାଚ ଖେଳିଥିବା ବେଳେ ୨୫ ୱିକେଟ୍ ନେଇଛନ୍ତି। ସେହିଭଳି ଦିନିକିଆରେ ୨୬୯ ୱିକେଟ୍ ଏବଂ ଟେଷ୍ଟରେ ୪୧୭ ୱିକେଟ୍ ନେଇବାରେ ସଫଳ ହୋଇଛନ୍ତି।

You might also like