ଜନ୍ମ ଦିନରେ ନିଜକୁ ନିଜେ ଗିଫ୍ଟ ଦେଲେ ଆଣ୍ଡ୍ରେ ରସେଲ…

ନୂଆଦିଲ୍ଲୀ:  ଏପ୍ରିଲ ୨୯ ତାରିଖ ଆଣ୍ଡ୍ରେ ରସେଲଙ୍କ ଜନ୍ମ ଦିନ। ୧୯୮୮ରେ ସେ ଜନ୍ମ ଗ୍ରହଣ କରିଥିଲେ। ଗତ ୨୯ ତାରିଖରେ ଆଣ୍ଡ୍ରେ ନିଜ ଜନ୍ମ ଦିନରେ ନିଜକୁ ଏକ ବଡ଼ ଗିଫ୍ଟ ଦେଇଛନ୍ତି। ସେ ଜନ୍ମ ଦିନରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ ଖେଳୁଥିବା ବେଳେ ଏକ ଧୁଆଁଧାର ଇନିଂସ ଖେଳିଥିଲେ। ଆଉ ଏହି ଇନିଂସ ତାଙ୍କ ପାଇଁ ତାଙ୍କ ଜନ୍ମ ଦିନର ଉପହାର ଥିଲା ବୋଲି କୁହାଯାଇପାରେ।

ଆଇପିଏଲ୍ ୨୦୨୧ର ଏକ ମ୍ୟାଚରେ କୋଲକତା ନାଇଟ୍ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୬ ୱିକେଟରେ ୧୫୪ ରନ୍ ସଂଗ୍ରହ କରିଥିଲା। ନିଜର ୩୩ ତମ ଜନ୍ମଦିନରେ ଆଣ୍ଡ୍ରେ ରସେଲ ମ୍ୟାଚରେ ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ। ସେ ୨୭ ବଲରେ ୪୫ ରନ୍ କରି ନଟଆଉଟ ରହିଥିଲେ। ଏଥିରେ ତାଙ୍କର ୨ଚୌକା ଏବଂ ୪ଟି ଛକା ସାମିଲଥିଲା।

ତେବେ ସବୁଠୁ ବଡ଼ ପ୍ରଶ୍ନ ହେଲା ତାଙ୍କର ଏହି ଧୁଆଧାର ଇନିଂସ ଦଳ ପାଇଁ ଯଥେଷ୍ଟ ଥିଲା କି ନାହିଁ । କୋଲକତା ଦଳ ଚଳିତ ସିଜିନରେ ଆରମ୍ଭରୁ ଏବେ ସୁଦ୍ଧା ଭଲ ପ୍ରଦର୍ଶନ କରିନାହିଁ। ଏହି ମ୍ୟାଚ୍ ଖେଳିବା ପୂର୍ବରୁ ଦଳ ୬ଟି ମ୍ୟାଚ ଖେଳି ମାତ୍ର ଦୁଇଟିରେ ବିଜୟ ହୋଇଥିଲା ଓ ୪ଟି ମ୍ୟାଚରେ ପରାଜୟ ସ୍ୱୀକାର କରିଥିଲା।

କୋଲକତା ପାଇଁ ଏବେ ସୁଦ୍ଧା ମୋଟ ୭୪ଟି ମ୍ୟାଚ୍ ଖେଳିଥିବା ଆଣ୍ଡ୍ରେ ରସେଲ, ଦଳ ପାଇଁ ସର୍ବାଧିକ ୧୩୯ ଛକା ମାରିଛନ୍ତି। ଏହା ବ୍ୟତୀତ ରସେଲ କୋଲକାତା ପାଇଁ ୬୭ଟି ୱିକେଟ୍ ମଧ୍ୟ ନେଇଛନ୍ତି। ରସେଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ପାଇଁ ମଧ୍ୟ ଖେଳି ସାରିଛନ୍ତି। ସେ ୨୦୨୧ ରେ ଆଇପିଏଲରେ ଡେବ୍ୟୁ କରିଥିଲେ। ୨୦୧୪ ରେ କୋଲକାତା ସହିତ ଯୋଡ଼ି ହେଲେ। ସେ ଏବେ ସୁଦ୍ଧା ୮୧ଟି ଲିଗ୍ ମ୍ୟାଚ ଖେଳିସାରିଥିବା ବେଳେ ୧୯ ହାରରେ ୧୬୮୦ ରନ ସଂଗ୍ରହ କରିସାରିଛନ୍ତି।

ଟି -୨୦ ରେ ୬ହଜାର ରନ୍

ଆଣ୍ଡ୍ରେ ରସେଲଙ୍କ ଜନ୍ମ ୨୯ ଏପ୍ରିଲ ୧୯୮୮ରେ ଜାମାଇକାରେ ହୋଇଥିଲେ। ରସେଲ ଅନ୍ତର୍ଜାତୀୟ ସ୍ତରରେ ୱେଷ୍ଟଇଣ୍ଡିଜ୍, ଜାମାଇକାରେ ୱେଷ୍ଟଇଣ୍ଡିଜର ଘରୋଇ ମ୍ୟାଚ ଏବଂ ଆଇପିଏଲରେ କୋଲକତା ପାଇଁ ଖେଳି ନିଜକୁ ଭଲ ଅଲରାଉଣ୍ଡର ଭାବରେ ପ୍ରମାଣିତ କରିସାରିଛନ୍ତି। ସେ ବିଶ୍ୱର ଅନେକ ଲିଗରେ ୩୫୫ ଟି-୨୦ ମ୍ୟାଚ୍ ଖେଳିସାରିଛନ୍ତି। ଏଥିରୁ ଏବେ ସୁଦ୍ଧା ସେ ୬୦୩୬ ରନ ସଂଗ୍ରହ କରିବା ସହ ୩୧୫ଟି ୱିକେଟ୍ ମଧ୍ୟ ନେଇଛନ୍ତି। ରସେଲ ନିଜ କ୍ୟାରିୟରରେ ଅନେକ ଥର ପଡ଼ିଆ ମଧ୍ୟରେ ଆହତ ହୋଇଛନ୍ତି।

କୋଲକତା ଦୁଇଥର ଟାଇଟଲ୍ ଜିତିଛି

କୋଲକାତା ନାଇଟ୍ ରାଇଡର୍ସ ଚଳିତ ସିଜନରେ ଆରମ୍ଭ ଭଲ ପ୍ରଦର୍ଶନ କରିନଥାଇପାରେ, କିନ୍ତୁ ଦଳ ଦୁଇଟି ଟି-୨୦ ଲିଗ୍ ଟାଇଟଲ୍ ଜିତି ସାରିଛି। ଗୌତମ ଗମ୍ଭୀର ହିଁ ଏହି ସମୟରେ ଦଳର ମଙ୍ଗ ଧରିଥିଲେ। ଗତ ବର୍ଷ ଆଇପିଏଲର ମଧ୍ୟଭାଗରେ କୋଲକତା ଦିନେଶ କାର୍ତ୍ତିକଙ୍କ ସ୍ଥାନରେ ଇଂଲଣ୍ଡର ଆୟନ ମୋର୍ଗାନଙ୍କୁ ନେତୃତ୍ୱ ଦାୟିତ୍ୱ ଦେଇଥିଲା। ଅଧିନାୟକ ଭାବରେ ତାଙ୍କର ପ୍ରଦର୍ଶନ ମଧ୍ୟ ଖୁବ୍ ଖରାପ ରହିଇଥିଲା। ତେବେ ଚଳିତ ସିଜନରେ ଦଳର ବ୍ୟାଟିଂ ଲାଇନ ଅତ୍ୟନ୍ତ ଦୁର୍ବଳ ଥିବା ଦେଖାଯାଇଛି।

You might also like