IPL 2021: ବିରାଟ କୋହଲିଙ୍କ RCB ପାଇଁ ଦକ୍ଷିଣୀ ସୁନ୍ଦରୀ ରଶ୍ମିକାଙ୍କ ଦିଲ ଧକ୍ ଧକ୍, କହିଲେ…

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚଳିତ ସିଜନରେ ଜବରଦସ୍ତ ଫର୍ମରେ ଥିବା ଦେଖାଯାଇଛି। ଏବେ ସୁଦ୍ଧା ଗୋଟିଏ ଥର ବି ଆଇପିଏଲ ଟାଇଟଲ ହାସ କରିନଥିବା ଏହି ଦଳ ଏଥର ଟାଇଟଲ ପାଇବା ରେସରେ ଆଗରେ ରହିଥିବା ଦେଖାଯାଉଛି। ଆରସିବି ଚଳିତ ସିଜନରେ ଏବେ ସୁଦ୍ଧା ୭ଟି ମ୍ୟାଚ୍ ଖେଳିସାରିଥିବା ବେଳେ ସେଥିରୁ ମାତ୍ର ଦୁଇଟି ପରାଜୟ ସ୍ୱୀକାର କରିଛି ଏବଂ ୫ରେ ବିଜୟ ହୋଇଛି। ସେ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି। ତେବେ ଏହା ସତ୍ତ୍ୱେ ମଧ୍ୟ ଆରସିବିର ଲୋକପ୍ରିୟତାରେ ଟିକେ ବି ହ୍ରାସ ପାଇନାହିଁ।

Rashmika Mandana

କେବଳ କ୍ରିକେଟ୍ ଫ୍ୟାନ ନୁହଁନ୍ତି, ବିଭିନ୍ନ କ୍ଷେତ୍ରର ଏହି ଦଳର ଫ୍ୟାନମାନେ ରହିଛି। ଏମିତିକି ବଡ଼ ବଡ଼ ସେଲିବ୍ରିଟିମାନେ ମଧ୍ୟ ଦଳକୁ ସମର୍ଥନ ଜଣାଉଛନ୍ତି। ହେଲେ ଏହାରି ମଧ୍ୟରେ ଏବେ ଦକ୍ଷିଣୀ ଅଭିନେତ୍ରୀ ରଶ୍ମିକା ମାନ୍ଦାନା ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି।

ତେବେ ହଠାତ ରଶ୍ମିକା ଟ୍ୱିଟରରେ ଟ୍ରେଣ୍ଡ କରିବା କଥା ଆମେ କାହିଁକି କହୁଛୁ ? କାରଣ ଏହା ପଛରେ ରହିଛି ଆରସିବି ଦଳ ବା ଆରସିବିର ଲୋକପ୍ରିୟତା। ରଶ୍ମିକାଙ୍କ ହୃଦୟ ହଠାତ୍ ବିରାଟ କୋହଲିଙ୍କ ଆରସିବି ପାଇଁ ଧକ୍ ଧକ୍ ହେଲା। ଆଉ ସେ ଖୁଲମ ଖୁଲା ଏହାକୁ ପରିପ୍ରକାଶ କଲେ। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଲାଇଭ କରି ରଶ୍ମିକା ଆରସିବିକୁ ପସନ୍ଦ କରନ୍ତି ବୋଲି ସୂଚାଇଛନ୍ତି। ନିଜ ଫ୍ୟାନମାନଙ୍କୁ ସହ କଥାବାର୍ତ୍ତା ହେବା ଏବଂ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ରଶ୍ମିକା ଇନଷ୍ଟାଗ୍ରାମରେ ଲାଇଭ୍ ଆସିଥିଲେ।

ଏହି ସମୟରେ ଜଣେ ଫ୍ୟାନ ତାଙ୍କୁ ଫେଭରାଇଟ୍ ଆଇପିଏଲ୍ ଟିମ୍ ବିଷୟରେ ପଚାରିଥିଲେ। ଯାହାର ଉତ୍ତରରେ ରଶ୍ମିକା କହିଥିଲେ ଯେ, ‘ଏ ଶାଲା କପ୍ ନାମଦେ’। ବାସ୍ତବରେ ଏହା ଆରସିବି ଦଳର ଏକ ସ୍ଲୋଗାନ। ଏହା କନ୍ନଡ଼ ଭାଷରେ ରହିଛି। ଖେଳାଳିଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବା ପାଇଁ କନ୍ନଡ଼ ଭାଷାରେ ଆରସିବିର ଫ୍ୟାନମାନେ ଏହି ସ୍ଲୋଗାନ ଦେଇଥାନ୍ତି। ତେବେ ସେବେଠାରୁ ରଶ୍ମିକା ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲେ।

ତେବେ ଗତ ମ୍ୟାଚରେ ପଞ୍ଜାବ କିଙ୍ଗସଠାରୁ ପରାଜୟ ସ୍ୱୀକାର କରିଛି କୋହଲିଙ୍କ ଆରସିବି। ଏହି ମ୍ୟାଚ୍‌ରେ ପଞ୍ଜାବ ଦଳ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୯ ରନ୍ ସଂଗ୍ରହ କରିଥିବା ବେଳେ ୧୮୦ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମୋଟ ୧୪୫ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା।

ଏହି ପରାଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଦଳ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନକୁ ଆସିଛି। ମ୍ୟାଚରେ ପଞ୍ଜାବ ଦଳ ପାଇଁ ଅଧିନାୟକ କେ.ଏଲ୍ ରାହୁଲ ସର୍ବାଧିକ ୯୧ ରନ୍ ସଂଗ୍ରହ କରି ନଟ ଆଉଟ ରହିଥିବା ବେଳେ ବାଙ୍ଗଲୋର ଦଳର ଅଧିନାୟକ ବିରାଟ କୋହଲି ସର୍ବାଧିକ ୩୫ ରନ୍ ସଂଗ୍ରହ କରି ଦଳକୁ ଦେଇଥିଲେ। ଯାହାକି ଅତ୍ୟନ୍ତ ନୈରାଶ୍ୟ ଜନକ ପ୍ରଦର୍ଶନ ବୋଲି କୁହାଯାଇପାରେ। ତେବେ କୋହଲିଙ୍କୁ ଏହି ମ୍ୟାଚରେ ପଞ୍ଜାବ ଦଳର ନୂଆ ବୋଲର ହରପ୍ରୀତ ବରାର ବୋଲ୍ଡ କରିଥିଲେ।

You might also like