IPL 2020: ସବୁଠାରୁ ଅଧିକ ୬ ମାରିଥିବା ବ୍ୟାଟ୍ସମାନ ଏଥର ଫ୍ଲଫ କାହିଁକି ?

ନୂଆଦିଲ୍ଲୀ: ଆଇଇପିଏଲ୍ ସିଜନ୍ ୧୩ରେ ପୁଣି ଦିଲ୍ଲୀ କ୍ୟାପିଟାଲ୍ସର ଦବ୍‌ଦବା। ଗତକାଲି ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌କୁ  ୪୬ ରନ୍‌ରେ ଜିତି ନେଇଛି ଦିଲ୍ଲୀ। ପ୍ରଥମେ ବ୍ୟାଟିଂ କରି ୧୮୫ ରନର ଟାର୍ଗେଟ ଦେଇଥିଲା ଦିଲ୍ଲୀ। ତେବେ ଏହାର ପିଛା କରି ମାତ୍ର ୧୩୮ ରନ୍‌ରେ ଅଲ୍ ଆଉଟ୍ ହେଇଥିଲା ରାଜସ୍ଥାନ। ରାବାଡ଼ାଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲା ରାଜସ୍ଥାନର୍ ମିଡିଲ୍ ଅଡର୍। ରାବାଡା ୩.୪ ଓଭରରେ ୩୫ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ମାରକ୍ସ ଷ୍ଟୋନିସ୍ ଓ ଅଶ୍ୱିନୀ ଦୁଇଟି ୱିକେ୍ଟ ନେଇଥିଲେ।

ତେବେ ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟ୍ସମ୍ୟାନ ସଞ୍ଜୁ ସେମସନ (Sanju Samson) ଲଗାତାର ଫ୍ଲଫ ହେଉଛନ୍ତି। ଅନ୍ୟପକ୍ଷେ ରାଜସ୍ଥାନର ପରାଜୟ ଧାରା ମଧ୍ୟ ଜାରି ରହିଛି।  ଟୁର୍ଣ୍ଣାମେଣ୍ଟରେ ୪ର୍ଥ ଥର ପାଇଁ ରାଜସ୍ଥାନ ପରାଜିତ ହୋଇଛି। ଆଇପିଏଲ ପୂର୍ବରୁ ୨ଟି ମ୍ୟାଚ୍‌ରେ ରନ୍‌ର ସୁନାମୀ ଆଣୁଥିବା ବ୍ୟାଟ୍‌ସମ୍ୟାନ ସଞ୍ଜୁ ସେମସନ ପୁଣି ଏଥର ଯେମିତି ହାର ମାନି ଯାଇଥିଲେ। କେହି କିଛି ବୁଝି ପାରୁ ନ ଥିଲେ। ଆଇପିଏଲରେ ସବୁଠାରୁ ଅଧିକ ଛକ୍କା ମାରିଥିବା ବ୍ୟାଟ୍ସମ୍ୟାନଙ୍କର ଏଥର କ’ଣ ହେଲା ?

ଶୁକ୍ରବାର ମ୍ୟାଚ୍‌ରେ ସଞ୍ଜୁ ସେମସନ ମାତ୍ର ୫ ରନ୍‌ କରି ଆଉଟ ହୋଇ ଯାଇଥିଲେ। ଶାରଜାହ ମଇଦାନରେ ଗତ ମାସରେ ୭୪ ଏବଂ ୮୫ର ଧମାକାଦାର ରନ କରି ସଞ୍ଜୁ ଏବେ ଗୋଟିଏ ରନ୍‌ ପାଇଁ ତରସି ଯାଉଛନ୍ତି। ଏହି ସିଜନର ଗତ ୪ଟି ମ୍ୟାଚରେ ସଞ୍ଜୁ ଯଥାକ୍ରମେ ୫. ୦. ୪ ଏବଂ ୮ କରିଥିଲେ।

ଆଇପିଏଲରେ ପ୍ରତି ସିଜନରେ ଦେଖିବାକୁ ମିଳୁଛି, ପ୍ରାରମ୍ଭ ମ୍ୟାଚରେ ରନ୍ କରିବା ପରେ ସଞ୍ଜୁ ସେମସନ ଫ୍ଲଫ ହୋଇ ଯାଉଛନ୍ତି।  ଏହାର ଅଙ୍କ ଉପରେ ନଜର ପକାଇଲେ ଜଣାପଡେ, ୨୦୧୭ରେ ସେ ସିଙ୍ଗିଲ୍‌ ଡିଜିଟର ସ୍କୋର କରିଥିଲେ। ୨୦୧୮ରେ ୪ ଥର ତାଙ୍କର ସ୍କୋର ୧୦ ତଳେ ଥିଲା। ୨୦୧୯ରେ ମଧ୍ୟ ୪ ଥର ୧୦ ତଳକୁ ଥିଲା। ଏଥର ଅର୍ଥାତ୍‌ ୨୦୨୦ ସିଜନରେ ବର୍ତ୍ତମାନ ସୁଦ୍ଧା ୪ ଥର ସିଙ୍ଗିଲ ଡିଜିଟରେ ଆଉଟ ହେଉଛନ୍ତି ସଞ୍ଜୁ।

ସୀମକ୍ଷକଙ୍କ କହିବା ଅନୁସାରେ ସଞ୍ଜୁଙ୍କୁ ଶର୍ଟ ବଲ ଖେଳିବାରେ ଅସୁବିଧା ହେଉଛି। ଶାରଜାହର ଛୋଟ ପଡ଼ିଆରେ ଏହି ସମସ୍ୟା ପ୍ରଥମ ୨ଟି ମ୍ୟାଚରେ ଦେଖିବାକୁ ମିଳି ନ ଥିଲା। ଏମିତିକି ଖରାପ ପୁଲ୍‌ ଶଟ୍‌ ମଧ୍ୟ ଏଠାରେ ବାଉଣ୍ଡରୀ ପାର କରି ଚାଲି ଯାଉଥିଲା। ହେଲେ ବଡ ପଡ଼ିଆରେ ଏହି ଶଟ୍‌ରେ ସେ ଆଉଟ ହୋଇ ଯାଉଥିବା ଦେଖିବାକୁ ମିଳିଛି।

ସୂଚନାଥାଉ କି, ଆଜି କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ। ସେହିପରି ଚେନ୍ନାଇ ସୁପରକିଙ୍ଗକୁ ଭେଟିବ ରୋୟାଲ୍ ଚେଲେଞ୍ଜରସ୍ ବେଙ୍ଗାଲୁରୁ। ପ୍ରଥମ ମ୍ୟାଚକୁ ଦର୍ଶକ ଭାରତୀୟ ସମୟ ଅନୁସାରେ ସାଢ଼େ ୩ଟା ବେଳେ ଏବଂ ଦ୍ୱିତୀୟ ମ୍ୟାଚକୁ ସାଢ଼େ ୭ଟା ବେଳେ ଦେଖି ପାରିବେ।

ଆହୁରି ପଢ଼ନ୍ତୁ

ଜାରିହେଲା ଅଷ୍ଟ୍ରେଲିଆ-ଭାରତ ସିରିଜର ଖେଳସୂଚୀ

IPL 2020: ଦିଲ୍ଲୀ କ୍ୟାପିଟାଲ୍ସର ହାଟ୍ରିକ୍‌ ହାର, କ୍ୟାପ୍‌ଟେନ ଶ୍ରେୟାସ କହିଲେ…

୮ ୱିକେଟ୍‌ରେ କେକେଆରକୁ ମାତ୍‌ ଦେଲା ପଞ୍ଜାବ

ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ମୁମ୍ବାଇକୁ ୧୧୫ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ

You might also like