ଆଇପିଏଲ ପୂର୍ବରୁ ଦୁବାଇରୁ ଫେରି ଆସିଲେ ରାଇନା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣ ଭିତରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (IPL 2020) ଆୟୋଜନ କରାଯାଉଛି। ତେବେ ଅଇପିଏଲ ପାଇଁ ଏକ ଅଶୁଭ ଖବର । ଚେନ୍ନାଇ ସୁପର କିଙ୍ଗସ (CSK) ଦମ୍‌ଦାର ବ୍ୟାଟ୍‌ସମ୍ୟାନ୍‌ ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଫେରି ଆସିଛନ୍ତି। ରାଇନା ଫେରିବାର ପ୍ରକୃତ କାରଣ କ’ଣ ଜଣା ପଡ଼ି ନ ଥିଲେ ହେଁ ତାଙ୍କର ଏପରି ଅକସ୍ମାତ ପ୍ରତ୍ୟାବର୍ତ୍ତନ ଟିମ୍‌ ପାଇଁ ଏକ ଝଟ୍‌କା ନିଶ୍ଚୟ।

ସେପ୍ଟେମ୍ବର ୧୯ ତାରିଖ ଆରମ୍ଭ ହେବ ଆଇପିଏଲ। ଏଥିପାଇଁ ଟିମ୍‌ UAE ରେ ପହଞ୍ଚି ଗଲେଣି। ଦୁବାଇରେ ପହଞ୍ଚିବା ପରେ CSK  ମେମ୍ବର୍ସମାନଙ୍କର କୋଭିଡ଼୍‌ ଟେଷ୍ଟ କରାଯାଇଥିଲା। କିଛି ସଦସ୍ୟଙ୍କ ନମୂନା ପଜିଟିଭ ଆସିଥିଲା। ଯାହା ବି ହେଉ, CSK ସଦସ୍ୟଙ୍କୁ ବର୍ତ୍ତମାନ ଏକ ସପ୍ତାହ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡ଼ିବ।

ଯାହା ବି ହେଉ, ରାଇନାଙ୍କ ଏପରି ପ୍ରତ୍ୟାବର୍ତ୍ତନ ଟିମ୍‌ ପାଇଁ ଏକ ବଡ ଝଟକା। କମେଣ୍ଟେଣ୍ଟର ହର୍ଷ ଭୋଗଲେ ଏକ ଟ୍ୱିଟ କରି କହିଛନ୍ତି, ‘ ମୁଁ ଜାଣିନି, ରାଇନା କେଉଁ କାରଣ ପାଇଁ ଫେରି ଆସିଲେ ମୁଁ ଜାଣେନି। କିନ୍ତୁ ତାଙ୍କ ସହ କଥା ହେବା ପରେ ମୁଁ ଜାଣିବାକୁ ପାଇଥିଲି, ସେ କେତେ ଭଲ ପରଫର୍ମ କରିବାକୁ ଚାହୁଁଥିଲେ । ’

ଆହୁରି ପଢ଼ନ୍ତୁ

ଧୋନିଙ୍କୁ ଦେଖିବା ମାତ୍ରକେ ହାତ ଯୋଡ଼ି ନମସ୍କାର କଲେ ଏହି ଯୁବ କ୍ରିକେଟର୍

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

IPL 2020 News: କାହା ପାଇଁ ପଲଟିଲା ବାଜି, ଜବାବ ଦେଲେ ବିରାଟ୍ କୋହଲି

ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

IPL 2020 News: ଦମ୍ ଦେଖାଇଲେ ଷ୍ଟୋଇନିସ୍, ପଞ୍ଜାବକୁ ୧୫୮ ରନର ଟାର୍ଗେଟ୍

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଆଇପିଏଲରେ ଡେବ୍ୟୁ କଲେ ଓଡ଼ିଆ ପୁଅ

ଚେନ୍ନାଇର ଜବରଦସ୍ତ କମବ୍ୟାକ୍, ୧୬୨ ରନରେ ଅଟକିଲା ଡିଫେଣ୍ଡିଂ ଚାମ୍ପିୟନ୍

ବାଜିଲା ଆଇପିଏଲ୍ ବିଗୁଲ୍‌, ଟସ୍ ଜିତିଲେ ଧୋନି

IPL 2020 Guidelines: ପ୍ରଥମଥର କଟକଣା ଭିତରେ ଆଇପିଏଲ୍, ଲାଗୁ ହେବ ଏହିସବୁ ନିୟମ

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

You might also like