IPL 2020: ଟୁର୍ଣ୍ଣାମେଣ୍ଟରୁ ବାହାରିଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର

ନୂଆଦିଲ୍ଲୀ: ଆଇପିଏଲ୍‌ରେ କ୍ୱାଲିଫାୟର -୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ହାଇଦ୍ରାବାଦ। ଗତକାଲି ଖେଳାଯାଇଥିବା ମ୍ୟାଚ୍‌ରେ  ବେଙ୍ଗାଲୁରୁକୁ ୬ ଓ୍ୱିକେଟରେ ପରାସ୍ତ କରିଛି ହାଇଦ୍ରାବାଦ । ହାରିବା ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲରୁ ବାହାରି ଯାଇଛି।

ଚକେନ ଓ୍ୱିଲିମସନଙ୍କ ଦମଦାର ୫୦ ରନ ବଳରେ ହାଇଦ୍ରାବଦ ବିଜୟ ହାସଲ କରିଛି । ପ୍ରଥମେ ଟସ୍ ଜିତି ବାଙ୍ଗାଲରକୁ ବ୍ୟାଟିଂ ପାଇଁ ଆହ୍ୱାନ କରିଥିଲା ହାଇଦ୍ରବାଦ। ନିର୍ଦ୍ଧାରିତ ଓଭରରେ ବାଙ୍ଗାଲୋର ୧୩୧ ରନ କରିଥିଲ॥ ୧୩୨ ରନର ଟାର୍ଗେଟକୁ ପିଛା କରି ୨ଟି ବଲ୍ ଥାଇ ଲକ୍ଷ୍ୟ ହାସଲ କରି ନେଇଥିଲା ହାଇଦ୍ରାବାଦ ।

କ୍ୱାଲିଫାୟର ୨ରେ ଆସନ୍ତାକାଲି ଦିଲ୍ଲୀ କ୍ୟାପିଟାଲ୍ସ ସହ ଖେଳିବ ହାଇଦ୍ରାବାଦ । ଜିତିଲେ ମଙ୍ଗଳବାର ମୁମ୍ବାଇ ସହ ଫାଇନାଲ ମୁକାବିଲା ହେବ। ସେପଟେ ଏହି ପରାଜୟ ସହ ବେଙ୍ଗାଲୁରର ଆଇପିଏଲ ଟ୍ରଫି ସ୍ୱପ୍ନ ଫସର ଫାଟିଛି । ଦୀର୍ଘ ୪ ବର୍ଷ ବ୍ୟବଧାନ ପରେ ପ୍ଲେ ଅଫ୍ ଆସିଥିବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ବାଟରେ ପୂର୍ବରୁ ୩ ଥର ବାଟ ଓଗାଳିଥିଲା ହାଇଦ୍ରବାଦ । ଏଥର ମଧ୍ୟ ହାଇଦ୍ରାବାଦ ଠାରୁ ହାରିବା ପରେ ଆଇପିଏଲରୁ ବାହାରି ଯାଇଛି ବେଙ୍ଗାଲୁରୁ।

 

 

You might also like