IPL 2020: ଦିଲ୍ଲୀ କ୍ୟାପିଟାଲ୍ସର ହାଟ୍ରିକ୍‌ ହାର, କ୍ୟାପ୍‌ଟେନ ଶ୍ରେୟାସ କହିଲେ…

ନୂଆଦିଲ୍ଲୀ: ଆଇପିଏଲ୍ ସିଜିନ୍ ୧୩ରେ ବୃହତ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ(Sunrisers Hyderabad)।  ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals)କୁ  ୮୮ ରନ୍‌ରେ ହରାଇ ହାଇଦ୍ରାବାଦ ବିଜୟୀ ହୋଇଛି । ଗତକାଲି ଦୁବାଇରେ ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ୱିକେଟ୍ ହରାଇ ୨୧୯ ରନ୍ କରିଥିଲା। ହାଇଦ୍ରାବାଦ ପକ୍ଷରୁ ରିଦ୍ଦିମାନ ଶାହ ସର୍ବାଧିକ ୮୭ ରନ୍ କରିଥିଲେ । ଜବାବରେ ଦିଲ୍ଲୀ ୧୩୧ ରନ୍ କରି ୧୯ ଓଭରରେ ଅଲ୍ଆଉଟ୍ ହୋଇଯାଇଥିଲା। ଦିଲ୍ଲୀ ପକ୍ଷରୁ ରିଶବ ପନ୍ତ ସର୍ବାଧିକ ୩୫ ରନ୍ କରିଥିଲେ।

ମ୍ୟାଚ୍‌ ହାରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପ୍‌ଟେନ ଶ୍ରେୟାସ ଅୟର ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କ ଟିମ୍‌ ପାୱାରପ୍ଲେରେ ହିଁ ଟିମ୍‌ ହାତରୁ ମ୍ୟାଚ୍‌ ଖସି ଯାଇଥିଲା।  ତେବେ ତାଙ୍କର ବିଶ୍ୱାସ ରହିଛି,  ଆଗକୁ ଥିବା ୨ଟି ମ୍ୟାଚ ମଧ୍ୟରୁ ଗୋଟିଏ ଜିତି ପ୍ଲେଅଫରେ ପ୍ରବେଶ କରିବେ।

ଅୟର ଆହୁରି କହିଛନ୍ତି, ଏହା ଟିମ୍‌ ପାଇଁ ଏକ ବଡ ଝଟ୍‌କା ନିଶ୍ଚୟ। ତେବେ ଆମେ ହାରିବାର ଶୋକରେ ଭାଙ୍ଗିବୁ ନାହିଁ। କାରଣ ଆମକୁ ଆହୁରି ୨ଟି ମ୍ୟାଚ୍‌ ଖେଳିବାକୁ ପଡ଼ିବ। ତେବେ ଆମକୁ ଆଉ ଗୋଟିଏ ମ୍ୟାଚ ଜିତିବାକୁ ପଡ଼ିବ। ଗତ ତିନୋଟି ମ୍ୟାଚ୍‌ରେ ଆମେ ଏଇ ଗୋଟିଏ ବିଜୟକୁ ଅପେକ୍ଷା କରିଥିଲୁ। ତେବେ ଏହି ମ୍ୟାଚ୍ ଏକ ଶିକ୍ଷଶ। ଏଡଶ ଆଗକୁ ଭଲ ଖେଳିବାର ପ୍ରେରଣା ଯୋଗାଇବ।
ସେ କହିଛନ୍ତି, ପାୱାର ପ୍ଲେରେ ସେମାନେ (ହାଇଦ୍ରାବାଦ) ୭୦ ରନ୍‌ କରିଥିଲେ ଏବଂ ଆମ ସେହିଠାରେ ମ୍ୟାଚ୍‌ ହାତଛଡ଼ା କରିଥିଲୁ। ଏବେ ଆମକୁ ସାହାସ ଏବଂ ସକାରାତ୍ମ ଚିନ୍ତାଧାରା ସହ ଖେଳିବାକୁ ପଡ଼ିବ। ଏହି ପରାଜୟରେ ମନୋବଳ ହରାଇବା ଉଚିତ୍ ନୁହେଁ।

ଅନ୍ୟପକ୍ଷେ ହାଇଦ୍ରାବାଦ କ୍ୟାପ୍‌ଟେନ ଡେଭିଡ ୱାର୍ଣ୍ଣର କହିଛନ୍ତି, ଆଗକୁ ଦୁଇଟି ମ୍ୟାଚ୍‌ରେ ଆମକୁ ବଡ ସ୍କୋର କରିବାର ଅଛି ଯଦ୍ୱାରା ପ୍ଲେ଼ଅଫରେ ପ୍ରବେଶ କରିବାର ସମ୍ଭାବନା ବଢିବ। ୱାର୍ଣ୍ଣର କହିଥିଲେ, ଟସ୍‌ ଜିତି ମଧ୍ୟ ଆମେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲୁ। ଆମେ ତାଙ୍କର ଦ୍ରୁତ ବୋଲିଂକୁ ଟାର୍ଗେଟ କରିଥିଲୁ। ଜନି ବେରଷ୍ଟ(Jonny Bairstow)ଙ୍କୁ ବାହାରେ ରଖିବା କଠିନ ନିଷ୍ପତ୍ତି ଥିଲା। କିନ୍ତୁ ୪ର୍ଥ ନମ୍ବରରେ କେନ୍‌ ୱିଲିୟମ୍ସଙ୍କର ଆବଶ୍ୟକତା ଥିଲା।

ସୂଚନାଥାଉ କି, ଆଜି ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ମଧ୍ୟରେ ହେବ ଟକ୍କର।

 

 

You might also like