ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ଏଇ ଖେଳାଳିଙ୍କୁ ଡରୁଛି ଦିଲ୍ଲୀ କ୍ୟାପିଟାଲ୍ସ, କାହିଁକି ଜାଣନ୍ତି ?

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ IPL-2020ରେ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ  ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ କର ଅବା ମର ପରିସ୍ଥିତି ଦେଖା ଦେଇଛି। ଆଜି ଦୁବାଇ ଇଣ୍ଟରନାଶନାଲ ଷ୍ଟାଡିୟମରେ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ ହେବ। ଏହି ମ୍ୟାଚ୍ ଜିତିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ  ପାଇଁ ବେଶ ସଂଘର୍ଷ କରିବାକୁ ପଡ଼ିବ। କାରଣ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ଠିଆ ହୋଇଛି ଶକ୍ତିଶାଳୀ  ହାଇଦ୍ରାବଦ ଟିମ୍‌। ହାଇଦ୍ରାବଦ ଟିମ୍‌ ମ୍ୟାଚ ଲଗାତାର ୪ଟି ମ୍ୟାଚ୍‌ ଜିତିବା ପରେ ନିଜ ସ୍ଥିତିକୁ ଶକ୍ତିଶାଳୀ କରିପାରିଛି। ତା ଛଡ଼ା ଏହି ଟିମ୍‌ ପାଖରେ ଏପରି ଜଣେ ଖେଳାଳି ଅଛନ୍ତି ଯାହାକୁ ସାମ୍ନା କରିବାକୁ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ ଏକ ପ୍ରକାର ଭୟ କରୁଛି। ଜାଣନ୍ତି, କିଏ ସେଇ ଖେଳାଳତ ?

ସନରାଇଜର୍ସ ହାଇଦ୍ରାବାଦର ଲେଗ ସ୍ପିନର ରାଶିଦ ଖାନ୍‌ ଏମିତିରେ ସବୁ ଦଳ ପାଇଁ ସମସ୍ୟା ହୋଇ ଛିଡା ହୋଇଛନ୍ତି। ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବେଶି ଚିନ୍ତାର କାରଣ ପାଲଟିଛନ୍ତି। ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ସନ୍‌ରାଇଜର୍ସ ପାଇଁ ଦୁଇଟି ମ୍ୟାଚ୍ ହରାଇଛି ଏବଂ ଦୁଇଥର ଯାକ ହାରିବା ପଛରେ ଅଛନ୍ତି ରାଶିଦ ଖାନ୍‌।

ଆବୁଧାବିରେ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ଖେଳି ରାଶିଦ ୧୪ ଓଭରରେ ୧୪ ରନ୍‌ ଦେଇ ୩ ୱିକେଟ ନେଇଥିଲେ। ୧୬୨ ରନ୍‌ ଜବାବ୍‌ରେ ଦିଲ୍ଲୀ ଟିମ୍‌ କେବଳ ୧୪୭ ରନ କରିପାରିଥିଲା।

ଏହା ପରେ ଦୁବାଇରେ ହୋଇଥିବା ଦିଲ୍ଲୀ କ୍ୟାପିଟାଲ୍ସ-ସନ୍‌ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୧୯ ରନ୍‌ କରିଥିଲେ। ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ କେବଳ ୧୩୧ ରନ କରିପାରିଥିଲା। ଏହି ମ୍ୟାଚ୍‌ରେ ମଧ୍ୟ ଦିଲ୍ଲୀ ରାଶିଦ୍‌ ଖାନ୍‌ ଯୋଗୁ ବେଶ ଅସୁବିଧାରେ ପଡ଼ିଥିଲା। ଏଥର ମଧ୍ୟ ରାଶିଦ୍ ଖାନ୍‌୪ ଓଭରରେ ୭ ରନ୍‌ ଦେଇ ୩ ୱିକେଟ ନେଇଥିଲେ। ଅର୍ଥାତ୍‌ ରାଶିଦ ଖାନ୍‌ ଏଇ ସିଜନରେ ଦିଲ୍ଲୀ ବିରୁଦ୍ଧରେ ୨ଟି ମ୍ୟାଚ୍‌ ଖେଳି ଦେଇଛନ୍ତି ୨୧ ରନ ଏବଂ ନେଇଛନ୍ତି ୬ ୱିକେଟ।

ରାଶିଦ ଖାନ୍‌ ଆଇପିଏଲ୍‌ ୨୦୨୦ରେ ଏକଦମ୍‌ କମାଲ କରିଛନ୍ତି। ରାଶିଦ ଖାନ୍‌ ୧୫ ମ୍ୟାଚ୍‌ରେ ୧୯ ୱିକେଟ ନେଇଛନ୍ତି।

You might also like