ବାପା ଅସୁସ୍ଥ ଥିବାରୁ ମ୍ୟାଚ୍‌‌ ଛାଡ଼ି ଘରକୁ ଚାଲିଯାଇଥିଲେ, ଏବେ IPL ଖେଳିବା ପାଇଁ ବାପା କହିଲେ…

ଲଣ୍ଡନ: ବାପାଙ୍କ ଅସୁସ୍ଥତା ଖବର ଶୁଣି କ୍ରିକେଟ୍ ମ୍ୟାଚ୍‌‌ ଛାଡ଼ି ଘରକୁ ଚାଲି ଯାଇଥିଲେ ଇଂଲଣ୍ଡର ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ। ହେଲେ ପୁଣିଥରେ କ୍ରିକେଟକୁ ଫେରିବା ପାଇଁ ଷ୍ଟୋକ୍ସଙ୍କୁ ତାଙ୍କ ବାପାଙ୍କ ବହୁତ ବୁଝାଇଥିଲେ। ଶେଷରେ ପରିବାର ଲୋକଙ୍କ ନିଷ୍ପତ୍ତି ଏବଂ ବାପାମା’ଙ୍କ ଭଲ ପାଇବା ଓ ଆଶୀର୍ବାଦରେ ପୁଣିଥରେ IPL ମାଧ୍ୟମରେ କ୍ରିକେଟ ମୈଦାନକୁ ଫେରିଛନ୍ତି ଷ୍ଟୋକ୍ସ।

ଷ୍ଟୋକ୍ସ ଖୁଲାସା କରି  କହିଛନ୍ତି IPL ମାଧ୍ୟମରେ ପୁଣିଥରେ କ୍ରିକେଟକୁ ଫେରିବା ପାଇଁ ବାପା ବୁଝାଇଥିଲେ। ପରିବାର ଲୋକଙ୍କ ସହ ୫ ସପ୍ତାହ ରହିବା ପରେ ରାଜସ୍ଥାନ ରୟାଲସ୍‌ ପାଇଁ ମ୍ୟାଚ୍‌ ଖେଳିବା ଲାଗି ସେ ଏବେ ୟୁଏଇରେ ପହଞ୍ଚିଛନ୍ତି। ବର୍ତ୍ତମାନ ସେ କ୍ୱାରେଣ୍ଟିନ୍‌ରେ ଅଛନ୍ତି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ବାପାଙ୍କ ଅସୁସ୍ଥତା ଖବର ଶୁଣିବା ପରେ ପାକିସ୍ତାନ ବିପକ୍ଷରେ ଘରୋଇ ଟେଷ୍ଟ୍‌ ସିରିଜ୍‌  ମଝିରୁ ହଟି ଯାଇଥିଲେ ଷ୍ଟୋକ୍ସ। ଏହାପରେ ସେ ନ୍ୟୁଜ୍‌ଲ୍ୟାଣ୍ଡ୍‌ ଚାଲି ଯାଇଥିଲେ। ସେଠାରେ ତାଙ୍କର ବାପାମା’, ଭାଇ ଅଛନ୍ତି। ତାଙ୍କ ବାପା ବ୍ରେନ୍‌ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି।

Daily Mirrorରେ ନିଜର ଏକ ସ୍ତମ୍ଭରେ ଷ୍ଟୋକ୍ସ ଲେଖିଛନ୍ତି, Christchurchରେ ବାପା, ମା’ ଓ ଭାଇଙ୍କୁ ଅଲ୍‌ବିଦା କହିବା ବହୁତ ମୁସ୍କିଲ୍‌ ଥିଲା। ପରିବାର ପାଇଁ ଏହାଏକ ବଡ଼ ମୁସ୍କିଲ୍‌ ସମୟ, ହେଲେ ଆମେ ଜଣେ ଅନ୍ୟ ଜଣଙ୍କ ସାଥ୍‌ ଦେଇଛୁ। ବାହାର ଲୋକଙ୍କ କଥାରେ ପ୍ରଭାବିତ ନ ହୋଇ ବରଂ ପରିବାର ଲୋକଙ୍କ ନିଷ୍ପତ୍ତିରେ ବାପାମା’ଙ୍କ ଭଲ ପାଇବା ଓ ଆଶୀର୍ବାଦରେ ଖେଳିବା ପାଇଁ ବାହାରିଥିଲି।

 

View this post on Instagram

 

HallaBol @rajasthanroyals

A post shared by Ben Stokes (@stokesy) on

ବାପାମା’ଙ୍କ କଥାକୁ ମନେ ପକାଇ ଷ୍ଟୋକ୍ସ କହିଛନ୍ତି, ମୋ ଉପରେ ଯେଉଁ ଦାୟିତ୍ୱ ରହିଛି, ତାକୁ ନେଇ ବାପା ସବୁବେଳେ ସଜାଗ ଥାନ୍ତି। ସେ ମୋତେ କହିଥିଲେ ଯେ, ମୋ ପାଖରେ ଯେଉଁ କାମ ଅଛି, ତାକୁ ସମ୍ପୂର୍ଣ୍ଣ କରିବା ମୋର କର୍ତ୍ତବ୍ୟ।

 

 

View this post on Instagram

 

Goodbye’s never get easier ❤️❤️

A post shared by Ben Stokes (@stokesy) on

ନ୍ୟୁଜ୍‌ଲ୍ୟାଣ୍ଡ୍‌ରେ ଜନ୍ମିତ ୨୯ ବର୍ଷୀୟ ଏହି ଅଲ୍‌ରାଉଣ୍ଡର ଆହୁରି କହିଛନ୍ତି, ‘ମୁଁ ଏହା ଉପରେ ବହୁତ ଭାବିଲା ପରେ ଶେଷରେ ନିଷ୍ପତ୍ତି ନେଲି ମୁଁ ଏବେ ଖେଳ ଉପରେ ଧ୍ୟାନ ଦେବା ଉଚିତ୍‌। ଏହାପରେ ମୁଁ  କ୍ଲେର୍(ପତ୍ନୀ)‌ ଓ ଛୁଆଙ୍କ ନିକଟକୁ ଫେରିଯିବ।

ଆହୁରି ପଢ଼ନ୍ତୁ

ଆଜି ଆରସିବି ଏବଂ କେକେଆର ମୁହାଁମୁହିଁ

ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ, ଆମକୁ ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ: ଶ୍ରେୟସ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

You might also like