ମ୍ୟାଚ୍‌ ହାରି ମଧ୍ୟ ଚର୍ଚ୍ଚାରେ କିଙ୍ଗସ ଇଲେଭେନ ପଞ୍ଜାବ

ଦୁବାଇ:ଆଇପିଏଲ ଗୁରୁବାର ମ୍ୟାଚ୍‌ରେ କିଙ୍ଗସ ଇଲେଭେନ ପଞ୍ଜାବ (KXIP)କୁ ପୁଣି ଏକ ପରାଜୟକୁ ସାମ୍ନା କରିବାକୁ ପଡ଼ିଛି। ସନରାଇଜର୍ସ ହାଇଦ୍ରାବାଦ (SRH) ୬୯ ରନ୍‌ରେ KXIPକୁ ହରାଇଛି। କ୍ୟାପ୍ଟେନ ଡେଭିଡ ୱାର୍ଣ୍ଣର ଏବଂ ଜନି ବେଷ୍ଟୋ ଯୋଡ଼ି ଜବରଦସ୍ତ ଖେଳିଲେ। ୱାର୍ଣ୍ଣର ୫୨ ଏବଂ ବେଷ୍ଟୋ ୯୭ ରନ କରିଥିଲେ। ତେବେ ପରାଜୟ ପରେ ମଧ୍ୟ ପଞ୍ଜାବର ନିକୋଲସ ପୂରନ(Nicholas Pooran )ଙ୍କ ବ୍ୟାଟିଂକୁ ନେଇ ଖୁବ୍‌ ଚର୍ଚ୍ଚା। ପଡିଆରେ ଯେମିତି ରନ୍‌ ବର୍ଷା ହେଉଥିଲା। ନିକଲୋସଙ୍କ ରନ୍‌ ବର୍ଷା କିଛି ସମୟ ପାଇଁ ସନରାଇଜର୍ସ ଟିମ୍‌କୁ ଡରାଇ ଦେଇଥିଲା। ଲାଗୁଥିଲା, ନିଜ ଦମ୍‌ରେ ଯେମିତି ପୂରନ ପଞ୍ଜାବକୁ ବିଜୟ ମୁକୁଟ ପିନ୍ଧାଇବେ। ତେବେ ଏହି ଆଶା ତ ତାଙ୍କର ପୂରଣ ହୋଇ ପାରିଲାନି, ତେବେ ୧୭ ବଲ୍‌ରେ ହାଫ୍‌ ସେଞ୍ଚୁରୀ କରି ଆଇପିଏଲର ଚଳିତ ସିଜନରେ ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ କରିବାର ଗୌରବ ଅର୍ଜନ କଲେ।

ଆଇପିଏଲରେ ସବୁଠାରୁ ଦ୍ରୁତ ହାଫ ସେଞ୍ଚୁରୀ ରେକର୍ଡ କୋୟଲ ରାହୁଲଙ୍କ ନାମରେ ରହିଛି। ରାହୁଲ ୨୦୧୮ରେ ମାତ୍ର ୧୪ ବଲ୍‌ରେ ହାଫ ସେଞ୍ଚୁରୀ କରିଥିଲେ। ୨ୟ ନମ୍ବରରେ ଅଛନ୍ତି ୟୁସୁଫ ପଠାନ ଏବଂ ସୁନୀଲ ନରେନ। ଉଭୟେ ୧୫ ବଲରେ ହାଫ୍ ସେଞ୍ଚୁରୀ କରିଥିଲେ।

ଏହା ବ୍ୟତୀତ ଆଇପିଏଲ ଇତିହାସରେ ୮ ଜଣ ବ୍ୟାଟ୍‌ସମ୍ୟାନ ୧୭ ବଲରେ ହାଫ ସେଞ୍ଚୁରୀ କରିଛନ୍ତି ଯେଉଁମାନଙ୍କ ଭିତରେ ପୂରନ ବି ଅଛନ୍ତି।  ୫ମ ଓଭରରେ ବ୍ୟାଟିଂ କରିବାକୁ ଆସିଥିଲେ ପୂରନ। ୪ରନ୍‌ରୁ ତାଙ୍କର ଖାତା ଖୋଲିଥିଲେ। ୬ଷ୍ଠ ଓଭରରେ ନଟରାଜନଙ୍କ ବଲ୍‌ରେ ଛକ୍କା ମାରିଥିଲେ। ସପ୍ତମ ଓଭରରେ ଲଗାତାର ୬ ମାରି ଚାଲିଥିଲେ। ୯ମ ଓଭରରେ ବୋଲିଂ କରିବାକୁ ଆସିଥିଲେ ଅବ୍‌ଦୁଲ ସମଦ। ତାଙ୍କର ପ୍ରଥମ ବଲରେ ୬ ମାରିବା ସହ ଏହି ଓଭରରେ ୨୮ ରନ୍‌ କରିଥିଲେ ପୂରନ।

ଗୋଟିଏ ସମୟରେ କିଙ୍ଗସ ଇଲେଭେନ ପଞ୍ଜାବର ୱିକେଟ ପଡିବାରେ ଲାଗିଥିଲା। ହେଲେ ଗୋଟିଏ ପଟେ ପୂରନ ସେମିତି ଛିଡା ହୋଇ ରନ୍‌ ବର୍ଷା କରି ଚାଲିଥିଲେ। ୩୭ ବଲରେ ୭୭ ରନ କରି ଥିଲେ। ୫ ଚୌକା ଏବଂ ୭ଟି ଛକା ମାରିଥିଲେ।

ଏହି ମ୍ୟାଚ୍‌ରେ କିଙ୍ଗସ ଇଲେଭେନ ପଞ୍ଜାବକୁ ପରାଜୟ ସାମ୍ନା କରିବାକୁ ପଡ଼ିଲା ସତ କିନ୍ତୁ ପୂରନଙ୍କ ଏହି ସଫଳତା ପାଇଁ ପଞ୍ଜାବ ଚର୍ଚ୍ଚାକୁ ଆସିଛି।

ଆହୁରି ପଢ଼ନ୍ତୁ

ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ମୁମ୍ବାଇକୁ ୧୧୫ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ

କ୍ରିକେଟ୍ କିମ୍ବଦନ୍ତୀ କପିଲ ଦେବଙ୍କୁ ହୃଦ୍‌ଘାତ; ଡାକ୍ତରଖାନାରେ ଭର୍ତ୍ତି

ଆଇପିଏଲ ବେଟିଂ; ଜବତ ହେଲା ବିପୁଳ ପରିମାଣର ଟଙ୍କା

ହାଇଦ୍ରାବାଦକୁ ୧୫୫ ରନ୍‌ର ଟାର୍ଗେଟ୍‌ ଦେଲା ରାଜସ୍ଥାନ

You might also like