କମାଲ କଲେ ଧୋନି; ୨ୟ ୱିକେଟକିପର ଭାବେ IPLରେ କଲେ ଏମିତି ରେକର୍ଡ

ଅବୁଧାବି: ଆଇପିଏଲ-୨୦୨୦ରେ ରେକର୍ଡ କଲେ ମହେନ୍ଦ୍ର ସିଂ ଧୋନି। କିଙ୍ଗସ୍‌ ଇଲେଭେନ ପଞ୍ଜାବ (KXIP) ବିରୋଧ ମ୍ୟାଚ୍‌ରେ କେଏଲ ରାହୁଲ (K.L.Rahul)ଙ୍କ କ୍ୟାଚ୍‌ ନେବାରେ ଧୋନି ସଫଳ ହେବା ପରେ ଆଇପିଏଲ ଇତିହାସରେ ଉଇକେଟକିପର ଭାବେ ୧୦୦ କ୍ୟାଚ୍‌ ନେବାରେ ଦ୍ୱିତୀୟ ଖେଳାଳିର ମାନ୍ୟତା ପାଇଲେ।

ଆଇପିଏଲର ୧୮ତମ ମ୍ୟାଚରେ ଏମଏସ ଧୋନୀ କମାଲ କରିଛନ୍ତି। କିଙ୍ଗସ୍‌ ଇଲେଭେନ ପଞ୍ଜାବ ବିରୋଧରେ ଖେଳି ଧୋନି କେଏଲ ରାହୁଲଙ୍କ କ୍ୟାଚ୍ ଧରିବାରେ ସଫଳ ହୋଇଥିଲେ। ଆଇପିଏଲ ଇତିହାସରେ ଧୋନିଙ୍କୁ ମିଶାଇ ମାତ୍ର ୨ଜଣ ଉଇକେଟକିପର ୧୦୦ କ୍ୟାଚ୍‌ ନେବାରେ ସଫଳ ହୋଇଛନ୍ତି। ଧୋନିଙ୍କଠାରୁ ଅଧିକ କ୍ୟାଚ୍‌ ନେଇ ରେକର୍ଡ କରିଛନ୍ତି ଦିନେଶ କାର୍ତ୍ତିକ। ସେ ଆଇପିଏଲରେ ୧୦୩ କ୍ୟାଚ  ନେଇଛନ୍ତି।

ସୂଚନାଥାଉ କି, ସିଏସକେ ବିରୋଧରେ ପଞ୍ଜାବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପଞ୍ଜାବ କ୍ୟାପ୍‌ଟେନ କେଏଲ ରାହୁଲ ଶାନଦାର ବ୍ୟାଟିଂ କରି ୫୨ ବଲରେ ୬୩ ରନ୍‌ କରି ଆଉଟ ହୋଇଥିଲେ। ଏଥିସହ ଆଇପିଏଲ ଇତିହାସରେ ରାହୁଲ ମଧ୍ୟ ୧୫୦୦ ରନ୍‌ କରିଛନ୍ତି। ତେବେ ଶାର୍ଦ୍ଦୁଳ ଠାକୁରଙ୍କ ବଲ୍‌ରେ କ୍ୟାଚ୍‌ ଧରି ରାହୁଲ୍‌ଙ୍କୁ ପାବିଲିୟନ ପଠାଇଥିଲେ ଧୋନି।

ପଞ୍ଜାବ ପ୍ରଥମେ ଖେଳି ୨୦ ଓଭରରେ ୪ ୱିକେଟ ବିନିମୟରେ ୧୭୮ ରନ୍‌ କରିଥିଲା। ସିଏସ୍‌କେ ତରଫରୁ ଶାର୍ଦ୍ଦୁଳ ଠାକୁର ୨ ୱିକେଟ ଏବଂ ଜଡେଜା, ପିୟୂଷ ଚାୱାଲା ୧ ଲେଖାଏ ୱିକେଟ ନେଇଥିଲେ। ଆଇପିଏଲ-୨୦୨୦ରେ ସିଏସ୍‌କେ ବର୍ତ୍ତମାନ ସୁଦ୍ଧା ୩ଟି ମ୍ୟାଚ ହାରି ସାରିଛି ଯାହା ଧୋନି ଏବଂ ତାଙ୍କ ଟିମ୍‌ ପାଇଁ ବେଶ ମହଙ୍ଗା ପଡ଼ିଛି।

ଆହୁରି ପଢ଼ନ୍ତୁ

ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ମୁମ୍ବାଇକୁ ୧୧୫ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ

କ୍ରିକେଟ୍ କିମ୍ବଦନ୍ତୀ କପିଲ ଦେବଙ୍କୁ ହୃଦ୍‌ଘାତ; ଡାକ୍ତରଖାନାରେ ଭର୍ତ୍ତି

ଆଇପିଏଲ ବେଟିଂ; ଜବତ ହେଲା ବିପୁଳ ପରିମାଣର ଟଙ୍କା

ହାଇଦ୍ରାବାଦକୁ ୧୫୫ ରନ୍‌ର ଟାର୍ଗେଟ୍‌ ଦେଲା ରାଜସ୍ଥାନ

You might also like