IPL 2020: ମୁମ୍ବାଇ ପାଖରେ ଏତେ ସହଜରେ କେମିତି ହାରିଗଲା KKR

ଦୁବାଇ: ଆଇପିଏଲ ୧୩ର ୩୨ ତମ ମ୍ୟାଚରେ ଏକ ରୋମାଞ୍ଚକର ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ଆବୁଧାବିର ଶେଖ ଜୟେଦ୍ ଷ୍ଟାଡିୟମରେ ଖେଳା ଯାଇଥିବା ଲିଗ୍ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୮ ଓ୍ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ।

ମୁମ୍ବାଇର ଏହି ବିଜୟରେ ନାୟକ ସାଜିଛନ୍ତି ବ୍ୟାଟସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ । ଡି କକ୍ ୪୪ଟି ବଲ୍ ଖେଳି ଅପରାଜିତ ୭୮ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ସେ ୯ଟି ଚୌକା ଓ ୩ଟି ଛକା ମାରିଛନ୍ତି। ମୁମ୍ବାଇ ଟିମ୍‌ର ଅଧିନାୟକ ରୋହିତ ଶର୍ମା ୩୫ ରନ୍ ସଂଗ୍ରହ କରିଥିଲେ । ସେ ୩୬ଟି ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

କୋଲକାତାର ଅଧିନାୟକ ଇଅନ୍ ମୋର୍ଗାନ ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ବିଶେଷ ସ୍କୋର କରିପାରି ନ ଥିଲେ। ଓପନର ରାହୁଲ ତ୍ରିପାଠୀ ମାତ୍ର ୭ ରନ କରିଥିବାବେଳେ ଶୁବମନ୍ ଗିଲ ୨୧ ରନ, ନିତିଶ ରାଣା ୫ରନ, ଦିନେଶ କାର୍ତ୍ତିକ ୪ ରନ କରି ଆଉଟ ହୋଇଥିଲ।

ତେବେ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଇଅନ ମୋର୍ଗାନ ଓ ୭ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ପାଟ୍ କମିନ୍ସ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ ମୋର୍ଗାନ ୩୯ ରନ ଓ କମିନ୍ସ ୫୩ ରନ କରି ଅପରାଜିତ ଥିଲେ। ଦଳ ର୍ନିଦ୍ଧାରିତ ୨୦ ଓଭରରେ ୧୪୮ ରନ କରିଥିଲ।

ମୁମ୍ବାଇ ଏହି ଲକ୍ଷ୍ୟ ମାତ୍ର ୧୬.୫ ଓଭରରେ ୨ ୱିକେଟ ବିନିମୟରେ ହାସଲ କରିବାରେ ସକ୍ଷମ ହୋଇଥିଲା। କେକେଆର ସବୁଠାରୁ ଶକ୍ତିଶାଳୀ ଟିମ୍‌ ମଧ୍ୟରୁ ଗୋଟିଏ। ଏହା ସତ୍ତ୍ୱେ ମୁମ୍ବାଇ ପାଖରେ ଅତି ସହଜରେ ନିଜର ପରାଜୟ ସ୍ୱୀକାର କରିଥିଲା। ତେବେ କାହିଁକି ଏମିତି ହେଲା ?

କ୍ରିକେଟ ସମୀକ୍ଷକଙ୍କ ମତରେ କୋଲକାତା ମୁମ୍ବାଇ ଟିମ୍‌କୁ ସାମ୍ନା କରିବା ପୂର୍ବରୁ ନିଜର କ୍ୟାପ୍‌ଟେନ ବଦଳାଇ ଦେଲା। ଦିନେଶ କାର୍ତ୍ତିକ ସ୍ଥାନରେ ଆୟନ ମାର୍ଗନଙ୍କୁ କ୍ୟାପ୍‌ଟେନ କରାଗଲା। ମୁମ୍ବାଇ ବିପକ୍ଷରେ କୋଲକାତାର ରଣନୀତି ଦୁର୍ବଳ ଥିବା ଅତୀତରେ ଦେଖିବାକୁ ମିଳିଥିଲା। ତେବେ ଏଥର ମ୍ୟାଚ୍‌ରେ ମୋର୍ଗାନ୍ ତାଙ୍କ ବୋଲରମାନଙ୍କୁ ସଠିକ୍ ଭାବରେ ବ୍ୟବହାର କରିପାରି ନ ଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ପରେ ବରୁଣ ଚକ୍ରବର୍ତ୍ତୀ ଏବଂ ଶିବମ ମାଭିଙ୍କୁ ବୋଲିଂରେ ରଖାଯାଇଥିଲା, ଯାହା ଦଳ ମହଙ୍ଗା ପଡ଼ିଥିଲା।

କୋଲକାତାର ଟପ୍‌  ଅର୍ଡର କ୍ରମାଗତ ଫ୍ଲପ୍ ପ୍ରମାଣିତ ହୋଇଛି । ଶୁଭମାନ ଗିଲ, ରାହୁଲ ତ୍ରିପାଠୀ ଏବଂ ନୀତୀଶ ରାଣା ଆଶାନୁରୁପ ସ୍କୋର କରି ପାରି ନ ଥିଲେ ।  ଏଥି ସହିତ ତ୍ରିପାଠୀ ଏବଂ ନୀତୀଶ ରାଣାଙ୍କ ବ୍ୟାଟିଂ ବିଶ୍ୱାସଯୋଗ୍ୟ ମନେ ହେଉନାହିଁ। ଅଧିନାୟକତ୍ୱ ଛାଡିଥିବା ଦୀନେଶ କାର୍ତ୍ତିକଙ୍କ ବ୍ୟାଟ୍ ମଧ୍ୟ ନୀରବ ରହିଛି। ଦଳର ଆରମ୍ଭ ଏତେ ଖରାପ ହେଉଛି ଯେ, ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନମାନେ ଖୋଲାଖୋଲି ଖେଳିବାକୁ ସକ୍ଷମ ହୋଇ ପାରୁନାହାନ୍ତି।

କୋଲକାତାର ସୁନୀଲ ନରେନ ଏବଂ ଆଣ୍ଡ୍ରେ ରସେଲ ଆଇପିଏଲ 2020 ରେ ଫର୍ମରେ ନାହାଁନ୍ତି। ନରେନଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠିଛି। ତେଣୁ ସେ ମୁମ୍ବାଇ ବିପକ୍ଷରେ ମ୍ୟାଚ୍ ଖେଳି ନଥିଲେ। ଆଣ୍ଡ୍ରେ ରସେଲଙ୍କ ବ୍ୟାଟ୍ ମଧ୍ୟ ନୀରବ ରହିଛି ଯାହାର ଫଳାଫଳ କୋଲକାତାକୁ ଭୋଗିବାକୁ ପଡ଼ୁଛି।

ଆହୁରି ପଢ଼ନ୍ତୁ

ରାଗରେ ବ୍ୟାଟ୍‌ ଫୋପାଡ଼ି ଦେଲେ ଗେଲ୍‌ !

IPL 2020, ଧୋନିଙ୍କ ବିଜୟରୁ ଫାଇଦା ନେଲା ମୁମ୍ବାଇ

ଦିନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଏହି କ୍ରିକେଟର, ଏବେ….

ଜାରିହେଲା ଅଷ୍ଟ୍ରେଲିଆ-ଭାରତ ସିରିଜର ଖେଳସୂଚୀ

IPL 2020: ଦିଲ୍ଲୀ କ୍ୟାପିଟାଲ୍ସର ହାଟ୍ରିକ୍‌ ହାର, କ୍ୟାପ୍‌ଟେନ ଶ୍ରେୟାସ କହିଲେ…

୮ ୱିକେଟ୍‌ରେ କେକେଆରକୁ ମାତ୍‌ ଦେଲା ପଞ୍ଜାବ

ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

You might also like