୮ ୱିକେଟ୍‌ରେ କେକେଆରକୁ ମାତ୍‌ ଦେଲା ପଞ୍ଜାବ

ନୂଆଦିଲ୍ଲୀ:  କ୍ରିସ ଗେଲ୍ ଓ ମନଦୀପ ସିଂଙ୍କ ଅର୍ଦ୍ଧଶତକ ବଳରେ ସହଜ ବିଜୟ ହାସଲ କଲା କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ।କୋଲକାତା ଠାରୁ ୮ ଓ୍ୱିକେଟରେ ଜିତି ପଞ୍ଜାବ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ୧୪୯ ରନର ଟାର୍ଗେଟକୁ ପିଛା କରୁଥିବା ପଞ୍ଜାବ ୭ଟି ବଲ ପୂର୍ବରୁ ମ୍ୟାଚକୁ ଜିତି ନେଇଥିଲା ।

ଦଳ ପକ୍ଷରୁ କ୍ରିସ୍ ଗେଲ୍ ୨୯ଟି ବଲ୍‌ରୁ ୫୧ ରନ ଓ ମନଦୀପ ସିଂ ୫୬ଟି ବଲ୍‌ରୁ ୬୬ ରନ ସଂଗ୍ରହ କରିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତଥାପି ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଥିଲା।  ଓପନର ଶୁଭମନ ଗିଲ୍ ସର୍ବାଧିକ ୫୭ ରନ କରିଥିଲେ।

ସେପଟେ ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ହାଇଦ୍ରାବାଦ । କ୍ୱାଲିଫାୟରରୁ ବାଦ ପଡ଼ିଥିବା ବେଳେ ଏହି ମ୍ୟାଚ ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ ହାଇ ତେବେ ହାଇଦ୍ରାବାଦକୁ ହରାଇ ପୁଣି ଥରେ ପଏଣ୍ଟ ଟେବୁଲ୍ର ଶୀର୍ଷରେ ରହିବାକୁ ଲକ୍ଷ୍ୟ ରଖିଛି ଦିଲ୍ଲୀ .

You might also like