ଆଇପିଏଲ୍‌ ୨୦୧୯: ଚେନ୍ନାଇକୁ ପରାସ୍ତ କରି ଫାଇନାଲରେ ମୁମ୍ବାଇ

ନୂଆଦିଲ୍ଲୀ: ଆଇପିଏଲ୍‌ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ। ଗତକାଲି ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ଏହି ସଫଳତା ପାଇଛି।

ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ସାମ୍ନାସାମ୍ନି ହେବେ। ଏଲିମିନେଟର୍ ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ଦର୍ଶକ କଡ଼ା ଟକ୍କର ଦେଖିବାକୁ ପାଇବେ। ଆଜି ସନ୍ଧ୍ୟା ସାଢ଼େ ୭ଟାରେ ବିଶାଖାପଟଣାରେ ଏହି ମ୍ୟାଚ୍‌ ଖେଳାଯିବ।

ଏହି ମ୍ୟାଚ୍‌ରେ ଯିଏ ଜିତିବ ସେହି ଟିମ୍ ଚେନ୍ନାଇ ସହିତ ଦ୍ୱିତୀୟ କ୍ୱାଲିଫାୟର ଖେଳିବ।

You might also like