ଆଇପିଏଲ୍ ୨୦୧୯: ଆଜି କ୍ୱାଲିଫାୟାର୍-୨ରେ ଚେନ୍ନାଇ-ଦିଲ୍ଲୀ ଲଢ଼େଇ
ନୂଆଦିଲ୍ଲୀ: ଆଇପିଏଲ୍ ମହାସମରରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ଦୁଇ ଶକ୍ତିଶାଳୀ ଟିମ୍ ଚେନ୍ନାଇ ସୁପରକିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। କାହିଁକି ନା ଏହି ମ୍ୟାଚରେ ଯେଉଁ ଟିମ୍ ବିଜୟୀ ହେବ, ସେହି ଟିମ୍ ମୁମ୍ବାଇ ବିପକ୍ଷରେ ଫାଇନାଲ ଖେଳିବ।
ଏଲିମିନେଟର ମୁକାବିଲାରେ ସନ ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ରାଉଣ୍ଡକୁ ଦିଲ୍ଲୀ ପ୍ରବେଶ କରିଛି। ପୃଥ୍ୱୀ ସ ଓ ଋଷଭ ପନ୍ତଙ୍କ ଦମ୍ଦାର୍ ବ୍ୟାଟିଂରେ ଦିଲ୍ଲୀ ଏହି ରାଉଣ୍ଡକୁ ପ୍ରବେଶ କରିଛି।