ଆଇପିଏଲ ମହାସମର: ପ୍ରଥମ ପ୍ଲେ ଅଫ୍ ମ୍ୟାଚରେ ମୁହାଁମୁହିଁ ହେବେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ୍‌

ନୂଆଦିଲ୍ଲୀ: ଆଇପିଏଲ ମହାସମର। ଆଜି ପ୍ରଥମ ପ୍ଲେ ଅଫ୍ ମ୍ୟାଚରେ ମୁହାଁମୁହିଁ ହେବେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ୍‌। ସନ୍ଧ୍ୟା ୭ଟାରେ ୱାଙ୍ଖଡେ ଷ୍ଟାଡିୟମ୍‌ରେ ଏହି ମ୍ୟାଚ ଖେଳାଯିବ ଓ ବିଜୟୀ ଟିମ୍ ସିଧାସଳଖ ଫାଇନାଲକୁ ପ୍ରବେଶ କରିବ।

ସନ୍‌ରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗସ୍‌। ଉଭୟ ଟିମ୍ ଲିଗ୍‌ରେ ସମାନ ୯ଟି ଲେଖାଏଁ ମ୍ୟାଚ ଜିତିଥିବା ବେଳେ ହାଇଦ୍ରାବାଦ ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ରହିଛି। ଦଳରେ ଅଛନ୍ତି କେନ୍ ୱିଲିମ୍ସନ୍, ଶିଖର ଧାୱନ, ସାକିବ୍‌ ଅଲ୍‌ ହାସାନ୍, ମନିଷ ପାଣ୍ଡେଙ୍କ ଭଳି ଭଲ ବ୍ୟାଟ୍ସମ୍ୟାନ। ଏମାନେ ଯେକୌଣସି ପରିସ୍ଥିତିରେ ବି ମ୍ୟାଚର ମୋଡ ବଦଳାଇ ପାରନ୍ତି। ହାଇଦ୍ରାବାଦ ଅଧିନାୟକ ଓ୍ୱିଲିମ୍ସନ୍ ୧୪ଟି ମ୍ୟାଚରୁ ୬୬୧ରନ କରି ଅରେଞ୍ଜ କ୍ୟାପ୍‌ ଦୌଡରେ ଅଛନ୍ତି। ସେହିପରି ବୋଲିଂ ଭାର ସମ୍ଭାଳିବେ ରସିଦ୍ ଖାନ୍, ଭୁବନେଶ୍ୱର କୁମାର। ତେବେ ଦଳ ପାଇଁ ଟ୍ରମ୍ପ କାର୍ଡ ରସିଦ ଖାନ୍।  ସେ ୧୪ଟି ମ୍ୟାଚରୁ ୧୬ଟି ଓ୍ୱିକେଟ ହାସଲ କରିଛନ୍ତି।

ଅନ୍ୟପଟେ ଦୁଇ ଦୁଇଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସର ଚଳିତ ବର୍ଷ ରେକର୍ଡ ବି ଭଲ ଲିଗ୍। ମ୍ୟାଚ୍‌ରେ ଉଭୟେ ଦୁଇ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁଥର ହା୍ଇଦ୍ରାବାଦକୁ ମାତ୍ ଦେଇଛି ଧୋନି ବାହିନୀ। ଆଜି ବି ହାଇଦ୍ରାବାଦକୁ ଚକ୍‌ମା ଦେବା ଲକ୍ଷ୍ୟରେ ଚେନ୍ନାଇ। ବଡ କଥା ହେଉଛି ଫର୍ମରେ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନୀ। ସେ ୧୪ଟି ମ୍ୟାଚରୁ ବର୍ତ୍ତମାନ ସୁଦ୍ଧା ୪୪୬ ରନ୍ କରିଛନ୍ତି।  ଆଉ ମାତ୍ର ୧୫ ରନ୍‌ ସଂଗ୍ରହ କଲେ ସେ ଗୋଟିଏ ସିଜିନ୍‌ରେ ବ୍ୟକ୍ତିଗତ ଭାବେ ସର୍ବାଧିକ ରନ୍‌ କରିବାର ରେକର୍ଡଧାରୀ ହେବେ।

ଏସବୁ ଭିତରେ ଅପେକ୍ଷା ଆଜିର ମ୍ୟାଚ୍‌କୁ। ଯେଉଁଟିମ୍ ଜିତିବ, ସିଧାସଳଖ ଫାଇନାଲକୁ ଯିବ ତେବେ ପରାଜିତ୍ ଟିମ୍ ପାଇଁ ମଧ୍ୟ ଆଉ ଏକ ସୁଯୋଗ ରହିଛି।

ଆହୁରି ପଢ଼ନ୍ତୁ

ପ୍ରଥମଥର କଟକଣା ଭିତରେ ଆଇପିଏଲ୍, ଲାଗୁ ହେବ ଏହିସବୁ ନିୟମ

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଶୋଇଥିବା ଅବସ୍ଥାରେ ଚାଲିଗଲା ପୂର୍ବତନ କ୍ରିକେଟରଙ୍କ ଜୀବନ

ଆଶୀର୍ବାଦ ବେହେରାଙ୍କୁ କ୍ଲିନ୍ ଚିଟ୍

‘ଫିଟ୍ ଇଣ୍ଡିଆ ଫ୍ରୀଡମ୍ ରନ୍’‌ରେ ଭାଗ ନେଲେ ଜାତୀୟ ଖେଳାଳି

ଫିକ୍ସିଂ ଅଭିଯୋଗରେ ୨ କ୍ରିକେଟର୍ ସସପେଣ୍ଡ୍

ସରିଲା କ୍ରିକେଟର୍ ଶ୍ରୀସନ୍ଥଙ୍କ ବାସନ୍ଦାଦେଶ

ହଟିଲେ ବାବର, ମଲାନ୍ ନୂଆ ନମ୍ବର ୱାନ୍ ଟି-୨୦ ବ୍ୟାଟ୍ସମ୍ୟାନ୍

ସରିଲା ଅପେକ୍ଷା, ଜାରି ହେଲେ ଆଇପିଏଲ୍ ସିଡ୍ୟୁଲ୍

ବଲରେ ସାନିଟାଇଜର୍ ଲଗାଇ ସସ୍‌ପେଣ୍ଡ୍‌ ହେଲେ ଏହି ବୋଲର୍

ଆସନ୍ତାକାଲି ଜାରି ହେବ ଆଇପିଏଲ୍ କାର୍ଯ୍ୟସୂଚୀ

You might also like