ବସ୍ତିର ଫୁଟବଲ୍‌ ଖେଳାଳି ଏବେ ଭାରତୀୟ ଦଳର ଫୁଟବଲ ଷ୍ଟାର୍

ଭୁବନେଶ୍ୱର: ବସ୍ତିର ଫୁଟବଲ ଖେଳାଳି ଏବେ ଭାରତୀୟ ଦଳର ଫୁଟବଲ ଷ୍ଟାର୍। ଆମେ କହୁଛୁ ଭୁବନେଶ୍ୱର ସାଲିଆସାହି ବସ୍ତିର ଅଭାବୀ ଘରୁ ବାପା ରାମଚନ୍ଦ୍ର ସୋରେନ୍ ଓ ମାଆ ଶାନ୍ତିଙ୍କ ସାଙ୍ଗରେ ପିଆଜ-ପଖାଳ ଖାଇ ବଢ଼ିଥିବା ଦୁଇ ପୁଅ ସୁନିଲ୍‌ ସୋରେନ୍‌ ଓ ରଞ୍ଜନ ସୋରେନଙ୍କ କଥା। ଏହି ଦୁଇ ଭାଇ ଏବେ ଦେଶର ଫୁଟବଲ କ୍ରୀଡ଼ା ପାଇଁ ନୂଆ ଭବିଷ୍ୟତ।

ଘର ସାମ୍ନାରେ ଥିବା ଏକ ପଡ଼ିଆରୁ ସାନଭାଇ ସୁନୀଲ ସହ ମିଶି ବଲ୍ ଗଡ଼ଉ ଗଡ଼ଉ ବଡ଼ ଭାଇ ରଞ୍ଜନ ସୋରେନ୍ ଏବେ ସକର ଷ୍ଟାର। ୧୫ବର୍ଷରୁ କମ୍ ଭାରତୀୟ ଦଳ ମଜଭୁତ ଓ୍ୱାଲ୍, ଦଳର ଅନ୍ୟତମ ଶ୍ରେଷ୍ଠ ଡିଫେଣ୍ଡର ହୋଇଯାଇଛନ୍ତି।

ପ୍ରଥମେ ବାଇଚୁଙ୍ଗ ଭୂତିଆ ସକର ସ୍କୁଲରେ ପ୍ରଶିକ୍ଷଣ ପରେ ଆଇଲିଗ୍ ଆଉ ସେଇଠୁ ଭାରତୀୟ ଦଳ ପାଇଁ ଆମନ୍ତ୍ରଣୀୟ ଟୁର୍ଣ୍ଣାମେଣ୍ଟରେ ଖେଳ। ଆଉ ତାପରେ ନିଜ ବୟସ ବର୍ଗରେ ଥିବା ଟିମ୍‌ର ଏବେ ନିୟମିତ ସଦସ୍ୟ। ଏପରିକି ରଞ୍ଜନଙ୍କ ଚମତ୍କାର ଡିଫେନ୍ସ ପାଇଁ ଗତକାଲି କୋଲକାତାରେ ଶେଷ ହୋଇଥିବା ସାଫ୍ ଫୁଟବଲ ଚାମ୍ପିଅନ୍ସିପ୍‌ରେ ଭାରତ ଚାମ୍ପିଅନ୍ ମୁକୁଟ ବି ପିନ୍ଧିଛି।

ସାନ ସୁନୀଲ ବି ସଫଳତା ରାସ୍ତାରେ। ସେ ବି ଏବେ ପଞ୍ଜାବ ମିନର୍ଭା ଫୁଟବଲ କ୍ଲବ୍‌ର ଉଦୀୟମାନ ଡିଫେଣ୍ଡର। ଆଇ ଲିଗ୍ ବି ଖେଳୁଛନ୍ତି। ତେବେ ତିନିବର୍ଷ ତଳେ ବସ୍ତିର ଏ ପଡ଼ିଆରୁ ପ୍ରଥମେ ଏ ଦୁଇ ଭାଇଙ୍କ ପ୍ରତିଭାକୁ ଚିହ୍ନିଥିଲେ ଫୁଟବଲ କୋଚ୍ ଜୟଦେବ ମହାପାତ୍ର। ନିଜ ଖର୍ଚ୍ଚରୁ ପ୍ରଶିକ୍ଷଣ ଦେଲେ, ପ୍ରତିଭାକୁ ଗଢ଼ି ତୋଳିଲେ। ତା ପରେ ବଦଳିଗଲା ସୁନିଲ ଓ ରଞ୍ଜନଙ୍କ ଦୁନିଆ। ଦୁଇ ପୁଅଙ୍କ ସଫଳତାରେ ବାପା ବି ବେଶ୍‌ ଗର୍ବିତ।

ଏ ଯାତ୍ରାକୁ ଆଗକୁ ଆହୁରି ଆଗକୁ ନେବାକୁ ସକଳ ପ୍ରୟାସ ଜାରି ରଖିଛନ୍ତି ରଞ୍ଜନ ଓ ସୁନୀଲ। ହେଲେ ବସ୍ତିର ଦୁଇ ଭାଇଙ୍କ ଏ ସଫଳତା ଅନେକଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚୟ।

ଆହୁରି ପଢ଼ନ୍ତୁ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

ଯୁବରାଜ ସିଂହଙ୍କୁ ୬ ଥର ଆଉଟ କରିଥିବା ଖେଳାଳି କ୍ରିକେଟରୁ ସନ୍ୟାସ ନେଲେ

IPL 2020: ମୁମ୍ବାଇ ପାଖରେ ଏତେ ସହଜରେ କେମିତି ହାରିଗଲା KKR

ବାଙ୍ଗାଲୋରକୁ ହରାଇ ୱିନିଂ ଟ୍ରାକ୍‌କୁ ଫେରିଲା ପଞ୍ଜାବ

ଭାଇରାଲ ହେଲା କୋହଲିଙ୍କ ଡ୍ୟାନ୍ସ

You might also like