ଇଂଲଣ୍ଡକୁ ୨୫୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଟିମ୍‌ ଇଣ୍ଡିଆ

ହେଡ଼ିଙ୍ଗ୍‌ଲେ: ଇଂଲଣ୍ଡକୁ୨୫୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଟିମ୍‌ ଇଣ୍ଡିଆ। ଶେଷ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ୍‌ ହରାଇ ସଂଗ୍ରହ କରିଛି ୨୫୬ ରନ୍‌। ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଡ଼ିଙ୍ଗ୍‌ଲେ ଠାରେ ତୃତୀୟ ତଥା ଶେଷ ଦିନିକିଆ ଖେଳାଯାଉଛି। ଇଂଲଣ୍ଡ ପ୍ରଥମେ ଟସ୍‌ ଜିତି ଫିଲ୍‌ଡିଂ ପାଇଁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୧ ରନ୍‌ କରିଥିବା ବେଳେ ଶିଖର ଧାୱନ ୪୪ ଓ ଧୋନୀ ୩୯ ରନ୍‌ କରିଛନ୍ତି। ଅନ୍ୟପଟେ ଇଂଲଣ୍ଡ ପକ୍ଷରୁ ଅଦିଲ ରସିଦ ଓ ଡେଭିଡ୍‌ ୱିଲି ଆକର୍ଷଣୀୟ ବୋଲିଂ କରି ୩ଟି ଲେଖାଏ ୱିକେଟ୍ ହାସଲ କରିଛନ୍ତି।

You might also like