ଇଣ୍ଡୋନେସିଆ ମାଷ୍ଟର୍ସ ; ଚାମ୍ପିୟନ ହେଲେ ସାଇନା

ଜାକର୍ତ୍ତା : ବର୍ଷ ଆରମ୍ଭରୁ ସଟଲର ସାଇନା ନେହଓ୍ୱାଲଙ୍କୁ ସଫଳତା। ଇଣ୍ଡୋନେସିଆ ମାଷ୍ଟର୍ସ ୨୦୧୯ ଟାଇଟଲ ହାସଲ କରିଛନ୍ତି ସାଇନା। ଫାଇନାଲରେ ସ୍ପେନର କାରୋଲିନା ମାରିନ ଓହରିଯିବା ପରେ ଚାମ୍ପିୟନ ହୋଇଛନ୍ତି ସାଇନା।

ଫାଇନାଲ ମ୍ୟାଚ୍‌ ଚାଲିଥିବା ବେଳେ ମାତ୍ର ୧୦ ମିନିଟ୍‌ର ଟକ୍କର ପରେ ଅଚାନକ ଆହତ ହୋଇପଡ଼ିଥିଲେ ସ୍ପେନର ଷ୍ଟାର୍‌ ଖେଳାଳି କାରୋଲିନା।    କାରୋଲିନାଙ୍କ ଗୋଡ଼ରେ ଆଘାତ ଲାଗିବାରୁ ଅଧାରୁ ମ୍ୟାଚ୍‌ ଛାଡ଼ି ଦେଇଥିଲେ କାରୋଲିନା।

ମ୍ୟାଚ୍‌ର ପ୍ରଥମ ଗେମ୍‌ରେ ୧୦-୪ ଆଗରେ ରହିଥିଲେ। କିନ୍ତୁ ଅସୁସ୍ଥ କାରଣରୁ ମାରିନ ପଛକୁ ହଟିବାକୁ ନିଷ୍ପତ୍ତି ନେଇଥିଲେ। ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ସାଇନା ଏବଂ ମାରିନଙ୍କ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ଦର୍ଶକ ଆଶା ରଖିଥିଲେ। କିନ୍ତୁ ଶେଷରେ ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିଛି।

You might also like