ଖେଳ ରତ୍ନ ଆୱାର୍ଡ ପାଇଁ ରାଣୀ ରାମପାଲଙ୍କ ନାଁ ସୁପାରିଶ

ନୂଆଦିଲ୍ଲୀ: ଭାରତୀୟ କ୍ରୀଡାର ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ ମହିଳା ହକି କ୍ୟାପଟେନ୍ ରାଣୀ ରାମପାଲଙ୍କ ନାଁ ସୁପାରିଶ କରିଛି ହକି ଇଣ୍ଡିଆ। ଏହାସହ ବନ୍ଦନା କାଟାରିଆ, ମୋନିକା ଓ ହରମନପ୍ରିତ ସିଂଙ୍କୁ ଅର୍ଜୁନ ପୁରସ୍କାର ଦେବା ଲାଗି ସୁପାରିଶ କରିଛି।

ମେଜର ଧ୍ୟାନଚାନ୍ଦ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପାଇଁ ଆରପି ସିଂ ଓ ତୁଷାର ଖଣ୍ଡକେରଙ୍କ ନାଁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟକୁ ସୁପାରିଶ କରିଛି। ହକି ଇଣ୍ଡିଆ କୋଚ୍ ବିଜେ କାରିଆପ୍ପା ଓ ରୋମେଶ ପଠାନିଆଙ୍କୁ ଦୋଣାଚାର୍ଯ୍ୟ ପୁରସ୍କାର ଦେବା ପାଇଁ ହକି ଇଣ୍ଡିଆ ସୁପାରିଶ କରିଛି।

୨୦୧୬ ଜାନୁଆରୀ ୧ରୁ ୨୦୧୯ ଡିସେମ୍ବର ୩୧ ମଧ୍ୟରେ ଖେଳାଳିଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଖେଳରତ୍ନ ପୁରସ୍କାର ଦିଆଯିବ। ରାଣୀଙ୍କ ନେତୃତ୍ୱରେ ମହିଳା ହକି ଦଳ ୨୦୧୭ରେ ଏସିଆ କପ୍ ଜିତିଥିବା ବେଳେ ୨୦୧୮ରେ ରୌପ୍ୟ ପଦକ ହାସଲ କରିଥିଲା।

You might also like