ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ‌ ଚୁନି ଗୋସ୍ୱାମୀଙ୍କ ପରଲୋକ

କଲୋକତା: ପୂର୍ବତନ ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ ଅଧିନାୟକ‌ ଚୁନି ଗୋସ୍ୱାମୀଙ୍କ ପରଲୋକ ହୋଇଯାଇଛି। ୧୯୬୨ ମସିହାରେ ହୋଇଥିବା ଏସିଆନ୍‌ ଗେମ୍ସରେ ଭାରତୀୟ ଫୁଟ୍‌ବଲ୍‌ ଦଳର ନେତୃତ୍ୱ ନେଇ ଗୋସ୍ୱାମୀ ଦଳକୁ ସ୍ୱର୍ଣ୍ଣ ପଦକ ଜିତାଇଥିଲେ। ଚୁନି ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଆଜି ୮୨ ବର୍ଷରେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି। ପତ୍ନି ବାସନ୍ତି ଓ ପୁତ୍ର ସୁଦିପ୍ତୋଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ଏହି ମହାନ ଫୁଟ୍‌ବଲ ଷ୍ଟାର୍।

ମିଳିଥିବା ଖବର ଅନୁସାରେ, ଗୋସ୍ୱାମୀ କାର୍ଡିଆକ୍‌ ଆରେଷ୍ଟରେ ଶିକାର ହେବା ପରେ ତାଙ୍କୁ କଲୋକାତାର ଏକ ଘରୋଇ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ସନ୍ଧ୍ୟା ୫ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗୋସ୍ୱାମୀ ପୂର୍ବରୁ ମଧୁମେହ ଓ ସ୍ନାୟବିକ ରୋଗ ସମେତ ଅନେକ ରୋଗରେ ପୀଡ଼ିତ ଥିଲେ।

Arjuna Awardee and Padma Shri Chuni Goswami is no more – Barak ...

କେବଳ ଫୁଟ୍‌ବଲ୍‌ ନୁହେଁ କ୍ରିକେଟ୍‌ ଖଳରେ ବି ଚୁନି ଗୋସ୍ୱାମୀ ବେଶ୍‌ ପାରଙ୍ଗମ ଥିଲେ। ବେଙ୍ଗଲ ପାଇଁ ସେ ଫାଷ୍ଟକ୍ଲାସ୍‌ କ୍ରିକେଟ୍‌ ବା ପ୍ରଥମ ଶ୍ରେଣୀ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି। କ୍ରିକେଟର୍‌ ହିସାବରେ ୧୯୬୨ରୁ ୧୯୭୩ ମସିହା ପର୍ଯ୍ୟନ୍ତ ସେ ୪୬ ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ସେ ବେଙ୍ଗଲ୍‌ର ପ୍ରତିନିଧିତ୍ୱ କରିଥିଲେ।

AFC on Twitter: "CHUNI GOSWAMI, the Indian football stalwart is ...

ସେହିଭଳି ଫୁଟ୍‌ବଲରେ ୧୯୫୬ରୁ ୧୯୬୪ ପର୍ଯ୍ୟନ୍ତ ଗୋସ୍ୱାମୀ ୫୦ ଟି ମ୍ୟାଚ୍‌ ଖେଳିଛନ୍ତି। ଭାରତୀୟ ଫୁଟ୍‌ବଲ ଦଳର ଜଣେ ସଫଳ କ୍ୟାପ୍ଟେନ୍‌ ଭାବରେ ଚୁନି ଗୋସ୍ୱାମୀ ବେଶ୍ ପରିଚିତ। ତାଙ୍କ ଅଧିନାୟକତ୍ୱରେ ୧୯୬୨ ଏସିଆ ଗେମ୍ସରେ ଭାରତ ଗୋଲ୍ଡ ମେଡାଲ୍ ଜିତିଥିଲା। ସେହିଭଳି ୧୯୬୪ ଏସିଆନ୍ କପ୍‌ରେ ଭାରତ ରନର୍ସ ଅପ୍‌ ହୋଇପାରିଥିଲା।

Legendary Indian footballer Subimal 'Chuni' Goswami passes away ...

ଚୁନି ଗୋସ୍ୱାମୀ ୧୯୩୮ ମସିହା ଜାନୁଆରୀ ୧୫ ତାରିଖରେ ଅବିଭକ୍ତ ବେଙ୍ଗଲ ବର୍ତ୍ତମାନର ବାଂଲାଦେଶରେ ଥିବା କିଶୋରଗଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ମୋହନ ବାଗାନଙ୍କ ସହିତ ମିଶି ୧୯୫୪ରେ ସେ ତାଙ୍କ କ୍ୟାରିୟର୍‌ ଆରମ୍ଭ କରିଥିଲେ। କଲେଜ୍‌ରେ ଥିବା ବେଳେ ସେ କୁଲକାତା ୟୁନିଭର୍ସିଟିର ଉଭୟ ଫୁଟ୍‌ବଲ ଓ କ୍ରିକେଟର୍‌ ଟିମ୍‌ର ଅଧିନାୟକ ଥିଲେ।

ISL is a 'secondary' competition, says Chuni Goswami

ତେବେ ଗୋଟିଏ ଦିନରେ ଭାରତର ଦୁଇ ଦୁଇ ଜଣ ଅମୁଲ୍ୟ ରତ୍ନ ଆଜି ଆରପାରିକୁ ଚାଲିଯାଇଛନ୍ତି। ସକାଳେ ୮.୪୫ରେ ବଲିଉଡ୍‌ ଷ୍ଟାର୍‌ ଋଷି କପୁରଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ ସନ୍ଧ୍ୟା ୫ଟାରେ ଫୁଟ୍‌ବଲ୍‌ ଦଳର ଗୋଲ୍‌ଡେନ୍‌ ଷ୍ଟାର୍‌ ଚୁନି ଗୋସ୍ୱାମୀ ଭାରତମାତାକୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ବଲିଉଡ୍‌ର ଆଉଜଣେ ଲୋକପ୍ରିୟ କଳାକାର ଇର୍‌ଫାନ ଖାନ୍‌ଙ୍କର ପରଲୋକ ହୋଇଥିଲା।

 

ଆହୁରି ପଢ଼ନ୍ତୁ

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ମୁମ୍ବାଇକୁ ୧୧୫ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ

କ୍ରିକେଟ୍ କିମ୍ବଦନ୍ତୀ କପିଲ ଦେବଙ୍କୁ ହୃଦ୍‌ଘାତ; ଡାକ୍ତରଖାନାରେ ଭର୍ତ୍ତି

ଆଇପିଏଲ ବେଟିଂ; ଜବତ ହେଲା ବିପୁଳ ପରିମାଣର ଟଙ୍କା

ହାଇଦ୍ରାବାଦକୁ ୧୫୫ ରନ୍‌ର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ବାଙ୍ଗାଲୋରଠାରୁ କାହିଁକି ହାରିଲା ନାଇଟ ରାଇଡର୍ସ ? ଜାଣନ୍ତୁ ଖାସ୍‌ କାରଣ

ଆଜି ଆରସିବି ଏବଂ କେକେଆର ମୁହାଁମୁହିଁ

ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ, ଆମକୁ ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ: ଶ୍ରେୟସ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

You might also like