ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ

ଜାକର୍ତ୍ତା: ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି। ଜାକର୍ତ୍ତାରେ ଚାଲିଥିବା ଏସିଆନ୍ସ ଗେମ୍ସର ପୁରୁଷ କୁସ୍ତି ୬୫ କେଜି ଫ୍ରି ଷ୍ଟାଇଲ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ବଜରଙ୍ଗ ପୁନିଆ। ଜାପାନର ତାକାତିନି ଦାଇଚିଙ୍କୁ ୧୧-୮ରେ ହରାଇ ସେ ଏହି ସଫଳତା ହାସଲ କରିଛନ୍ତି। ଏହାକୁ ମିଶାଇ ଟୁର୍ଣ୍ଣାମେଣ୍ଟରେ ଭାରତକୁ ମୋଟ ୨ଟି ପଦକ ମିଳିଛି।

ଏହା ପୂର୍ବରୁ ଆଜି ସୁଟିଂରେ ଭାରତକୁ ପ୍ରଥମ ପଦକ ମିଳିଥିଲା। ୧୦ମିଟର ଏୟାର ରାଇଫଲ ଇଭେଣ୍ଟରେ ଅପୂର୍ବୀ ଚାଣ୍ଡେଲା ଓ ରବିକୁମାର ବ୍ରୋଞ୍ଜ୍ ପଦକ ହାସଲ କରିଥିଲେ। ମିକ୍ସଡ ଡବଲ୍ସ ଇଭେଣ୍ଟରେ ୪୨୯.୯ ପଏଣ୍ଟ ପାଇ ଏହି ଯୋଡ଼ି ବ୍ରୋଞ୍ଚ୍ ପଦକ ହାସଲ କରିଥିଲେ।

You might also like